ସୂର୍ଯ୍ୟମଣି ସାମନ୍ତରାୟ
ସୂର୍ଯ୍ୟମଣି ସାମନ୍ତରାୟ (ଜନ୍ମ: ୧ ଅକ୍ଟୋବର ୧୯୪୬) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ । ସେ ୨୦୧୩ ମସିହାରେ ତାଙ୍କ ଶିଶୁ ସାହିତ୍ୟ ରଚନା ଟିଂ କୁଡ଼ୁକୁଡ଼ୁ ଟିକି ଚଢ଼େଇ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ସୂର୍ଯ୍ୟମଣି ସାମନ୍ତରାୟ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଶିକ୍ଷକ |
ଉଲ୍ଲେଖନୀୟ କୃତି | ଟିଂ କୁଡ଼ୁକୁଡ଼ୁ ଟିକି ଚଢ଼େଇ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ୨୦୧୩ |
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାସୂର୍ଯ୍ୟମଣି ବ୍ରହ୍ମପୁର କୃଷି କାର୍ଯ୍ୟାଳୟରୁ ଉପ-କୃଷି ନିର୍ଦ୍ଦେଶକ ଭାବେ ଅବସର ନେଇଥିଲେ । ତାଙ୍କର ଶିଶୁ କବିତା ଓ ଗଳ୍ପସବୁ ଶିଶୁଲେଖା, ସଂସାର, ବାନରସେନା, ମୀନାବଜାର, ସମାଜର "ଶିଶୁ ରାଇଜ", ସମ୍ବାଦର "ଶିଶୁବିହାର"ରେ ପ୍ରକାଶିତ ।[୨]
ରଚନାବଳୀ
ସମ୍ପାଦନା- ଟିଂ କୁଡ଼ୁକୁଡ଼ୁ ଟିକି ଚଢ଼େଇ
- ମୋ ମଣି ମାଣିକ
ସମ୍ମାନ
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୧ (ଟିଂ କୁଡ଼ୁକୁଡ଼ୁ ଟିକି ଚଢ଼େଇ ପାଇଁ)
- ମାତୃଭୂମିରୁ ବାଳକୃଷ୍ଣ ସ୍ମୃତି ପୁରସ୍କାର
- ଓଡ଼ିଶା ଶିଶୁ ସାହିତ୍ୟ ପରିଷଦ ପକ୍ଷରୁ ପୁରସ୍କୃତ
ଆଧାର
ସମ୍ପାଦନା- ↑ http://odishasahityaakademi.org/English/sahitya-award13.php
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୭୬୯.