ବିଶ୍ୱନାଥ ପ୍ରତାପ ସିଂହ

ଭାରତୀୟ ରାଜନେତା

ବିଶ୍ୱନାଥ ପ୍ରତାପ ସିଂହ (୨୫ ଜୁନ ୧୯୩୧ - ୨୭ ନଭେମ୍ବର ୨୦୦୮), ଜଣେ ଭାରତୀୟ ରାଜନେତା ଓ ଭାରତର ପ୍ରଧାନମନ୍ତ୍ରୀ ଥିଲେ(୧୯୮୯-୯୦)। ସେ ମଣ୍ଡ ଶାସନ(ରାଜ୍ୟ)ର ୪୧ତମ ଶାସକ ମଧ୍ୟ ଥଲେ। ସିଂହ ରାଜୀବ ଗାନ୍ଧୀଙ୍କୁ ହରେଇ ଭାରତର ଅଷ୍ଟମ ପ୍ରଧାନମନ୍ତ୍ରୀ ହେଇଥିଲେ।

ବିଶ୍ୱନାଥ ପ୍ରତାପ ସିଂହ
V P Singh
Vishwanath Pratap Singh in 1989
୭ମ ଭାରତୀୟ ପ୍ରଧାନମନ୍ତ୍ରୀ
କାର୍ଯ୍ୟକାଳ
୨ ଡିସେମ୍ବର ୧୯୮୯ – ୧୦ ନଭେମ୍ବର ୧୯୯୦
Deputyଚୌଧୁରୀ ଦେବୀଲାଲ (until 1 November 1990)
ପୂର୍ବ ଅଧିକାରୀରାଜୀବ ଗାନ୍ଧୀ
ପର ଅଧିକାରୀଚନ୍ଦ୍ର ଶେଖର
ସନ୍ତକ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ସିଂହ, ୧୯୩୧ ମସିହାରେ ମଣ୍ଡ ଶାସନର ଏକ ରାଜପୁତ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସେ ନିଜର ଶିକ୍ଷା ଡେହରାଡୁନ ସ୍ଥିତ କର୍ଣେଲ ବ୍ରାଉନ କ୍ୟାମ୍ବ୍ରିଜ ବିଦ୍ୟାଳୟରେ ଆରମ୍ଭ କରିଥିଲେ,ପରେ ପୁଣେ ଓ ଆଲ୍ହାବାଦ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥଲେ।[୧]୧୯୬୯ ମସିହାରେ ସିଂହ କଂଗ୍ରେସ ଦଳରୁ ଉତ୍ତର ପ୍ରଦେଶ ବିଧାନ ସଭା ପାଇଁ ନିର୍ବାଚିତ ହେଇଥିଲେ।୧୯୭୧ ମସିହାରେ ସିଂହ ଲୋକ ସଭା ଆସନ ଜିତିଥିଲେ ଓ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ଉପ ବାଣିଜ୍ୟ ମନ୍ତ୍ରୀ ଭାବେ ଯୋଦ ଦେଇଥିଲେ। ବିଶ୍ୱନାଥ ସିଂହ ୧୯୭୬-୭୭ ଯାଏଁ ଭାରତର ବାଣିଜ୍ୟ ମନ୍ତ୍ରୀ ଥିଲେ।[୨][୩]

ପାରିବାରିକ ଜୀବନ ସମ୍ପାଦନା

୨୫ ମଇ ୧୯୫୫ରେ ସିଂହ ରାଜସ୍ଥାନର ଦେଉଗଡ଼ର ରାଜକୁମାରି ଶିତା କୁମାରିଙ୍କୁ ବିବାହ କରିଥିଲେ।[୪]

ପ୍ରଧାନମନ୍ତ୍ରୀ ପଦ ସମ୍ପାଦନା

୧୯୮୯ ମସିହା ଭାରତୀୟ ନିର୍ବାଚ୍ଚନରେ ବିଶ୍ୱନାଥ ପ୍ରତାପ ସିଂହଙ୍କ ରାଷ୍ଟ୍ରୀୟ ମୋର୍ଚ୍ଚା ୧୪୬ଟି ଆସନ ପ୍ରାପ୍ତ କରିଥିଲେ। ଭାଜପାର ୮୬ଟି ଆସନ ଓ ବାମ ଦଳର ୫୨ଟି ଆସନର ସାହାୟତାରେ ଭି।ପି। ସିଂହ ପ୍ରଧାନମନ୍ତ୍ରୀ ହେଇଥିଲେ। ସେ ପ୍ରଧାନମନ୍ତ୍ରୀ ହେଲା ପରେ ମଣ୍ଡଳ କମିସନ ଆନ୍ଦୋଳନ ଯୋଗୁ ଚର୍ଚ୍ଚାରେ ଆସିଥିଲେ।

ଆଧାର ସମ୍ପାଦନା

  1. "V.P. Singh".
  2. "V.P. Singh".
  3. Community Warriors: State, Peasants and Caste Armies in Bihar Ashwani Kumar Anthem Press, 2008 [୧]
  4. Singh, Khushwant (11 April 2013). "Plane to Pakistan". Malicious Gossip. HarperCollins Publishers India. Retrieved 26 August 2014.