ସୌରୀବନ୍ଧୁ କର
ସୌରୀବନ୍ଧୁ କର (୨ ଅପ୍ରେଲ ୧୯୪୮ - ୧୪ ଅପ୍ରେଲ ୨୦୨୦), ଜଣେ ଶ୍ରମିକ ନେତା ଓ ଲେଖକ ଥିଲେ ।[୧][୨] ଗଳ୍ପ, ଶିଶୁସାହିତ୍ୟ ଓ ଜୀବନୀ ଆଦି ଓଡ଼ିଆ ସାହିତ୍ୟର ବହୁ ବିଭାଗରେ ସୌରୀବନ୍ଧୁ ଲେଖନି ଚାଳନା କରିଛନ୍ତି । ସେ ୨୦୧୨ ମସିହାରେ ମାନବତାର ମହାନ ତୀର୍ଥ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।
ସୌରୀବନ୍ଧୁ କର | |
---|---|
Born | |
Died | ୧୪ ଅପ୍ରେଲ ୨୦୨୦ | (ବୟସ ୭୨)
Children | ୩ ପୁଅ, ୧ ଝିଅ |
Parent | ଅନାଥ ବନ୍ଧୁ କର ସୁଭଦ୍ରା କର |
Relatives | ବାଉରୀବନ୍ଧୁ କର |
Awards | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର- ୨୦୧୨ |
ଜୀବନୀ ସମ୍ପାଦନା
ସୌରୀବନ୍ଧୁ, ୧୯୪୮ ମସିହା ଅପ୍ରେଲ ୨ ତାରିଖରେ ଯାଜପୁର ଜିଲ୍ଲାର ଜଳସରପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଅନାଥ ବନ୍ଧୁ କର ଓ ମାତାଙ୍କ ନାମ ସୁଭଦ୍ରା କର । ସାହିତ୍ୟିକ ବାଉରୀବନ୍ଧୁ କର ତାଙ୍କର ସାନ ଭାଇ ।[୩] ଛାତ୍ରବସ୍ଥାରୁ ତାଙ୍କର ବାମପନ୍ଥୀ ଚିନ୍ତାଧାରା ରହିଥିଲା । କାନାରା ବ୍ୟାଙ୍କରୁ ସେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ । ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ଗୋଷ୍ଠୀର ଜାତୀୟ ସ୍ତରରେ ସେ ନେତୃତ୍ୱ ନେଇଥିଲେ । ସେ ଏଆଇଟିୟୁସି ସାଧାରଣ ସମ୍ପାଦକ, ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ ।[୪] ରାମକୃଷ୍ଣ ମିଶନ, ଓଡ଼ିଶା ଲେଖକ ସମବାୟ ସମିତି, ଲେଖକ ସାମୁଖ୍ୟ, ଓଡ଼ିଶା ପ୍ରଗତିବାଦୀ ଲେଖକ ସଂଘ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ଭଳି ଅନେକ ସାହିତ୍ୟ ଓ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତା ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ ।[୫] ତାଙ୍କର ୪ ସନ୍ତାନ ମଧ୍ୟରୁ ୩ଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି ।
ରଚନାବଳୀ ସମ୍ପାଦନା
ଜୀବନୀ ସମ୍ପାଦନା
- ମାନବତାର ମହାନ ତୀର୍ଥ
- ପରମହଂସ ଶ୍ରୀ ରାମକୃଷ୍ଣ
- ରାଷ୍ଟ୍ରନିର୍ମାତା ନେହେରୁ
ଶିଶୁସାହିତ୍ୟ ସମ୍ପାଦନା
- ଦେଶପ୍ରେମୀ ସ୍ୱାମୀ ବିବେକାନନ୍ଦ
- ବାବାସାହେବ ଆମ୍ବେଦକର
ଗଳ୍ପ ସଙ୍କଳନ ସମ୍ପାଦନା
- ପ୍ରଥମା
- ନିଷ୍ପ୍ରଭ ଏକଲବ୍ୟ
- ନରୋତ୍ତମ ଷଢ଼ଙ୍ଗୀର ଡାଏରୀ
- ବଉଳର ମହକ
ପ୍ରବନ୍ଧ ସମ୍ପାଦନା
- ବେଦାନ୍ତର ସ୍ୱର
- ପାରିଜାତ ଫୁଲ ଓ ଦାଦନ ଶ୍ରମିକ
- ବିସ୍ଥାପନର ସ୍ଥିତି ଓ ଗତି
- ରାସ୍ତାରେ ବଞ୍ଚୁଥିବା ମଣିଷ
ଉପନ୍ୟାସ ସମ୍ପାଦନା
- ପ୍ରତିଦ୍ୱନ୍ଦୀ
- Echharama Putra[୬]
ସମ୍ମାନ ଓ ପୁରସ୍କାର ସମ୍ପାଦନା
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର- ୨୦୧୨ (ମାନବତାର ମହାନ ତୀର୍ଥ ପୁସ୍ତକ ପାଇଁ)[୭]
- ବିଜୁ ଶ୍ରମିକ ବନ୍ଧୁ ସମ୍ମାନ - ୨୦୧୫ (ଓଡ଼ିଶା ସରକାର ପ୍ରଦତ୍ତ)[୮]
ଆଧାର ସମ୍ପାଦନା
- ↑ https://www.telegraphindia.com/1160929/jsp/odisha/story_110773.jsp
- ↑ http://odisha.gov.in/e-magazine/Orissareview/2010/November/engpdf/14-16.pdf
- ↑ "ଆର ପାରିରେ ବିଶିଷ୍ଟ ଶ୍ରମିକ ନେତା ତଥା ସାହିତ୍ୟିକ ସୌରୀବନ୍ଧୁ କର". www.samajalive.in. ସମାଜ. Archived from the original on 10 November 2020. Retrieved 14 April 2020.
- ↑ "ପରଲୋକରେ ଟ୍ରେଡ ୟୁନିୟନ ନେତା ସୌରିବନ୍ଧୁ କର". odishatv.in. ଓଟିଭି. Archived from the original on 14 April 2020. Retrieved 14 April 2020.
- ↑ "ବିଶିଷ୍ଟ ଶ୍ରମିକ ନେତା ସୌରୀବନ୍ଧୁ କରଙ୍କ ପରଲୋକ". sambad.in/. ସମ୍ବାଦ. Archived from the original on 14 April 2020. Retrieved 14 April 2020.
- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 572–. ISBN 978-81-260-0873-5.
- ↑ http://odishasahityaakademi.org/sahitya-award13.php
- ↑ ଶୁଭାଶିଷ କର. "ଓଡ଼ିଶାରେ ଶ୍ରମିକ ଆନ୍ଦୋଳନ ଓ ସୌରୀବନ୍ଧୁ କର". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 13 April 2023.