ସୁଧା ଚନ୍ଦ୍ରନ୍
ସୁଧା ଚନ୍ଦ୍ରନ୍ ଜଣେ ନିପୁଣ ଭରତନାଟ୍ୟମ୍ ନୃତ୍ୟାଙ୍ଗନା ଏବଂ ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ୍ର କଳାକାର। ୧୯୮୧ ମସିହା ଜୁନ୍ ମାସରେ ନିଜ ପିତା-ମାତାଙ୍କ ସହ ଚେନ୍ନାଇରୁ କାର୍ରେ ଫେରୁଥିବା ସମୟରେ ତାମିଲନାଡ଼ୁର ତିରୁଚିନାପଲ୍ଲୀ ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ସେ ନିଜର ଗୋଟିଏ ଗୋଡ଼ ହରାଇ ଥିଲେ। ସୁସ୍ଥ ହେବା ପରେ ସେ ଅଭିନୟ ପ୍ରତି ମନ ବଳାଇ ଥିଲେ। ସେ ମୁଖ୍ୟତଃ ନିଜଦ୍ୱାରା ଅଭିନୀତ କହିଁ କିସି ରୋଜ୍ରେ ରାମୋଲା ସିକନ୍ଦ୍ର ଚରିତ୍ର, ନାଗିନ୍ରେ ୟାମିନୀର ଚରିତ୍ର ଏବଂ ହମ୍ ପାଞ୍ଚ୍ (ଦ୍ୱିତୀୟ ଅଧ୍ୟାୟ)ରେ ଆନନ୍ଦର ପ୍ରଥମ ପତ୍ନୀର ଚରିତ୍ର ପାଇଁ ପରିଚିତ।
ସୁଧା ଚନ୍ଦ୍ରନ୍ | |
---|---|
ଜନ୍ମ | ସୁଧା ଚନ୍ଦ୍ରନ୍ ୨୧ ସେପ୍ଟେମ୍ବର ୧୯୬୪ |
ବୈବାହିକ-ସାଥୀ | ରବି ଡାଙ୍ଗ୍(ବିବାହ-୧୯୮୬) |
ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା
ସମ୍ପାଦନାସୁଧା ୧୯୬୪ ମସିହା ସେପ୍ଟେମ୍ବର ମାସ ୨୧ ତାରିଖରେ କେରଳଠାରେ ଜନ୍ମଗ୍ରହଣ କରିଥିଲେ।[୧] ତାଙ୍କ ପିତା କେ.ଡି. ଚନ୍ଦ୍ରନ୍ ଇରିଞ୍ଜଳକୁଦା ଏବଂ ମାତା ଥଙ୍କମ୍ ପଲକ୍କଡ଼୍ ଠାରେ ଥିବା କୁଝାଲ୍ମନ୍ନମ୍ର ବାସିନ୍ଦା ଥିଲେ। ସେ ମୁମ୍ବାଇଠାରେ ଥିବା ମିଠିବାଇ କଲେଜ୍ରୁ ନିଜର ବି.ଏ. ପଢ଼ା ଶେଷ କରି ଅର୍ଥନୀତିରେ ଏମ୍.ଏ. କରିଥିଲେ। ୧୯୮୧ ମସିହା ଜୁନ ମାସରେ ତାମିଲ୍ନାଡ଼ୁରେ ଯାତ୍ରା କରୁଥିବା ସମୟରେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ତାଙ୍କ ଗୋଡ଼ ଗୁରୁତର ଭାବେ ଆଘାତ ପ୍ରାପ୍ତ ହୋଇଥିଲା। ଏକ ସ୍ଥାନୀୟ ଡାକ୍ତରଖାନାରେ ତାଙ୍କର ଜରୁରୀକାଳୀନ ଆଶୁ ଚିକିତ୍ସା କରାଯାଇ ଥିଲା ଏବଂ ପରେ ତାଙ୍କୁ ମାଡ୍ରାସ୍ଠାରେ ଥିବା ବିଜୟ ହସ୍ପାତାଳ (Vijaya Hospital)ରେ ଭର୍ତ୍ତି କରାଯାଇ ଥିଲା। କିନ୍ତୁ ତାଙ୍କ ଡାହାଣ ଗୋଡ଼ରେ ରକ୍ତ ସଞ୍ଚାଳନ ଅଭାବରୁ କ୍ଷତ ସ୍ଥାନଟି ପଚିବାକୁ ଲାଗିଲା (Gangrene formation)। ତେଣୁ ତାଙ୍କ ଡାହାଣ ଗୋଡ଼ଟିକୁ କାଟିବାକୁ ପଡ଼ିଲା।[୨] ସୁଧା କୁହନ୍ତି ଯେ ଏହି ସମୟଟି ତାଙ୍କ ଜୀବନର ସବୁଠାରୁ କଠିନ ସମୟ ଥିଲା। ତେବେ ସେ ଜୟପୁରର କୃତ୍ରିମ ଅଙ୍ଗ (Jaipur foot) ସାହାଯ୍ୟରେ ଏହି କଠିନ ସମୟକୁ ଅତିକ୍ରାନ୍ତ କରି ପାରିଥିଲେ ଏବଂ ପରବର୍ତ୍ତୀ ସମୟରେ ଭାରତୀୟ ଉପମହାଦେଶର ଜଣେ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଭାବେ ପରିଚିତ ହୋଇପାରିଥିଲେ।[୩] ଦୁଇ ବର୍ଷର ବିଶ୍ରାମ ପରେ ତାଙ୍କର ପୁନର୍ବାର ନୃତ୍ୟ କରିବାର ନିର୍ଣ୍ଣୟକୁ ବିଶାଳ କରତାଳିଦ୍ୱାରା ସ୍ୱାଗତ କରାଯାଇ ଥିଲା। ବିଶ୍ୱର କୋଣ ଅନୁକୋଣରୁ ନୃତ୍ୟ ପ୍ରଦର୍ଶନ କରିବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇ ଥିଲା। ତାଙ୍କୁ ଅନେକ ପୁରସ୍କାର ମଧ୍ୟ ମିଳିଥିଲା। ସେ ଇଉରୋପ, କାନାଡ଼ା ଏବଂ ମଧ୍ୟ-ପୂର୍ବୀୟ ଦେଶ ମାନଙ୍କରେ ମଧ୍ୟ ନୃତ୍ୟ ପ୍ରଦର୍ଶନ କରିଥିଲେ। ଖୁବ୍ ଶୀଘ୍ର ସେ ବିଶ୍ୱ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଜଗତରେ ମଧ୍ୟ ସୁନାମ ଅର୍ଜନ କରିଥିଲେ। ଏକ ବଡ଼ ଧରଣର ଦୁର୍ଘଟଣାରେ ନିଜ ଗୋଡ଼ ହରାଇଲା ପରେ ସେ ନିଜର ଚେଷ୍ଟା ଏବଂ ସାହସ ବଳରେ ଖ୍ୟାତି ଏବଂ ସୁନାମ ଅର୍ଜନ କରି ପାରିଥିଲେ। ବର୍ତ୍ତମାନ ସେ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ।[୪]
ବୃତ୍ତି
ସମ୍ପାଦନାସୁଧା ଚନ୍ଦ୍ରନ୍ ବିଭିନ୍ନ ଭାଷାର ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ସୁଧାଙ୍କଦ୍ୱାରା ଅଭିନୀତ ତେଲୁଗୁ ଚଳଚ୍ଚିତ୍ର ମୟୂରୀ ତାଙ୍କ ଜୀବନ କାହାଣୀ ଉପରେ ପର୍ଯ୍ୟବସିତ। ୧୯୮୬ରେ ମୁକ୍ତିଲାଭ କରିଥିବା ନାଚେ ମୟୂରୀ ଚଳଚ୍ଚିତ୍ରଟି ଉପରୋକ୍ତ ତେଲୁଗୁ ଚଳଚ୍ଚିତ୍ରଟିର ଅନୁବାଦ ଥିଲା। ଏଥିରେ ଉତ୍ତର ଭାରତର ଛାପ ଆଣିବା ପାଇଁ ସୁଧାଙ୍କ ଚରିତ୍ରକୁ ଛାଡ଼ି ଅନ୍ୟ ଚରିତ୍ର ମାନଙ୍କୁ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା। ମୟୂରୀରେ ନିଜର ଅଭିନୟ ପାଇଁ ସେ ୧୯୮୬ ମସିହାରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ (National Film Awards)ରେ Special Jury Award ପାଇଥିଲେ।
ସେ ଟେଲିଭିଜନ ଧାରାବାହିକ କହିଁ କିସି ରୋଜ୍ରେ ମଧ୍ୟ ଅଭିନୟ କରିଛନ୍ତି। ଏଥିରେ ତାଙ୍କଦ୍ୱାରା ଅଭିନୀତ ଚରିତ୍ରଟି "ଗଭୀର ଇଚ୍ଛା ଶକ୍ତି"ର ପ୍ରତୀକ। ସେ ମଧ୍ୟ Amrita TVରେ ଦେଉଥିବା reality show Super Dancer Junior Series ର ବିଚାରକ ମାନଙ୍କ ମଧ୍ୟରୁ ଅନ୍ୟତମ। ସେ reality dance show Maanada Mayilada ର ଷଷ୍ଠ ଭାଗ ରେ ମଧ୍ୟ ବିଚାରକ ଅଟନ୍ତି। ବର୍ତ୍ତମାନ ସେ ତାମିଲ୍ ଧାରାବାହିକ ଥେଣ୍ଡ୍ରାଲ୍ରେ ଐଶ୍ୱର୍ଯ୍ୟାଙ୍କ ବଦଳରେ ଭୁବନା ଚରିତ୍ରରେ ଅଭିନୟ କରୁଛନ୍ତି।
ପରିବାର
ସମ୍ପାଦନା୧୯୮୬ ମସିହାରେ ତାଙ୍କ ବିବାହ ରବି ଡାଙ୍ଗ୍ଙ୍କ ସହ ହୋଇଥିଲା। ଏହି ଦମ୍ପତିଙ୍କର କେହି ସନ୍ତାନ ସନ୍ତତି ନାହାନ୍ତି।[୪]
ଟେଲିଭିଜନ
ସମ୍ପାଦନାଚଳଚ୍ଚିତ୍ର
ସମ୍ପାଦନାପୁରସ୍କାର
ସମ୍ପାଦନା- Special Jury Award : ମୟୂରୀ - ୧୯୮୬
- The Great Indian Television Academy Awards ଏକ ନକରାତ୍ମକ ଚରିତ୍ର ରେ ଅଭିନୟ ପାଇଁ ଉତ୍ତମ ଅଭିନେତ୍ରୀ : ତୁମ୍ହାରି ଦିଶା - ୨୦୦୫
- Vijay Television Awards ୨୦୧୪- ଉତ୍ତମ ସହ-ଅଭିନେତ୍ରୀ - ଦେଇବାମ୍ ଥନ୍ଧ ବେଦୁ
- Vijay Television Awards ୨୦୧୫- ଉତ୍ତମ ଶାଶୂ- ଦେଇବାମ୍ ଥନ୍ଧ ବେଦୁ
ଅଧିକ ଜାଣିବା ପାଇଁ ପଢ଼ନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ Never-say-die attitude: BACK ON THE BIG SCREEN - Sudha Chandran The Hindu. 22 February 2010.
- ↑ Amarnath K. Menon (9 ଡିସେମ୍ବର 2013). "Mayuri: A profile in courage". Retrieved 4 ଫେବୃଆରୀ 2015.
- ↑ "ଆର୍କାଇଭ୍ କପି". Archived from the original on 13 ଅକ୍ଟୋବର 2013. Retrieved 3 ଅପ୍ରେଲ 2016.
{{cite web}}
: Cite has empty unknown parameter:|1=
(help) - ↑ ୪.୦ ୪.୧ http://web.archive.org/web/20141024065758/http://www.mathrubhumi.com/mb4eves/online/malayalam/kerala/women/articles/infocus_interview-article-148768. Archived from the original on 24 ଅକ୍ଟୋବର 2014. Retrieved 13 ଡିସେମ୍ବର 2013.
{{cite web}}
: Missing or empty|title=
(help)
ବାହ୍ୟ ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସୁଧା ଚନ୍ଦ୍ରନ୍Internet Movie Database