ଜଳାତଙ୍କ ଟିକା ଏକ ପ୍ରକାର ଟିକା ଯାହା ଜଳାତଙ୍କ ରୋଗକୁ ପ୍ରତିରୋଧ କରିବାକୁ ଦିଆଯାଏ । [୧] ଅନେକ ପ୍ରକାରର ଏହି ଟିକା ମିଳୁଛି ଓ ସମସ୍ତ ଟିକା ବିପଦମୁକ୍ତ ଓ ପ୍ରଭାବଶାଳୀ । କୁକୁର ଓ ବାଦୁଡ଼ି କାମୁଡ଼ା ପୂର୍ବରୁ ଓ ଭୂତାଣୁ ସଂସ୍ପର୍ଶରେ ଆସିବାର କିଛି ଦିନ ପର ପର୍ଯ୍ୟନ୍ତ ଏହା ଦିଆଯାଏ ।ତିନି ଡୋଜ ନେବା ପରେ ଦୀର୍ଘ କାଳ ନିମନ୍ତେ ଏହା କାର୍ଯ୍ୟକ୍ଷମ ରହେ । ମାଂସପେଶି ମଧ୍ୟରେ ବା ଚର୍ମରେ ଏହା ଇଞ୍ଜେକସନ ଆକାରରେ ଦିଆଯାଏ । ଭୂତାଣୁ ସଂସ୍ପର୍ଶରେ ଆସିବା ପରେ ଏହା ସ‌ହିତ ଜଳାତଙ୍କ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଦିଆଯାଏ । ଉଚ୍ଚ ସଙ୍କଟାପନ୍ନ ଲୋକଙ୍କୁ ସଂସ୍ପର୍ଶ ପୂର୍ବରୁ ଦେବାକୁ ସୁପାରିସ କରାଯାଏ । ମାନବ ଓ ଅନ୍ୟ ପଶୁମାନଙ୍କଠାରେ ଏହି ଟିକା କାର୍ଯ୍ୟକ୍ଷମ ଥାଏ । କୁକୁରଙ୍କୁ ଏହି ଟିକା ଦେଲେ ମାନବକୁ ସଂକ୍ରମଣ ହୋଇପାରେ ନାହିଁ । [୧]

ଜଳାତଙ୍କ ଟିକା
Clinical data
AHFS/Drugs.commonograph
MedlinePlusa607023
ATC code
Identifiers
ChemSpider
  • none
 ☒NcheckY (what is this?)  (verify)

ସମସ୍ତ ବୟସରେ ଏହି ଟିକା ନେବା ବିପଦମୁକ୍ତ । ପ୍ରାୟ ୩୦ରୁ ୩୫% ଲୋକଙ୍କର ଇଞ୍ଜେକସନ ନେଇଥିବା ସ୍ଥାନ ଲାଲ ହୋଇଯାଏ ଓ କଷ୍ଟ ହୁଏ । ପ୍ରାୟ ୫ରୁ ୧୦ % ଲୋକଙ୍କର ଜ୍ୱର, ମୁଣ୍ଡବଥା, ବା ଅଇ ହୁଏ । ଭୁତାଣୁ ସଂସ୍ପର୍ଶରେ ଆସିବା ପରେ ଏହା ନେବାକୁ କୌଣସି ନିଷେଧ ନାହିଁ । ଅଧିକାଂଶ ଟିକାରେ ଥିମେରୋସାଲ ନ ଥାଏ । ମୁଖ୍ୟତଃ ଏସିଆ ଓ ଲାଟିନ ଆମେରିକାରେ ସ୍ନାୟୁ ତନ୍ତୁରୁ ପ୍ରସ୍ତୁତ କରାଯାଉଥିବା ଟିକା ସ୍ୱଳ୍ପ ପ୍ରଭାବୀ ଓ ଅଧିକ ପାର୍ଶ୍ୱ ପ୍ରତିକ୍ରିୟାଶୀଳ ଥାଏ । ଏହାର ବ୍ୟବ‌ହାରକୁ ଡବ୍ଲ୍ୟୁ.ଏଚ.ଓ ସୁପାରିସ କରିନାହିଁ ।[୧]

ପ୍ରଥମ ଜଳାତଙ୍କ ଟିକା ସନ ୧୮୮୫ରେ ପରିଚିତ ହୋଇଥିଲା ଓ ସନ ୧୯୦୮ରେ ଉନ୍ନତ ଟିକା ଆସିଥିଲା ।[୨]ସାରା ପୃଥିବୀରେ ନିୟୁତ ନିୟୁତ ଲୋକ ଏହି ଟିକା ନେଉଛନ୍ତି ଓ ପ୍ରତିବର୍ଷ ପ୍ରାୟ ୨୫୦,୦୦୦ଲୋକ ମୃତ୍ୟୁ ମୁଖରୁ ରକ୍ଷା ପାଉଛନ୍ତି ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩]ସନ ୨୦୧୪ଅନୁସାରେ ଗୋଟିଏ କୋର୍ଷର ହୋଲସେଲ ମୂଲ୍ୟ ୪୪ରୁ ୭୮ଆମେରିକୀୟ ଡଲାର ।[୪] ଆମେରିକାରେ ଗୋଟିଏ କୋର୍ଷର ମୂଲ୍ୟ ୭୫୦ ଡଲାର ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Rabies vaccines: WHO position paper" (PDF). Weekly epidemiological record. 32 (85): 309–320. Aug 6, 2010.
  2. Nunnally, Brian (2014). Vaccine Analysis: Strategies, Principles, and Control. Springer. p. 63. ISBN 9783662450246.
  3. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  4. "Vaccine, Rabies". International Drug Price Indicator Guide. Retrieved 6 December 2015.[permanent dead link]
  5. Shlim, David (June 30, 2015). "Perspectives: Intradermal Rabies Preexposure Immunization". Retrieved 6 December 2015.