ବାଉରୀବନ୍ଧୁ କର

ଓଡ଼ିଆ ସାହିତ୍ୟିକ

ବାଉରୀବନ୍ଧୁ କର (୧୨ ସେପ୍ଟେମ୍ବର ୧୯୫୧- ୧୮ ସେପ୍ଟେମ୍ବର ୨୦୨୦), ଜଣେ ଓଡ଼ିଆ ସାହିତ୍ୟିକ ଓ ସମାଲୋଚକ ଥିଲେ । ବୃତ୍ତିରେ ସେ ଜଣେ ଅଧ୍ୟାପକ ଥିଲେ । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।[୧]

ବାଉରୀବନ୍ଧୁ କର
ଜନ୍ମ(1951-09-12)୧୨ ସେପ୍ଟେମ୍ବର ୧୯୫୧
ଖଣ୍ଡିତର, ଯାଜପୁର, ଓଡ଼ିଶା
ମୃତ୍ୟୁ୧୮ ସେପ୍ଟେମ୍ବର ୨୦୨୦(2020-09-18) (ବୟସ ୬୯)
ଶିକ୍ଷାପିଏଚଡ଼ି (୧୯୮୩)
ବୈବାହିକ-ସାଥୀହରପ୍ରିୟା
ସନ୍ତାନଶୁଭାଶିଷ, ଶୁଭଶ୍ରୀ
ପିତାମାତାଅନାଥ ବନ୍ଧୁ କର
ସୁଭଦ୍ରା କର
ସମ୍ପର୍କୀୟସୌରୀବନ୍ଧୁ କର (ବଡ଼ ଭାଇ)

ବାଉରୀବନ୍ଧୁ, ପିଲାଦିନୁ ଜଣେ ମେଧାବୀ ଛାତ୍ର ଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଓଡ଼ିଆରେ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷାଗ୍ରହଣ କରିଥିଲେ । ଉଭୟ ପରୀକ୍ଷାରେ ସେ ଶ୍ରେଷ୍ଠସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ୧୯୭୬ ମସିହାରୁ ସେ ଅଧ୍ୟାପକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ଯାଜପୁରର ଏନ୍.ସି କ‌ଲେଜ୍, କଟକର ଜେ.କେ.ବି.କେ କଲେଜ, ଭଦ୍ରକ କଲେଜ, କେନ୍ଦୁଝର କଲେଜ ଆଦିରେ ସେ ଅଧ୍ୟାପନା କରି ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଥିଲେ ।[୨]

ରଚନାବଳୀ ସମ୍ପାଦନା

  • ଓଡ଼ିଆ ସାହିତ୍ୟର ଇତିହାସ
  • ଓଡ଼ିଆ ପ୍ରବନ୍ଧ ସାହିତ୍ୟ
  • ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ
  • ଓଡ଼ିଶାର ସଂସ୍କୃତି ଓ ଇତିହାସରେ ମାଦଳାପାଞ୍ଜି
  • ଚିନ୍ତନ: ଅନୁଚିନ୍ତନ
  • ପ୍ରାବନ୍ଧିକ ନୀଳକଣ୍ଠ ଦାସ
  • ଜ୍ଞାନସାର ଜ୍ୟୋତି
  • ସମାଲୋଚନା ଭାରତୀ
  • ତିନୋଟି ସମାଲୋଚନା
  • ସାହିତ୍ୟ ସାଧକ ଡ.ମାୟାଧର ମାନସିଂହ
  • ନାନା ଆଲୋଚନା
  • ସମାଲୋଚନା ସ୍ତବକ
  • ଆଧୁନିକ ଓଡ଼ିଆ ସାହିତ୍ୟକୁ କାମପାଳ ମିଶ୍ରଙ୍କ ଦାନ
  • ବିରୂପାକ୍ଷ ପ୍ରବନ୍ଧାବଳୀ
  • ସାହିତ୍ୟ ସାଧକ କବି ଉପନ୍ଦ୍ରେ ଭଞ୍ଜ
  • ମହାପାତ୍ର ନୀଳମଣି ସାହୁ
  • କବି ରମାକାନ୍ତ ରଥ
  • ଗଦ୍ୟଶିଳ୍ପୀ କିଶୋରୀ ଚରଣ
  • ସୁରେନ୍ଦ୍ର ସମୀକ୍ଷା
  • ଗଙ୍ଗାଧର ମେହେର
  • ସମୟର ବାଲିବନ୍ତରେ ମୁଁ (ଆତ୍ମଜୀବନୀ)[୩]

ଆଧାର ସମ୍ପାଦନା

  1. "Eminent Odia literateur Bauribandhu kar passes away at 70". www.orissapost.com. orissa post. Archived from the original on 19 September 2020. Retrieved 19 September 2020.
  2. "ସାହିିତ୍ୟିକ ବାଉରୀବନ୍ଧୁଙ୍କ ପରଲୋକ". www.samajalive.in. ସମାଜ. Archived from the original on 19 September 2020. Retrieved 19 September 2020.
  3. "ଆରପାରିରେ ପ୍ରଫେସର ବାଉରୀବନ୍ଧୁ କର". www.sambad.in. Archived from the original on 19 September 2020. Retrieved 19 September 2020.