ଫ୍ଲୁଟିକାସୋନ/ସାଲମେଟେରୋଲ

ଆଜ୍‌ମା ରୋଗରେ ଦିଆଯାଏ ।

ଫ୍ଲୁଟିକାସୋନ/ସାଲମେଟେରୋଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବ୍ୟବସାୟୀକ ନାମ ଆଡଭେୟାର, ଏକ ଔଷଧ ମିଶ୍ରଣ ଯେଉଁଥିରେ ଫ୍ଲୁଟିକାସୋନ ପ୍ରୋପିଅନେଟ ଏବଂ ସାଲମେଟେରୋଲ ଥାଏ ।[୧] ଆଜ୍‌ମା ଏବଂ କ୍ରନିକ୍ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ (COPD) ପରିଚାଳନାରେ ଏହା ବ୍ୟବହୃତ ହୁଏ | [୨] ଆଘ୍ରାଣଦ୍ୱାରାଏହି ଔଷଧ ଫୁସଫୁସକୁ ନିଆଯାଏ | [୨]

ଫ୍ଲୁଟିକାସୋନ/ସାଲମେଟେରୋଲ
Fluticasone propionate (top)
and salmeterol (bottom)
Combination of
Fluticasone propionateGlucocorticoid
SalmeterolLong-acting β2 agonist (LABA)
Clinical data
Trade namesAdvair, Seretide, Cyplos, others
AHFS/Drugs.comFDA Professional Drug Information
MedlinePlusa699063
Pregnancy
category
Routes of
administration
Inhalation
ATC code
Legal status
Legal status
Identifiers
CAS Number
PubChem CID
ChemSpider
KEGG
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥ୍ରସ, ମୁଣ୍ଡବିନ୍ଧା ଏବଂ କାଶ ହୋଇପାରେ | [୩] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଆଜ୍‌ମା ସ୍ଥିତି ଅଧିକ ଖରାପ ହୋଇପାରେ, ଆନାଫିଲାକ୍ସିସ୍, ବାତ ଏବଂ ହୃତ୍‌ପିଣ୍ଡ ସମସ୍ୟା ଦେଖାଯାଇପାରେ | [୪] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ | [୫] ଫ୍ଲୁଟିକାସୋନ ଏକ କର୍ଟିକୋଷ୍ଟିରଏଡ ଯାହା ପ୍ରଦାହକୁ କମେଇଦିଏ ଓ ସାଲମେଟେରୋଲ ଏକ ଦୀର୍ଘକାଳୀନ ବିଟା-ଆଡ୍ରେନର୍ଜିକ ଆଗୋନିଷ୍ଟ ଯାହା ବିଟା୨-ଆଡ୍ରେନର୍ଜିକ ରିସେପ୍ଟରକୁ ସକ୍ରିୟ କରି କାର୍ଯ୍ୟକ୍ଷମ ହୁଏ ।[୪]

୨୦୦୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା | [୩] [୬] ଯୁକ୍ତରାଷ୍ଟ୍ରରେ ଏହାର ଏକ ଜେନେରିକ ସଂସ୍କରଣ ଅନୁମୋଦିତ ହୋଇଥିଲା | ଯୁକ୍ତରାଜ୍ୟରେ ପ୍ରତି ମାସରେ ଏନଏଚଏସର ଏହା ନିମନ୍ତେ ୩୫ ପାଉଣ୍ଡ ଖର୍ଚ୍ଚ ହୋଇଥାଏ । [୧] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୮୯ ଡଲାର ଅଟେ। [୭] ୨୦୧୯ ମସିହାରେ ଏହା ଏକ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲେ ଯାହା ୯ ନିୟୁତରୁ ଅଧିକ ଔଷଧ ପ୍ରେସକ୍ରିପସନ୍ ଥିଲା | [୮] [୯]

ଆଧାର ସମ୍ପାଦନା

  1. ୧.୦ ୧.୧ British national formulary : BNF 76 (76 ed.). Pharmaceutical Press. 2018. pp. 263–264. ISBN 9780857113382.
  2. ୨.୦ ୨.୧ British national formulary : BNF 76 (76 ed.). Pharmaceutical Press. 2018. pp. 263–264. ISBN 9780857113382.
  3. ୩.୦ ୩.୧ "Fluticasone and Salmeterol inhalation - FDA prescribing information, side effects and uses". Drugs.com (in ଇଂରାଜୀ). Retrieved 4 March 2019.
  4. ୪.୦ ୪.୧ "Fluticasone and Salmeterol inhalation - FDA prescribing information, side effects and uses". Drugs.com (in ଇଂରାଜୀ). Retrieved 4 March 2019.
  5. "Fluticasone / salmeterol Pregnancy and Breastfeeding Warnings". Drugs.com (in ଇଂରାଜୀ). Retrieved 3 March 2019.
  6. Office of the Commissioner. "Press Announcements - FDA approves first generic Advair Diskus". www.fda.gov. Retrieved 1 February 2019.
  7. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  8. "The Top 300 of 2019". ClinCalc. Retrieved 16 October 2021.
  9. "Fluticasone; Salmeterol - Drug Usage Statistics". ClinCalc. Retrieved 16 October 2021.