ସେରମ ଅସୁସ୍ଥତା
ସେରମ ଅସୁସ୍ଥତା ରୋଗରେ ଅଣ-ମାନବ ପ୍ରୋଟିନ୍ ପାଇଁ ଆଲର୍ଜି ହୁଏ | [୨] ଏହାର ଲକ୍ଷଣରେ ସାଧାରଣତଃ ଜ୍ୱର, ରାସ, ଏବଂ ଗଣ୍ଠି ଯନ୍ତ୍ରଣା ହୁଏ । [୧] ଏହା ସାଧାରଣଃ ସଂସ୍ପର୍ଶରେ ଆସିବାର 7ରୁ 14 ଦିନ ପରେ ଘଟିଥାଏ ଏବଂ ଲକ୍ଷଣଗୁଡିକ କିଛି ସପ୍ତାହ ପର୍ଯ୍ୟନ୍ତ ରହିପାରେ | [୧] ଜଟିଳତା ବିରଳ, ଯଦିଓ ବାରମ୍ବାର ସେରମ ଅସୁସ୍ଥତା ହେଲେ କିଡନୀ ବିଫଳତା ହୋଇପାରେ | [୧]
ସେରମ ଅସୁସ୍ଥତା | |
---|---|
ବିଭାଗ | Immunology |
ଲକ୍ଷଣ | Fever, rash, joint pain[୧] |
ଅବଧି | Few weeks[୧] |
କାରଣ | Certain vaccines (such as rabies), antivenom, immunomodulators (such as rituximab or thymoglobulin)[୧][୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Blood tests, skin biopsy[୨] |
ସଠିକ ରୋଗ ନିର୍ଣ୍ଣୟ | Serum sickness–like reaction (SSLR), acute rheumatic fever, Kawasaki disease, Dengue, Stevens-Johnson syndrome, IgA vasculitis[୧][୨] |
ଚିକିତ୍ସା | Stopping the cause, antihistamines, NSAIDs, steroids, plasma exchange[୧][୨] |
Prognosis | Good[୧] |
ପୁନଃପୌନିକ | Rare[୧] |
କୌଣସି ଟିକା (ଯେପରିକି ଜଳାତଙ୍କ ଟିକା ), ଆଣ୍ଟିଭେନମ, ଏବଂ ରିଟକ୍ସିମାବ ବା ଥାଇମୋଗ୍ଲୋବ୍ୟୁଲିନ ଭଳି ଇମ୍ମ୍ୟୁନୋମୋଡ୍ୟୁଲେଟର ଯୋଗୁ ସାଧାରଣତଃ ଏହି ରୋଗ ହୁଏ । [୧] [୨] ଅନ୍ତର୍ନିହିତ କାର୍ଯ୍ୟବିଧିରେ ବିଶେଷ ଭାବରେ ଇମ୍ମ୍ୟୁନ କମ୍ପ୍ଲେକ୍ସ ପ୍ରତି ଅତ୍ୟଧିକ ସମ୍ବେଦନଶୀଳତା ଦେଖାଯାଏ | [୨] ମୂତ୍ର ପରୀକ୍ଷା, ରକ୍ତ ପରୀକ୍ଷା ଓ ଚର୍ମ ବାୟୋପ୍ସି କରି ଏହି ରୋଗ ସମର୍ଥିତ ହୁଏ । [୧] [୨]
ଏହାର ଚିକିତ୍ସାରେ ଅଚଳ ଅବସ୍ଥା ସୃଷ୍ଟି କରୁଥିବା ଦ୍ରବ୍ୟ ନେବା ବନ୍ଦ କରିଦିଆଯାଏ | [୧] ଲକ୍ଷଣରେ ଉନ୍ନତି ନିମନ୍ତ ଆଣ୍ଟିହିସ୍ଟାମିନ ଏବଂ ନନଷ୍ଟେରଏଡାଲ ଆଣ୍ଟି-ଇନ୍ଫ୍ଲାମେଟୋରୀ ଔଷଧ ବ୍ୟବହୃତ କରାଯାଇପାରେ। [୧] ଅଧିକ ଗୁରୁତର ଲକ୍ଷଣ ପାଇଁ ଷ୍ଟିରଏଡ ବ୍ୟବହାର କରାଯାଇପାରେ | [୧] ଏହା ପ୍ରଭାବଶାଳୀ ନହେଲେ ପ୍ଲାଜ୍ମା ବିନିମୟ ଏକ ବିକଳ୍ପ ହୋଇପାରେ | [୨] ଫଳାଫଳ ସାଧାରଣତଃ ଉତ୍ତମ ଅଟେ | [୧]
ସେରମ ଅସୁସ୍ଥତା ଏକ ବିରଳ ରୋଗ ଅଟେ | [୧] ବୃକ୍କ ପ୍ରତିରୋପଣ ପରେ ଥାଇମୋଗ୍ଲୋବ୍ୟୁଲିନ ଚିକିତ୍ସିତ ହେଉଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨୭% ଲୋକଙ୍କର ଏହି ଅବସ୍ଥା ହୋଇପାରେ | [୨] ସର୍ବ ପ୍ରଥମେ କ୍ଲେମେନସ ଭନ ପିରକ୍ୟେଟ ଓ ବେଲା ସିକ ଏହି ରୋଗର ସବିଶେଷ ବର୍ଣ୍ଣନା କରିଥିଲେ । [୩]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Rixe, N; Tavarez, MM (January 2020). "Serum Sickness". PMID 30855896.
{{cite journal}}
: Cite journal requires|journal=
(help) - ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ "Serum sickness". dermnetnz.org. DermNet NZ. Retrieved 14 February 2021.
- ↑ Jackson R (October 2000). "Serum sickness". J Cutan Med Surg. 4 (4): 223–5. doi:10.1177/120347540000400411. PMID 11231202.