ଝାଡ଼ଖଣ୍ଡ

ଭାରତର ଏକ ରାଜ୍ୟ
(Jharkhandରୁ ଲେଉଟି ଆସିଛି)


ଝାଡ଼ଖଣ୍ଡ (ଅର୍ଥାତ୍ 'ଜଙ୍ଗଲର ଭୂମି') ହେଉଛି ପୂର୍ବ ଭାରତର ଏକ ରାଜ୍ୟ। ଏହି ରାଜ୍ୟଟି ୨୦୦୦ ମସିହାରେ ବିହାର ରାଜ୍ୟରୁ ଅଲଗା ହୋଇ ଏକ ସତନ୍ତ୍ର ରାଜ୍ୟରେ ପରିଣତ ହୋଇଛି। ଏହାର ସୀମା ଉତ୍ତରରେ ବିହାର, ଉତ୍ତର-ପଶ୍ଚିମରେ ଉତ୍ତରପ୍ରଦେଶ, ପଶ୍ଚିମରେ ଛତିଶଗଡ଼, ଦକ୍ଷିଣରେ ଓଡ଼ିଶା ଏବଂ ପୂର୍ବରେ ପଶ୍ଚିମବଙ୍ଗ ସହିତ ରାଜ୍ୟ ସୀମା ଲାଗି ରହିଛି। ଏହାର କ୍ଷେତ୍ର ୭୯୭୧୦ କିମି² (୩୦,୭୭୮ ବର୍ଗ ମାଇଲ) । କ୍ଷେତ୍ର ଅନୁଯାୟୀ ଏହା ୧୫ ତମ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଅନୁଯାୟୀ ୧୪ ତମ ବୃହତ୍ତମ ରାଜ୍ୟ । ହିନ୍ଦୀ ହେଉଛି ରାଜ୍ୟର ସରକାରୀ ଭାଷା। ରାଞ୍ଚି ସହର ହେଉଛି ଏହାର ରାଜଧାନୀ ଏବଂ ଡୁମ୍କା ଏହାର ଉପ-ରାଜଧାନୀ ।

ଝାଡ଼ଖଣ୍ଡ

ᱡᱷᱟᱨᱠᱷᱚᱸᱰ
Shikharji Parasnath Giridih.jpg
ଭାରତରେ ଝାଡ଼ଖଣ୍ଡର ଅବସ୍ଥାନ
ଭାରତରେ ଝାଡ଼ଖଣ୍ଡର ଅବସ୍ଥାନ
ଝାଡ଼ଖଣ୍ଡର ମାନଚିତ୍ର
ଝାଡ଼ଖଣ୍ଡର ମାନଚିତ୍ର
ଦେଶ ଭାରତ
ସ୍ଥାପନ୧୫ ନଭେମ୍ବର ୨୦୦୦
ରାଜଧାନୀରାଞ୍ଚି
ବୃହତ୍ତମ ନଗରଜାମସେଦପୁର
ଜିଲ୍ଲା ସଂଖ୍ୟା୨୪
ସରକାର
 • ରାଜ୍ୟପାଳସୟଦ ଅହମଦ
 • ମୁଖ୍ୟମନ୍ତ୍ରୀରାଘୁବ୍ର ଦାସ
 • ନ୍ୟାୟପାଳିକାଏକ ନ୍ୟାୟପାଳିକା (୮୧ ଆସନ)
କ୍ଷେତ୍ରଫଳ
 • ମୋଟ79,714 km2 (30,778 sq mi)
କ୍ଷେତ୍ରଫଳ କ୍ରମାଙ୍କପଞ୍ଚଦଶ (୧୫ଶ)
ଜନସଂଖ୍ୟା
 (୨୦୧୧)
 • ମୋଟ୩,୨୯,୬୬,୨୩୮
 • କ୍ରମାଙ୍କତ୍ରୟୋଦଶ (୧୩ଶ)
 • ଘନତା410/km2 (1,100/sq mi)
ସମୟ ମଣ୍ଡଳUTC+୦୫:୩୦ (IST)
ISO 3166 codeIN-JH
HDIIncrease ୦.୫୧୩ (ମଧ୍ୟମ)
HDI କ୍ରମାଙ୍କ୨୪ ତମ(୨୦୦୫)
ସାକ୍ଷରତା୬୭.୬୩%
ସରକାରୀ ଭାଷାହିନ୍ଦୀ
ୱେବସାଇଟ[୧]

ଭୂଗୋଳସମ୍ପାଦନ କରନ୍ତୁ

ଝାଡ଼ଖଣ୍ଡ ୭,୯୭୦,୦୦୦ ହେକ୍ଟରର ଏକ ଭୌଗଳିକ କ୍ଷେତ୍ରକୁ ଆବଦ୍ଧ କରିଛି। ଝାଡ଼ଖଣ୍ଡର ଅଧିକାଂଶ ଅଂଶ ଛୋଟା ନାଗପୁର ମାଳଭୂମିରେ ଅବସ୍ଥିତ। ଅନେକ ନଦୀ ଛୋଟା ନାଗପୁର ମାଳଭୂମି ଦେଇ ଯାଇଅଛି, ଯଥା; ଦାମୋଦର, ଉତ୍ତର କୋଏଲ, ବାରକର, ଦକ୍ଷିଣ କୋଏଲ, ସଙ୍କ ଏବଂ ସୁବର୍ଣ୍ଣରେଖା ନଦୀ। ଏହି ନଦୀଗୁଡ଼ିକର ଉଚ୍ଚ ଜଳରାଶି ଝାଡ଼ଖଣ୍ଡ ରାଜ୍ୟ ମଧ୍ୟରେ ବ୍ୟାପିଛି। ଝାଡ଼ଖଣ୍ଡର ଅଧିକାଂଶ ଅଂଶ ଏବେ ମଧ୍ୟ ଜଙ୍ଗଲରେ ଆବଦ୍ଧ, ଯାହାକି ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେଇ ଆସୁଛି।

ଇତିହାସସମ୍ପାଦନ କରନ୍ତୁ

ଭାଷା ଓ ସାହିତ୍ୟସମ୍ପାଦନ କରନ୍ତୁ

ଝାଡ଼ଖଣ୍ଡ ରାଜ୍ୟର ଲୋକ ସରକାରୀ ଭାଷା ହିନ୍ଦୀ ବ୍ୟତୀତ ବିଭିନ୍ନ ଆଞ୍ଚଳିକ ଭାଷା ମଧ୍ୟ ବ୍ୟବହାର କରନ୍ତି। ନାଗପୁରୀ, ଖୋର୍ଥା, କୁର୍ମାଲି, ମାଗାହି ଆଦି ମୁଖ୍ୟ ଭାଷା ହୋଇଥିବା ବେଳେ ଅଙ୍ଗିକା, ବଙ୍ଗାଳୀ, ଭୋଜପୁରୀ, ଭୁମିଜ, ହୋ, ଖରିଆ, କୁରୁଖ, ଖୋର୍ଧା, କୁର୍ମାଲି, ମାଗାହି, ମୈଥିଳୀ, ମୁଣ୍ଡାରୀ, ନାଗପୁରୀ, ଓଡ଼ିଆ, ସାନ୍ତାଳୀ ଏବଂ ଉର୍ଦ୍ଦୁକୁ ସରକାର ଦ୍ୱିତୀୟ ଭାଷା ରୂପେ ମାନ୍ୟତା ଦିଆଯାଇଛି।


ଆଧାରସମ୍ପାଦନ କରନ୍ତୁ

ଅଧିକ ତଥ୍ୟସମ୍ପାଦନ କରନ୍ତୁ