ସୋମନାଥ
ସୋମନାଥ, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ପ୍ରଥମ।ଏହା ଗୁଜରାଟ ବେରାବଲ ନିକଟସ୍ଥ ପ୍ରଭାସ ପାଟଣଠାରେ ବିରାଜମାନ।
ସୋମନାଥ ମନ୍ଦିର સોમનાથ મંદિર | |
---|---|
ନାମ | |
ମୂଳ ନାମ | Somnath Mandir |
ଦେବନାଗରୀ | सोमनाथ मन्दिर |
ଭୌଗୋଳିକ ଅବସ୍ଥିତି | |
ଦିଗବାରେଣି | 20°53′16.9″N 70°24′5.0″E / 20.888028°N 70.401389°ECoordinates: 20°53′16.9″N 70°24′5.0″E / 20.888028°N 70.401389°E |
ଦେଶ | ଭାରତ |
ରାଜ୍ୟ | ଗୁଜରାଟ |
ଜିଲ୍ଲା | ଜୁନାଗଡ଼ |
ସ୍ଥାନ | ବେରାଭଲ |
ପରମ୍ପରା | |
ମୁଖ୍ୟ ଆରାଧ୍ୟ | ସୋମନାଥ (ଶିବ) |
ମୁଖ୍ୟ ପର୍ବପର୍ବାଣୀ | ମହା ଶିବରାତ୍ରି |
ତିଆରି ଶୈଳୀ | ମନ୍ଦିର |
ଇତିହାସ ଓ ପାଳନ | |
ନିର୍ମାଣ କାଳ | ୧୯୫୧ (ବର୍ତ୍ତମାନ ଗଢ଼ଣ) |
ନିର୍ମାତା | ସର୍ଦାର ବଲ୍ଲଭଭାଇ ପଟେଲ (ବର୍ତ୍ତମାନ ଗଢ଼ଣ) |
'ମନ୍ଦିର ବୋର୍ଡ଼ | Shree Somnath Trust of Gujarat |
ୱେବସାଇଟ | somnath.org |
ପୌରାଣିକସମ୍ପାଦନ କରନ୍ତୁ
ପୌରାଣିକ ମତେ ନକ୍ଷତ୍ରପତି ଚନ୍ଦ୍ରଦେବ ବା ସୋମ ପ୍ରଥମେ ଏହି ପ୍ରଭାସ ପତନରେ ନିଜ ଶ୍ୱଶୁର ଦକ୍ଷଙ୍କ ଅଭିଶାପରୁ ଜାତ କ୍ଷୟ ବା ରାଜଯକ୍ଷ୍ମା ରୋଗରୁ ମୁକ୍ତି ପାଇବା ପାଇଁ ଭଗବାନ ଶିବଙ୍କର ଆରାଧନା କରି ଆରୋଗ୍ୟ ଲାଭ କରିଥିଲେ । ସେହିଦିନଠାରୁ ଏହି ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ନାମରେ ପ୍ରସିଦ୍ଧ । ପୌରାଣିକ ମତରେ ସତ୍ୟଯୁଗରେ ଦକ୍ଷଜାମାତା ସୋମ ଅଭିଶାପରୁ ମୁକ୍ତିପାଇବା ପରେ ପ୍ରଥମେ ସୁନାରେ ମନ୍ଦିର ନିର୍ମାଣ କରିଥିଲେ । ତ୍ରେତୟା ଯୁଗରେ ରାବଣ ଏହି ମନ୍ଦିରକୁ ରୁପାରେ ଓ ଓ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ସୋମନାଥଙ୍କ ମନ୍ଦିର ଚନ୍ଦନକାଠରେ ତିଆରି କରିଥିଲେ ।[୧]
ଇତିହାସସମ୍ପାଦନ କରନ୍ତୁ
ସୋମନାଥର ଅର୍ଥ ହେଉଛି ଚନ୍ଦ୍ରଙ୍କ ସୁରକ୍ଷାକାରୀ । ଶିବପୁରାଣ ଅନୁସାରେ ସୃଷ୍ଟିକର୍ତା ବ୍ରହ୍ମା ଓ ପାଳନକର୍ତା ବିଷ୍ଣୁଙ୍କ ମଧ୍ୟରେ କଳହ ହେବାରୁ[୨] ସେମାନଙ୍କୁ ପରୀକ୍ଷା କରିବାକୁ ଶିବଙ୍କର ଏକ ଅଲୋକ ରଶ୍ମି ସ୍ୱର୍ଗ, ମର୍ତ୍ୟ ଓ ପାତାଳ ଫୁଟି ବାହାରିଲା । ଏହି ଅଲୋକ ଶିଖାର ପ୍ରାନ୍ତକୁ ଠାବ କରିବା ଲାଗି ବିଷ୍ଣୁ ଆସିଲେ ମର୍ତ୍ୟକୁ ଓ ବ୍ରହ୍ମା ଗଲେ ସ୍ୱର୍ଗକୁ । ବ୍ରହ୍ମା ଆଲୋକ ରଶ୍ମିର ପ୍ରାନ୍ତକୁ ଦେଖିଲେ ବୋଲି ମିଛ କହିଲେ, ଶେଷରେ ବିଷ୍ଣୁ ପରାଜୟ ସ୍ୱୀକର କଲେ । ଶିବ ଏକଥା ଜାଣି ପାରି ଏକ ଦ୍ୱିତୀୟ ଅଲୋକ ସ୍ତମ୍ଭ ଭାବରେ ଆବିର୍ଭୂତ ହେଲେ ଏବଂ ବ୍ରହ୍ମାଙ୍କୁ ମିଛ କହିବାଲାଗି ଅଭିଶାପଦେଲେ ଯେ ମର୍ତ୍ୟରେ କୌଣସି ଉତ୍ସବରେ ସେ ପୂଜା ପାଇବେ ନାହିଁ । ସୃଷ୍ଟି ଥିବା ପର୍ଯ୍ୟନ୍ତ ସମସ୍ତେ ବିଷ୍ଣୁଙ୍କୁ ପୂଜା କରିବେ ଏହି ଅଲୋକ ରଶ୍ମି ହେଉଛି ଜ୍ୟୋତିର୍ଲିଙ୍ଗ ଏହାର ଏକ ଅଂଶ ହେଉଛନ୍ତି ଭଗବାନ ଶିବ । ଜ୍ୟୋତିର୍ଲିଙ୍ଗ ପୀଠରେ ଶିବଙ୍କୁ ଏକ ଅଲୋକ ସ୍ତମ୍ଭ ବା ଲିଙ୍ଗ ରୂପରେ ପୂଜା କରାଯାଏ । ଏହି ସ୍ତମ୍ଭ ଭଗବାନ ଶିବଙ୍କ ପ୍ରତୀକ । ସଧାରଣତଃ ୬୪ ଜ୍ୟୋତିର୍ଲିଙ୍ଗ ଥିବା ବିଶ୍ୱାସ କରାଯାଏ ସେଥିମଧ୍ୟରୁ ୧୨ଟି ପୀଠ ହେଉଛି ଅତି ପବିତ୍ର ମଧ୍ୟରେ ସୋମନଥ ଅନ୍ୟତମ ।
ମନ୍ଦିରସମ୍ପାଦନ କରନ୍ତୁ
ଗୁଜରାଟର ଆଜିର ସୋମନାଥ ମନ୍ଦିର ଏଭଳି ନିର୍ମାଣ କରାଯାଇଛି ମନ୍ଦିର ନିକଟ ସମୁଦ୍ର କୂଳରୁ ଅଣ୍ଟାର୍କଟିକା ପର୍ୟନ୍ତ ସରଳ ରେଖାରେ କୌଣସି ଭୂଖଣ୍ଡ ନାହିଁ, କେବଳ ରହିଛି ପାଣି । ମୁସଲମାନଙ୍କ ଦ୍ୱରା ୧୬ ଥର ଲୁଣ୍ଠନ ହୋଇଥିବା ସୋମନାଥ ମନ୍ଦିର ୧୯୪୭ରେ ପୁନଃନିର୍ମାଣ କରାଯାଇଛି । [୩]
ପୂଜା ଓ ପର୍ବପର୍ବାଣୀସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ ମିଶ୍ର, ପଣ୍ଡିତ ରାମକୃଷ୍ଣ. "ସ୍ୱୟମ୍ଭୁ ଆଦି ଜ୍ୟୋତିର୍ଲିଙ୍ଗ ଶ୍ରୀ ସୋମନାଥ". ସମୟ. Retrieved 18 February 2015.
- ↑ Venugopalam 2003, pp. 92–95
- ↑ ସମ୍ବାଦ ତା୧୯-୦୨-୨୦୧୩
ଅଧିକତଥ୍ୟସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ ସୋମନାଥ ବାବଦରେ ମାଧ୍ୟମ ରହିଛି । |
- Official Website
- Somath Jyotirlinga
- Gujarat travel guide from Wikivoyage
- ସୋମନାଥ at Curlie