ସୁଶୀଳ କୁମାର ପୃଷ୍ଟି

ଓଡ଼ିଆ ରାଜନୀତିଜ୍ଞ
(ସୁଶିଳ କୁମାର ପୃଷ୍ଟିରୁ ଲେଉଟି ଆସିଛି)

ସୁଶୀଳ କୁମାର ପୃଷ୍ଟି (୧୬ ସେପ୍ଟେମ୍ବର ୧୯୪୫ - ୨୫ ଅପ୍ରେଲ ୧୯୯୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଟଣାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସୁଶୀଳ କୁମାର ପୃଷ୍ଟି
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀବ୍ରଜମୋହନ ଠାକୁର
ପର ଅଧିକାରୀବିବେକାନନ୍ଦ ମେହେର
ନିର୍ବାଚନ ମଣ୍ଡଳୀପାଟଣାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1945-09-16)୧୬ ସେପ୍ଟେମ୍ବର ୧୯୪୫
ମୃତ୍ୟୁ୨୫ ଅପ୍ରେଲ ୧୯୯୯(1999-04-25) (ବୟସ ୫୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରଜନୀ ପୃଷ୍ଟି
ବାପା/ବୋଉବିଶ୍ୱନାଥ ପୃଷ୍ଟି (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ସୁଶୀଳ କୁମାର ପୃଷ୍ଟି ୧୯୪୫ ମସିହାର ସେପ୍ଟେମ୍ବର ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଶ୍ୱନାଥ ପୃଷ୍ଟି ଓ ପତ୍ନୀଙ୍କ ନାମ ରଜନୀ ପୃଷ୍ଟି ।[୧]

ରାଜନୈତିକ ଜୀବନ ସମ୍ପାଦନା

ସୁଶୀଳ କୁମାର ପୃଷ୍ଟି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ସୁଶୀଳ କୁମାର ପୃଷ୍ଟି ୧୯୯୯ ମସିହାର ଅପ୍ରେଲ ୨୫ ତାରିଖରେ ୫୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Sushil Kumar Prusty". odishaassembly.nic.in. Odisha Assembly. Retrieved 16 September 2021.