ହିମାଂଶୁ ଶେଖର ପାଢ଼ୀ
ହିମାଂଶୁ ଶେଖର ପାଢ଼ୀ (୧ ନଭେମ୍ବର ୧୯୧୯ - ୨୯ ଅଗଷ୍ଟ ୧୯୯୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚଥର କାର୍ଯ୍ୟ କରିଥିଲେ ଏବଂ ଥରେ ଉପ-ବାଚସ୍ପତି ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୨, ୧୯୫୭, ୧୯୬୧, ୧୯୬୭ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବୌଦ୍ଧ ଓ ଫୁଲବାଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ, ୩ୟ, ୪ର୍ଥ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ହିମାଂଶୁ ଶେଖର ପାଢ଼ୀ | |
---|---|
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୮୫ | |
ପୂର୍ବ ଅଧିକାରୀ | ନଟବର ପ୍ରଧାନ |
ପର ଅଧିକାରୀ | ସୁଜିତ କୁମାର ପାଢ଼ୀ |
ନିର୍ବାଚନ ମଣ୍ଡଳୀ | ବୌଦ୍ଧ |
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | ଅନିରୁଦ୍ଧ ଦୀପ |
ପର ଅଧିକାରୀ | ନଟବର ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ବୌଦ୍ଧ |
ବିଧାୟକ: ୨ୟ, ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୭ | |
ପୂର୍ବ ଅଧିକାରୀ | ବାଳକୃଷ୍ଣ ମଲିକ, ସଦାନନ୍ଦ ସାହୁ |
ପର ଅଧିକାରୀ | ବରଦା ପ୍ରସନ୍ନ କହଁର |
ନିର୍ବାଚନ ମଣ୍ଡଳୀ | ଫୁଲବାଣୀ |
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ପର ଅଧିକାରୀ | ଅନିରୁଦ୍ଧ ଦୀପ |
ନିର୍ବାଚନ ମଣ୍ଡଳୀ | ବୌଦ୍ଧ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ନଭେମ୍ବର ୧୯୧୯ |
ମୃତ୍ୟୁ | ୨୯ ଅଗଷ୍ଟ ୧୯୯୯ | (ବୟସ ୭୯)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଗଣତନ୍ତ୍ର ପରିଷଦ, ଜନ କଂଗ୍ରେସ |
ଜୀବନ ସାଥୀ | ତରଙ୍ଗିନୀ ପାଢ଼ୀ |
ସନ୍ତାନ | ସୁଜିତ କୁମାର ପାଢ଼ୀ |
ବାପା/ବୋଉ | କୁଞ୍ଜ ବିହାରୀ ପାଢ଼ୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାହିମାଂଶୁ ଶେଖର ପାଢ଼ୀ ୧୯୧୯ ମସିହାର ନଭେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୁଞ୍ଜ ବିହାରୀ ପାଢ଼ୀ ଓ ପତ୍ନୀଙ୍କ ନାମ ତରଙ୍ଗିନୀ ପାଢ଼ୀ ।[୧] ତାଙ୍କ ପୁଅ ସୁଜିତ କୁମାର ପାଢ଼ୀ ମଧ୍ୟ ଜଣେ ରାଜନେତା ଭାବରେ ଓଡ଼ିଶା ବିଧାନ ସଭାରେ ଥରେ କାର୍ଯ୍ୟ କରିଛନ୍ତି ।
ରାଜନୈତିକ ଜୀବନ
ସମ୍ପାଦନାହିମାଂଶୁ ଓଡ଼ିଶା ରାଜନୀତିରେ ପ୍ରଥମେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦରେ ଏବଂ ପରେ ଜନ କଂଗ୍ରେସରେ ଓ ଶେଷରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ପାଞ୍ଚଥର କାର୍ଯ୍ୟ କରିଥିଲେ । ୧୯୫୭ରୁ ୧୯୫୯ ମସିହା ଯାଏଁ ଓ ୧୯୬୭ରୁ ୧୯୭୧ ମସିହାଯାଏଁ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ୧୯୮୦ ମସିହାରୁ ୧୯୮୫ ମସିହା ପର୍ଯ୍ୟନ୍ତ ସେ ୮ମ ଓଡ଼ିଶା ବିଧାନ ସଭାରେ ଉପ-ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୫୧ | ୧୯୫୭ | ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା | ବୌଦ୍ଧ | ସ୍ୱାଧୀନ |
୧୯୫୭ | ୧୯୬୧ | ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା | ଫୁଲବାଣୀ | ଗଣତନ୍ତ୍ର ପରିଷଦ |
୧୯୬୧ | ୧୯୬୭ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା | ଫୁଲବାଣୀ | ଜନ କଂଗ୍ରେସ |
୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ବୌଦ୍ଧ | ଜନ କଂଗ୍ରେସ |
୧୯୮୦ | ୧୯୮୫ | ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା | ବୌଦ୍ଧ | ଭାରତୀୟ ଜାତୀୟ କଂଗ୍ରେସ |
ମୃତ୍ୟୁ
ସମ୍ପାଦନାହିମାଂଶୁ ୧୯୯୯ ମସିହାର ଅଗଷ୍ଟ ୨୯ ତାରିଖରେ ୭୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Himansu Sekhar Padhi". odishaassembly.nic.in. Odisha Assembly. Retrieved 26 April 2021.