କାୱାସାକି ଡିଜିଜ

(Kawasaki diseaseରୁ ଲେଉଟି ଆସିଛି)

କାୱାସାକି ଡିଜିଜ ବା କାୱାସାକି ରୋଗ (ଇଂରାଜୀ ଭାଷାରେ Kawasaki disease) ଏକ ରୋଗ ଯେଉଁଥିରେ ସାରା ଶରୀରରେ ରକ୍ତନଳୀପ୍ରଦାହ (blood vessels throughout the body become inflamed) ହୁଏ ।[୧] ଏହାର ସାଧାରଣ ଲକ୍ଷଣ ଜ୍ୱର ୫ ଦିନରୁ ଅଧିକ ସମୟ ରହିପାରେ ଓ ଜ୍ୱର ନିବାରକ ଔଷଧଦ୍ୱାରା ଉପଶମ ହୁଏନି, ବେକର ଲସିକା ଗ୍ରନ୍ଥି ବଢ଼ିଯାଏ ଓ ଆଖି, ଓଠ, ପାପୁଲି, ଯୌନାଙ୍ଗ ତ‌ଥା ପାଦତଳ ସ୍ଥାନମାନଙ୍କରେ ରାସ୍ ହୁଏ । ସୋର ଥ୍ରୋଟ ଓ ତରଳ ଝାଡ଼ା ଇତ୍ୟାଦି ଲକ୍ଷଣ ମଧ୍ୟ ଦେଖାଯାଏ । ଲକ୍ଷଣ ଆରମ୍ଭ ହେବାର ୩ ସପ୍ତାହ ମଧ୍ୟରେ ହାତ ଓ ପାଦ ଚମଡ଼ାରୁ ଚୋପା ଛାଡ଼ିଯାଏ । ତାପରେ ରୋଗ ଉପଶମ ହେବାକୁ ଲାଗେ । କେତେକ ପିଲାଙ୍କର ହୃତ୍‌ପିଣ୍ଡରେ କରୋନାରୀ ଆର୍ଟେରି (ଧମନୀ) ଆନିଉରିଜ୍ମ (coronary artery aneurysm) ହୁଏ ।[୧]

କାୱାସାକି ଡିଜିଜ
ଇଂରାଜୀ ପ୍ରତିଶବ୍ଦ କାୱାସାକି ସିଣ୍ଡ୍ରୋମ (Kawasaki syndrome),[୧] ଲିମ୍ପ ନୋଡ ସିଣ୍ଡ୍ରୋମ (lymph node syndrome) ବା ମସକ୍ୟୁଲୋକ୍ୟୁଟାନିଅସ ଲିମ୍ଫ ନୋଡ ସିଣ୍ଡ୍ରୋମ (mucocutaneous lymph node syndrome)[୨]
କାୱାସାକି ରୋଗ‌ଗ୍ରସ୍ତ ପିଲାର ଜିଭକୁ ସ୍ଟ୍ରବେରି ଜିଭ କୁହାଯାଏ ।[୩]
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିଶିଶୁରୋଗ ବିଜ୍ଞାନ
ଆଇସିଡ଼ି-୧୦M30.3
ଆଇସିଡ଼ି-୯-ସିଏମ୍446.1
ଓଏମ୍‌ଆଇଏମ୍611775
ରୋଗ ଡାଟାବେସ7121
ମେଡ଼ିସିନ-ପ୍ଲସ000989
ଇ-ମେଡ଼ିସିନarticle/965367
Patient UKକାୱାସାକି ଡିଜିଜ
MeSHD009080
Orphanet2331

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ଜେନେଟିକ ସମ୍ବେଦନଶୀଳତା ଯୋଗୁ ସଂକ୍ରମଣ ହେଲେ ଅଟୋଇମ୍ମ୍ୟୁନ ପ୍ରତିକ୍ରିୟା ହେବା ବିଶ୍ୱାସ କରାଯାଏ । ଜନସାଧାରଣଙ୍କ ମଧ୍ୟରେ ଏହା ବ୍ୟାପେନାହିଁ । ଲୋକର ଲକ୍ଷଣ ଓ ଚିହ୍ନ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ଇକୋକାର୍ଡ଼ିଓଗ୍ରାମ (ultrasound of the heart) ଓ ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ ସମର୍ଥନ କରାଯାଏ । ସ୍କାରଲେଟ ଜ୍ୱରଜୁଭେନାଇଲ ରିଉମାଟଏଡ ଆର୍ଥ୍ରାଇଟିସ (juvenile rheumatoid arthritis) ରୋଗମାନଙ୍କରେ ଏହି ରୋଗ ଲକ୍ଷଣ ଭଳି ପ୍ରଦର୍ଶନ ହୁଏ ।[୧]

ପ୍ରାରମ୍ଭିକ ଚିକିତ୍ସାରେ ଆସ୍ପିରିନ (aspirin) ଓ ଇମ୍ମ୍ୟୁନୋଗ୍ଲବ୍ୟୁଲିନ (immunoglobulin) ଦିଆଯାଏ । ଏହି ଚିକିତ୍ସା ଫଳରେ ଜ୍ୱର ୨୪ ଘଣ୍ଟା ମଧ୍ୟରେ ଉପଶମ ହୋଇଯାଏ ଓ ରୋଗୀ ସମ୍ପୁର୍ଣ୍ଣ ଆରୋଗ୍ୟ ହୁଏ । କରୋନାରୀ ଧମନୀ ରୋଗ‌ଗ୍ରସ୍ତ ହୋଇଥିଲେ ବେଳେବେଳେ ଅପରେଶନ ଆବଶ୍ୟକ ହୁଏ ।[୧] ଚିକିତ୍ସିତ ନ ହେଲେ ୨୫% ଲୋକଙ୍କର କରୋନାରୀ ଧମନୀ ସମସ୍ୟା ହୁଏ ଓ ପ୍ରାୟ ୧% ଲୋକ ମରିଯାଆନ୍ତି ।[୩][୪] ଚିକିତ୍ସା ପାଇଲେ ମାତ୍ର ୦.୧୭% ଲୋକଙ୍କର ମୃତ୍ୟୁ ସଙ୍କଟ ହୁଏ ।[୪]

କାୱାସାକି ଡିଜିଜ କ୍ୱଚିତ ହୁଏ ।[୧] ପ୍ରତି ୧୦୦,୦୦୦ ଲୋକରେ ୧୨୪ ଜଣଙ୍କୁ ଏହି ରୋଗ ଜାପାନରେ ହୁଏ, ଅନ୍ୟତ୍ର ୮ରୁ ୬୭ ଜଣକୁ ହୁଏ ।[୫] ୫ ବର୍ଷ ଅତିକ୍ରମ କରିବା ପରେ ଏହି ରୋଗ ସାଧାରଣତଃ କମ ଦେଖାଯାଏ । [୧] ଝିଅଙ୍କ ଅପେକ୍ଷା ପୁଅମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୧] ଜାପାନର ଟୋମିସାକୁ କାୱାସାକି (Tomisaku Kawasaki) ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ । [୫][୬]

କାୱାସାକି ରୋଗର ଭିଡିଓ ଉପସ୍ଥାପନା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Kawasaki Disease". PubMed Health (in ଇଂରାଜୀ). NHLBI Health Topics. 11 June 2014. Retrieved 26 August 2016.
  2. Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. pp. 1232–4. ISBN 1-4160-2999-0.
  3. ୩.୦ ୩.୧ Kim DS (December 2006). "Kawasaki disease". Yonsei Medical Journal. 47 (6): 759–72. doi:10.3349/ymj.2006.47.6.759. PMC 2687814. PMID 17191303.
  4. ୪.୦ ୪.୧ "Merck Manual, Online edition: Kawasaki Disease". 2014. Retrieved Aug 26, 2016.
  5. ୫.୦ ୫.୧ Lai, Wyman W.; Mertens, Luc L.; Cohen, Meryl S.; Geva, Tal (2015). Echocardiography in Pediatric and Congenital Heart Disease: From Fetus to Adult (in ଇଂରାଜୀ) (2 ed.). John Wiley & Sons. p. 739. ISBN 9781118742488.
  6. Kawasaki T (1967). "[Acute febrile mucocutaneous syndrome with lymphoid involvement with specific desquamation of the fingers and toes in children]". Arerugi. 16 (3): 178–222. PMID 6062087.