ବରଦା ପ୍ରସନ୍ନ କହଁର

ଓଡ଼ିଆ ରାଜନୀତିଜ୍ଞ

ବରଦା ପ୍ରସନ୍ନ କହଁର (ମୃତ୍ୟୁ: ୫ ଜୁଲାଇ ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଫୁଲବାଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ବରଦା ପ୍ରସନ୍ନ କହଁର
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀହିମାଂଶୁ ଶେଖର ପାଢ଼ୀ
ପର ଅଧିକାରୀଜଗଦୀଶ ଜାନୀ
ନିର୍ବାଚନ ମଣ୍ଡଳୀଫୁଲବାଣୀ
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୫ ଜୁଲାଇ ୨୦୦୭(୨୦୦୭-୦୭-୦୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀଗୌରୀ ଦେବୀ
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ବରଦା ପ୍ରସନ୍ନ କହଁରଙ୍କ ବାପାଙ୍କ ନାମ ଉତର ଜାନୀ ଓ ପତ୍ନୀଙ୍କ ନାମ ଗୌରୀ ଦେବୀ ।[୧]

ରାଜନୈତିକ ଜୀବନ ସମ୍ପାଦନା

ବରଦା ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟି କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ବରଦା ୨୦୦୭ ମସିହାର ଜୁଲାଇ ୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Barada Prasanna Kanhar". odishaassembly.nic.in. Odisha Assembly. Retrieved 22 April 2021.