ଆଞ୍ଜାଇନା
Angina | |
---|---|
Angina pectoris | |
ଉଚ୍ଚାରଣ | |
ବିଭାଗ | Cardiology |
ସଠିକ ରୋଗ ନିର୍ଣ୍ଣୟ | Aortic dissection, pulmonary embolism, pericarditis, gastroesophageal reflux disease, pneumothorax, chest wall pain, anxiety[୧][୨] |
ଔଷଧ | Beta blockers, calcium channel blockers, aspirin, statins, ACE inhibitors, nitroglycerin[୩] |
ଚିକିତ୍ସା | Lifestyles changes, medications, surgery[୪] |
ପୁନଃପୌନିକ | 3.5% (Stable, Western world)[୧] |
ଆଞ୍ଜାଇନା ବା ହୃତ୍ଶୂଳ ଏକ ପ୍ରକାର ଛାତି ଯନ୍ତ୍ରଣା ଯେଉଁଥିରେ ଛାତି ଚାପିହେଲା ଭଳି ଲାଗେ ଓ ଏହା ହୃତ୍ପିଣ୍ଡର ମାଂସପେଶୀକୁ ରକ୍ତ ସରବରାବ କମ୍ ହେବାରୁ ହୁଏ | [୧] [୫] ଏହି କଷ୍ଟ ହନୁ ହାଡ଼ କିମ୍ବା ବାହୁକୁ ବ୍ୟାପିପାରେ | [୧] ଅଣନିଶ୍ୱାସ, ଝାଳ ବୋହିବା ବା ଅଇ ହୋଇପାରେ | [୧] ଯଦି ଏହା କେବଳ ବ୍ୟାୟାମ କିମ୍ବା ମାନସିକ ଚାପ ସହିତ ଘଟେ ଏବଂ ବିଶ୍ରାମର କିଛି ମିନିଟ୍ ମଧ୍ୟରେ ସମାଧାନ ହୁଏ ତେବେ ଏହା ସ୍ଥିର ଆଞ୍ଜାଇନା ଅଟେ | [୫] ଯଦି ଏହା ଅପ୍ରତ୍ୟାଶିତ ଭାବରେ ହୁଏ, ବିଶ୍ରାମ ସମୟରେ ହୁଏ, କିମ୍ବା ବିଶ୍ରାମ ସହିତ ଶୀଘ୍ର ସମାଧାନ ନହୁଏ ତେବେ ଏହା ଅସ୍ଥିର ଆଞ୍ଜାଇନା ଅଟେ | [୫] [୧]
ସାଧାରଣତଃ ହୃତ୍ପିଣ୍ଡକୁ ରକ୍ତ ସରବରାହ କରୁଥିବା ଧମନୀରେ ଅବରୋଧ ବା ସ୍ପାଜ୍ମ/ ସଙ୍କୋଚନ ହେଲେ ଆଞ୍ଜାଇନା ହୁଏ | [୧] ହାଇପରଲିପିଡେମିଆ, ଉଚ୍ଚ ରକ୍ତଚାପ, ତମାଖୁ ସେବନ, ମଧୁମେହ ଏବଂ ମେଦବହୁଳତା ଯୋଗୁ ଏହି ରୋଗ ସଙ୍କଟ ରହିଥାଏ ।[୧] ଅନ୍ୟାନ୍ୟ କାରଣ ମଧ୍ୟରେ ଆନିମିଆ, ଅନିୟମିତ ହୃତ୍ ସ୍ପନ୍ଦନ, ହୃଦ୍ପାତ ଏବଂ ଉଚ୍ଚ ରକ୍ତଚାପ ଯୋଗୁ ହୋଇପାରେ | [୬]ସମାନ ଲକ୍ଷଣ ସୃଷ୍ଟି କରୁଥିବା ଅନ୍ୟାନ୍ୟ ଅବସ୍ଥାମାନଙ୍କର ନାମ ମହାଧମନୀ ବ୍ୟବଚ୍ଛେଦନ, ପଲ୍ମୋନାରି ଏମ୍ବୋଲାଇଜିମ୍, ପେରିକାର୍ଡାଇଟିସ୍, ଗ୍ୟାଷ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ, ନିମୋଥୋରାକ୍ସ, ଛାତି କାନ୍ଥରେ ଯନ୍ତ୍ରଣା ଏବଂ ଉତ୍କଣ୍ଠା ଅନ୍ତର୍ଭୁକ୍ତ | [୧] [୬]
ଚିକିତ୍ସାରେ ଜୀବନଶୈଳୀ ପରିବର୍ତ୍ତନ କରିବାକୁ ଉପଦେଶ ଏବଂ ଔଷଧ ଦିଆଯାଏ | [୫] ଆଞ୍ଜାଇନା ଆକ୍ରମଣ ଏବଂ ଜଟିଳତା ରୋକିବାକୁ ବିଟା ବ୍ଲକର, କ୍ୟାଲସିଅମ ଚ୍ୟାନେଲ ଅବରୋଧକ, ଷ୍ଟାଟିନ, ଆସ୍ପିରିନ୍, ଏବଂ ଏସିଇ ଇନହିବିଟର ଦିଆଯାଏ ।[୩] ତୀବ୍ର ଆକ୍ରମଣ ହେଉଥିଲେ ନାଇଟ୍ରୋଗ୍ଲିସେରିନ ବ୍ୟବହାର କରାଯାଇପାରେ।[୩] ଏଗୁଡିକ ପର୍ଯ୍ୟାପ୍ତ ନହେଲେ ଅସ୍ତ୍ରୋପଚାର ପାଇଁ ସୁପାରିଶ କରାଯାଇପାରେ | [୩] ଚିକିତ୍ସା ଫଳାଫଳ ଭଲ ହୋଇପାରେ | [୫]
ପାଶ୍ଚାତ୍ୟ ଜଗତରେ ୩.୫% ଲୋକଙ୍କର ସ୍ଥିର ଆଞ୍ଜିନା ଥାଏ | [୧] ୬୫ ବର୍ଷରୁ ଅଧିକ ୧୫% ପୁରୁଷଙ୍କର ଏବଂ ୧୧% ମହିଳାଙ୍କର ଏହି ରୋଗ ହୁଏ ।[୧] ଏହି ଶବ୍ଦଟି ଲାଟିନ୍ ଆଙ୍ଗେର୍ ("ଟାଙ୍ଗିବା") ଏବଂ ପେକ୍ଟସ୍ ("ଛାତି")ରୁ ଉତ୍ପନ୍ନ, ଏବଂ ଏହାକୁ "ଛାତିରେ ଏକ ଅଜବ ଅନୁଭବ" ଭାବରେ ଅନୁବାଦ କରାଯାଇପାରେ | [୭]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ Hermiz, C; Sedhai, YR (January 2020). "Angina". PMID 32491604.
{{cite journal}}
: Cite journal requires|journal=
(help) - ↑ Goyal, A; Zeltser, R (January 2020). "Unstable Angina". PMID 28723029.
{{cite journal}}
: Cite journal requires|journal=
(help) - ↑ ୩.୦ ୩.୧ ୩.୨ ୩.୩ "Angina - Treatment". nhs.uk (in ଇଂରାଜୀ). 20 October 2017. Retrieved 16 October 2020.
- ↑ "Angina". nhs.uk (in ଇଂରାଜୀ). 20 October 2017. Retrieved 16 October 2020.
- ↑ ୫.୦ ୫.୧ ୫.୨ ୫.୩ ୫.୪ ଆଧାର ଭୁଲ: ଅଚଳ
<ref>
ଚିହ୍ନ;NHS2020
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୬.୦ ୬.୧ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Stat2020UA
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ Padsalgikar, Ajay (2017). Plastics in Medical Devices for Cardiovascular Applications (in ଇଂରାଜୀ). Elsevier Science. p. 126. ISBN 978-0-323-37122-3. Retrieved 16 October 2020.