ଜଳାତଙ୍କ ଟିକା
ଜଳାତଙ୍କ ଟିକା ଏକ ପ୍ରକାର ଟିକା ଯାହା ଜଳାତଙ୍କ ରୋଗକୁ ପ୍ରତିରୋଧ କରିବାକୁ ଦିଆଯାଏ । [୧] ଅନେକ ପ୍ରକାରର ଏହି ଟିକା ମିଳୁଛି ଓ ସମସ୍ତ ଟିକା ବିପଦମୁକ୍ତ ଓ ପ୍ରଭାବଶାଳୀ । କୁକୁର ଓ ବାଦୁଡ଼ି କାମୁଡ଼ା ପୂର୍ବରୁ ଓ ଭୂତାଣୁ ସଂସ୍ପର୍ଶରେ ଆସିବାର କିଛି ଦିନ ପର ପର୍ଯ୍ୟନ୍ତ ଏହା ଦିଆଯାଏ ।ତିନି ଡୋଜ ନେବା ପରେ ଦୀର୍ଘ କାଳ ନିମନ୍ତେ ଏହା କାର୍ଯ୍ୟକ୍ଷମ ରହେ । ମାଂସପେଶି ମଧ୍ୟରେ ବା ଚର୍ମରେ ଏହା ଇଞ୍ଜେକସନ ଆକାରରେ ଦିଆଯାଏ । ଭୂତାଣୁ ସଂସ୍ପର୍ଶରେ ଆସିବା ପରେ ଏହା ସହିତ ଜଳାତଙ୍କ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଦିଆଯାଏ । ଉଚ୍ଚ ସଙ୍କଟାପନ୍ନ ଲୋକଙ୍କୁ ସଂସ୍ପର୍ଶ ପୂର୍ବରୁ ଦେବାକୁ ସୁପାରିସ କରାଯାଏ । ମାନବ ଓ ଅନ୍ୟ ପଶୁମାନଙ୍କଠାରେ ଏହି ଟିକା କାର୍ଯ୍ୟକ୍ଷମ ଥାଏ । କୁକୁରଙ୍କୁ ଏହି ଟିକା ଦେଲେ ମାନବକୁ ସଂକ୍ରମଣ ହୋଇପାରେ ନାହିଁ । [୧]
Clinical data | |
---|---|
AHFS/Drugs.com | monograph |
MedlinePlus | a607023 |
ATC code | |
Identifiers | |
ChemSpider |
|
(what is this?) (verify) |
ସମସ୍ତ ବୟସରେ ଏହି ଟିକା ନେବା ବିପଦମୁକ୍ତ । ପ୍ରାୟ ୩୦ରୁ ୩୫% ଲୋକଙ୍କର ଇଞ୍ଜେକସନ ନେଇଥିବା ସ୍ଥାନ ଲାଲ ହୋଇଯାଏ ଓ କଷ୍ଟ ହୁଏ । ପ୍ରାୟ ୫ରୁ ୧୦ % ଲୋକଙ୍କର ଜ୍ୱର, ମୁଣ୍ଡବଥା, ବା ଅଇ ହୁଏ । ଭୁତାଣୁ ସଂସ୍ପର୍ଶରେ ଆସିବା ପରେ ଏହା ନେବାକୁ କୌଣସି ନିଷେଧ ନାହିଁ । ଅଧିକାଂଶ ଟିକାରେ ଥିମେରୋସାଲ ନ ଥାଏ । ମୁଖ୍ୟତଃ ଏସିଆ ଓ ଲାଟିନ ଆମେରିକାରେ ସ୍ନାୟୁ ତନ୍ତୁରୁ ପ୍ରସ୍ତୁତ କରାଯାଉଥିବା ଟିକା ସ୍ୱଳ୍ପ ପ୍ରଭାବୀ ଓ ଅଧିକ ପାର୍ଶ୍ୱ ପ୍ରତିକ୍ରିୟାଶୀଳ ଥାଏ । ଏହାର ବ୍ୟବହାରକୁ ଡବ୍ଲ୍ୟୁ.ଏଚ.ଓ ସୁପାରିସ କରିନାହିଁ ।[୧]
ପ୍ରଥମ ଜଳାତଙ୍କ ଟିକା ସନ ୧୮୮୫ରେ ପରିଚିତ ହୋଇଥିଲା ଓ ସନ ୧୯୦୮ରେ ଉନ୍ନତ ଟିକା ଆସିଥିଲା ।[୨]ସାରା ପୃଥିବୀରେ ନିୟୁତ ନିୟୁତ ଲୋକ ଏହି ଟିକା ନେଉଛନ୍ତି ଓ ପ୍ରତିବର୍ଷ ପ୍ରାୟ ୨୫୦,୦୦୦ଲୋକ ମୃତ୍ୟୁ ମୁଖରୁ ରକ୍ଷା ପାଉଛନ୍ତି ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩]ସନ ୨୦୧୪ଅନୁସାରେ ଗୋଟିଏ କୋର୍ଷର ହୋଲସେଲ ମୂଲ୍ୟ ୪୪ରୁ ୭୮ଆମେରିକୀୟ ଡଲାର ।[୪] ଆମେରିକାରେ ଗୋଟିଏ କୋର୍ଷର ମୂଲ୍ୟ ୭୫୦ ଡଲାର ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Rabies vaccines: WHO position paper" (PDF). Weekly epidemiological record. 32 (85): 309–320. Aug 6, 2010.
- ↑ Nunnally, Brian (2014). Vaccine Analysis: Strategies, Principles, and Control. Springer. p. 63. ISBN 9783662450246.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Vaccine, Rabies". International Drug Price Indicator Guide. Retrieved 6 December 2015.[permanent dead link]
- ↑ Shlim, David (June 30, 2015). "Perspectives: Intradermal Rabies Preexposure Immunization". Retrieved 6 December 2015.