ଫ୍ଲୁଟିକାସୋନ
ଫ୍ଲୁଟିକାସୋନ ହେଉଛି ଏକ ଷ୍ଟିରଏଡ ଯାହା ଆଜମା, ସିଓପିଡି ଏବଂ ଆଲର୍ଜି ରାଇନାଇଟିସର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଆଜମା ଏବଂ ସିଓପିଡି ପାଇଁ ଏହା ଦୀର୍ଘକାଳୀନ ଭିତ୍ତିରେ ବ୍ୟବହୃତ ହୁଏ । [୧] ଏହାକୁ ପ୍ରଶ୍ୱାସ ସାହାଯ୍ୟରେ ଫୁସଫୁସକୁ ନିଆଯାଏ କିମ୍ବା ନାକ ସ୍ପ୍ରେ ଭାବରେ ବ୍ୟବହୃତ ହୁଏ ।[୧] [୨]
Clinical data | |
---|---|
Synonyms | Fluticasone propionate, fluticasone furoate |
AHFS/Drugs.com | Inhaled: monograph Nose: monograph |
Routes of administration | Intranasal, inhaled, topical |
Legal status | |
Legal status |
|
Pharmacokinetic data | |
Bioavailability | 0.51% (Intranasal) |
Protein binding | 91.0% |
Metabolism | Intranasal Liver (CYP3A4-mediated) |
Elimination half-life | 10 hours |
Excretion | Eye |
Identifiers | |
| |
Chemical and physical data | |
Formula | C22H27F3O4S |
Molar mass | ୪୪୪.୫୧ g·mol−1 |
3D model (JSmol) | |
| |
| |
(verify) |
ଆଘ୍ରାଣ ଜନିତ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ଗଳା ଉତ୍ତେଜନା, କାଣ୍ଡିଡିଆସିସ୍, କାଶ ଓ ମୁଣ୍ଡ ବଥା ହୋଇପାରେ ।[୧] ନାକ ସ୍ପ୍ରେର ପାର୍ଶ୍ୱ ପ୍ରତିକ୍ରିୟାରେ ନାକରେ ଅଳ୍ପ ସମୟ ପାଇଁ ଜ୍ୱାଳା, ନାକରୁ ରକ୍ତସ୍ରାବ ଓ ଗଳା ଯନ୍ତ୍ରଣା ହୋଇପାରେ । [୨] ଏହା ଦୁଇଟି ମୁଖ୍ୟ ରୂପରେ ଆସିଥାଏ ଯଥା: - ଫ୍ଲୁଟିକାସୋନ ପ୍ରୋପିଅନେଟ ଏବଂ ଫ୍ଲୁଟିକାସୋନ ଫୁରୋଏଟ୍ ।[୩]
୧୯୮୦ ମସିହାରେ ଫ୍ଲୁଟିକାସୋନ୍ ପ୍ରୋପିଅନେଟ୍ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୯୦ ମସିହାରେ ଚିକିତ୍ସା କରିବା ପାଇଁ ଅନୁମୋଦିତ ହୋଇଥିଲା । [୪] ଯୁକ୍ତରାଜ୍ୟରେ ୨୫୦ ମାଇକ୍ରୋଗ୍ରାମ ବିଶିଷ୍ଟ ୬୦ ମାତ୍ରାର ମୂଲ୍ୟ ପ୍ରାୟ £୨୫ ।[୩] ୨୦୧୮ ମସିହାରେ, ଏହା ଆମେରିକାରେ ଷୋଡ଼ଶ ସାଧାରଣ ପ୍ରେସକ୍ରିପ୍ସନ ଔଷଧ ଥିଲା ଓ ଏହାର ୩୪ ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ହୋଇଥିଲା ।[୫] [୬] ଏହା ଫ୍ଲୁଟିକାସୋନ/ଫର୍ମୋଟେରୋଲ ଏବଂ ଫ୍ଲୁଟିକାସୋନ/ସାଲମେଟେରୋଲ ଔଷଧର ମିଶ୍ରଣ ଭାବରେ ମଧ୍ୟ ଉପଲବ୍ଧ ।[୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Fluticasone (Systemic, Oral Inhalation) Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 14 December 2021.
- ↑ ୨.୦ ୨.୧ ୨.୨ "Fluticasone (EENT) Monograph for Professionals". Drugs.com (in ଇଂରାଜୀ). Archived from the original on 24 January 2021. Retrieved 14 December 2021.
- ↑ ୩.୦ ୩.୧ ୩.୨ BNF 81: March-September 2021. BMJ Group and the Pharmaceutical Press. 2021. p. 278. ISBN 978-0857114105.
- ↑ Fischer, János; Ganellin, C. Robin (2006). Analogue-based Drug Discovery. John Wiley & Sons. p. 487. ISBN 9783527607495. Archived from the original on 2019-02-28. Retrieved 2021-12-14.
- ↑ "The Top 300 of 2021". ClinCalc. Archived from the original on 12 February 2021. Retrieved 18 February 2021.
- ↑ "Fluticasone - Drug Usage Statistics". ClinCalc. Archived from the original on 12 April 2020. Retrieved 18 February 2021.