ହବିବୁଲ୍ଲା ଖାଁ
ହବିବୁଲ୍ଲା ଖାଁ (୧ ମଇ ୧୯୩୪ - ୧୪ ଫେବୃଆରୀ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ନଅ ଥର କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୪, ୧୯୭୭, ୧୯୮୦, ୧୯୮୫, ୧୯୯୦, ୧୯୯୫, ୨୦୦୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନବରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ, ୭ମ, ୮ମ, ୯ମ, ୧୦ମ, ୧୧ଶ, ୧୨ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ହବିବୁଲ୍ଲା ଖାଁ | |
---|---|
ବିଧାୟକ: ୫ମ, ୬ଷ୍ଠ, ୭ମ, ୮ମ, ୯ମ, ୧୦ମ, ୧୧ଶ, ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୫୭ | |
ପୂର୍ବ ଅଧିକାରୀ | ସଦାଶିବ ତ୍ରିପାଠୀ |
ପର ଅଧିକାରୀ | ମନୋହର ରନ୍ଧାରୀ |
ନିର୍ବାଚନ ମଣ୍ଡଳୀ | ନବରଙ୍ଗପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ମଇ ୧୯୩୪ |
ମୃତ୍ୟୁ | ୧୪ ଫେବୃଆରୀ ୨୦୧୫ | (ବୟସ ୮୦)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ସ୍ୱତନ୍ତ୍ର ପାର୍ଟି, କଂଗ୍ରେସ (ଇ) |
ଜୀବନ ସାଥୀ | ଜୟବୁଁ ନିଶା ବେଗମ |
ବାପା/ବୋଉ | ହାୟାତ ଖାଁ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାହବିବୁଲ୍ଲା ଖାଁ ୧୯୩୪ ମସିହାର ମଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାନ ହାୟାତ ଖାଁ ଓ ପତ୍ନୀଙ୍କ ନାମ ଜୟବୁଁ ନିଶା ବେଗମ ।[୧]
ରାଜନୈତିକ ଜୀବନ
ସମ୍ପାଦନାହବିବୁଲ୍ଲା ଖାଁ ଓଡ଼ିଶା ରାଜନୀତିରେ ପ୍ରଥମେ ସ୍ୱତନ୍ତ୍ର ପାର୍ଟି ଓ ପରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ନଅ ଥର କାର୍ଯ୍ୟ କରିଥିଲେ । ୧୯୮୦ରୁ ୧୯୮୯ ମସିହା ଯାଏଁ ଓ ୧୯୯୫ରୁ ୧୯୯୯ ମସିହା ଯାଏଁ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୭୧ | ୧୯୭୪ | ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା | ନବରଙ୍ଗପୁର | ସ୍ୱତନ୍ତ୍ର ପାର୍ଟି |
୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ନବରଙ୍ଗପୁର | ସ୍ୱତନ୍ତ୍ର ପାର୍ଟି |
୧୯୭୭ | ୧୯୮୦ | ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା | ନବରଙ୍ଗପୁର | ଭାରତୀୟ ଜାତୀୟ କଂଗ୍ରେସ |
୧୯୮୦ | ୧୯୮୫ | ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା | ନବରଙ୍ଗପୁର | କଂଗ୍ରେସ (ଇ) |
୧୯୮୫ | ୧୯୯୦ | ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା | ନବରଙ୍ଗପୁର | ଭାରତୀୟ ଜାତୀୟ କଂଗ୍ରେସ |
୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ନବରଙ୍ଗପୁର | ଭାରତୀୟ ଜାତୀୟ କଂଗ୍ରେସ |
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ନବରଙ୍ଗପୁର | ଭାରତୀୟ ଜାତୀୟ କଂଗ୍ରେସ |
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ନବରଙ୍ଗପୁର | ଭାରତୀୟ ଜାତୀୟ କଂଗ୍ରେସ |
ମୃତ୍ୟୁ
ସମ୍ପାଦନାହବିବୁଲ୍ଲା ଖାଁ ୨୦୧୫ ମସିହାର ଫେବୃଆରୀ ୧୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ "Shri Habibulla Khan". odishaassembly.nic.in. Odisha Assembly. Retrieved 4 April 2022.
- ↑ "ହବିବୁଲ୍ଲା ଖାଁ", ଉଇକିପିଡ଼ିଆ, 2022-04-04, retrieved 2022-04-04