ସୁରେନ୍ଦ୍ର ପ୍ରଧାନ

ଓଡ଼ିଆ ରାଜନୀତିଜ୍ଞ

ସୁରେନ୍ଦ୍ର ପ୍ରଧାନ (୨ ଅଗଷ୍ଟ ୧୯୩୦ - ୧୨ ଅପ୍ରେଲ ୨୦୧୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ପାର୍ଟି ଓ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସୁରେନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୬୭ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆଠମଲ୍ଲିକବୀରମହାରାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସୁରେନ୍ଦ୍ର ପ୍ରଧାନ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀହୃଷିକେଶ ହୋତା
ପର ଅଧିକାରୀହୃଷିକେଶ ହୋତା
ନିର୍ବାଚନ ମଣ୍ଡଳୀବୀରମହାରାଜପୁର
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀକ୍ଷେତ୍ର ମୋହନ ପାଣିଗ୍ରାହୀ
ପର ଅଧିକାରୀରାଜକିଶୋର ପ୍ରଧାନ
ନିର୍ବାଚନ ମଣ୍ଡଳୀଆଠମଲ୍ଲିକ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1930-08-02)୨ ଅଗଷ୍ଟ ୧୯୩୦
ମୃତ୍ୟୁ୧୨ ଅପ୍ରେଲ ୨୦୧୮(2018-04-12) (ବୟସ ୮୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟି
ଜୀବନ ସାଥୀଅକ୍ଷରା ପ୍ରଧାନ
ବାପା/ବୋଉପାଇକିରା ପ୍ରଧାନ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ସୁରେନ୍ଦ୍ର ପ୍ରଧାନ ୧୯୩୦ ମସିହାର ଅଗଷ୍ଟ ମାସ ୨ ତାରିଖରେ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡର କିଶୋରନଗର ବ୍ଲକ ନିକଟସ୍ଥ ଷଣ୍ଢପାଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପାଇକିରା ପ୍ରଧାନ ଓ ପତ୍ନୀଙ୍କ ନାମ ଅକ୍ଷରା ପ୍ରଧାନ । ସେ ତାଙ୍କର ପ୍ରାଥମିକ ଶିକ୍ଷା ଦୋହଲି ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରିଥିଲେ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ହାସଲ କରିଥିଲେ ।[୧]

ରାଜନୈତିକ ଜୀବନ ସମ୍ପାଦନା

ସେ ପ୍ରଥମେ ଶିକ୍ଷକତା କରୁଥିଲେ ।ସେ କିଶୋରନର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । ପରେ ସେ ଶିକ୍ଷକତାରୁ ରାଜନୀିରେ ପାଦ ଦେଇଥିଲେ । ସୁରେନ୍ଦ୍ର ଓଡ଼ିଶା ରାଜନୀତିରେ ଜନତା ପାର୍ଟି ଓ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ସୁରେନ୍ଦ୍ର ପ୍ରଧାନ ୨୦୧୮ ମସିହାର ଅପ୍ରେଲ ମାସ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Surendra Pradhan". odishaassembly.nic.in. Odisha Assembly. Retrieved 2 July 2020.
  2. "ପୂର୍ବତନ ବିଧାୟକ ସୁରେନ୍ଦ୍ର ପ୍ରଧାନଙ୍କ ପରଲୋକ". dharitri.com/e-Paper/Angul. ୧୩ ଅପ୍ରେଲ ୨୦୧୮. p. ୭. Retrieved 7 April 2021. {{cite web}}: Check date values in: |date= (help)