ହୃଷିକେଶ ହୋତା

ଓଡ଼ିଆ ରାଜନୀତିଜ୍ଞ

ହୃଷିକେଶ ହୋତା (୧୮ ମଇ ୧୯୨୪ - ୨୩ ଜୁଲାଇ ୨୦୦୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୭୪ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବୀରମହାରାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ହୃଷିକେଶ ହୋତା
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀସୁରେନ୍ଦ୍ର ପ୍ରଧାନ
ପର ଅଧିକାରୀକାର୍ତ୍ତିକ ପ୍ରସାଦ ତରିଆ
ନିର୍ବାଚନ ମଣ୍ଡଳୀବୀରମହାରାଜପୁର
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀଅଚ୍ୟୁତାନନ୍ଦ ମହାକୁଡ଼
ପର ଅଧିକାରୀସୁରେନ୍ଦ୍ର ପ୍ରଧାନ
ନିର୍ବାଚନ ମଣ୍ଡଳୀବୀରମହାରାଜପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1924-05-18)୧୮ ମଇ ୧୯୨୪
ମୃତ୍ୟୁ୨୩ ଜୁଲାଇ ୨୦୦୯(2009-07-23) (ବୟସ ୮୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଉଷାବତୀ ଦେବୀ
ବାପା/ବୋଉମୃତ୍ୟୁଞ୍ଜୟ ହୋତା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ହୃଷିକେଶ ହୋତା ୧୯୨୪ ମସିହାର ମଇ ୧୮ ତାରିଖର ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମୃତ୍ୟୁଞ୍ଜୟ ହୋତା ଓ ପତ୍ନୀଙ୍କ ନାମ ଉଷାବତୀ ଦେବୀ ।[୧]

ରାଜନୈତିକ ଜୀବନ ସମ୍ପାଦନା

ହୃଷିକେଶ ହୋତା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ହୃଷିକେଶ ହୋତା ୨୦୦୯ ମସିହାର ଜୁଲାଇ ୨୩ ତାରିଖରେ ୮୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Hrushikesh Hota". odishaassembly.nic.in. Odisha Assembly. Retrieved 17 August 2021.