ଜୟପୁର, ରାଜସ୍ଥାନ
ଜୟପୁର ସହର ଭାରତର ଉତ୍ତର-ପଶ୍ଚିମ ଭାଗରେ ଅବସ୍ଥିତ ରାଜସ୍ଥାନ'ରାଜ୍ୟର ରାଜଧାନୀ |
ଜୟପୁର ଗୋଲାପ ସହର | |
---|---|
ସହର, ରାଜଧାନୀ | |
![]() | |
Nickname(s): ଗୋଲାପ ସହର | |
ଦେଶ | ଭାରତ |
ରାଜ୍ୟ | ରାଜସ୍ଥାନ |
ଜିଲ୍ଲା | ଜୟପୁର ଜିଲ୍ଲା |
ସରକାର | |
• Mayor | Jyoti Khandelwal (INC) |
• Police commissioner | B.l soni |
କ୍ଷେତ୍ରଫଳ | |
• ମୋଟ | 11,117.8 km2 (4,292.6 sq mi) |
Elevation | 431 m (1,414 ft) |
ଜନସଂଖ୍ୟା (2009) | |
• ମୋଟ | ୩୧,୦୨,୮୦୮ |
• ଘନତା | 280/km2 (720/sq mi) |
[୧] | |
ଭାଷା | |
• ସରକାରୀ | ହିନ୍ଦୀ |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | 302 0xx |
Telephone code | 91141 |
ଗାଡ଼ି ପଞ୍ଜିକରଣ | RJ-14 |
ୱେବସାଇଟ | www |
ଭୂଗୋଳସମ୍ପାଦନ କରନ୍ତୁ
ଇତିହାସସମ୍ପାଦନ କରନ୍ତୁ
ରାଜଧାନୀ ନୂଆଦିଲ୍ଲୀଠାରୁ 260କିମି ଦୂରରେ ଅବସ୍ଥିତ ଜୟପୁର ଓ ଆଗ୍ରା(240)କିମିକୁ ନେଇ ପର୍ଯ୍ୟଟକଙ୍କ ନିମନ୍ତେ ସୁବର୍ଣ୍ଣ ତ୍ରିଭୁଜ ଗଠନ କରାଯାଇଛି।ହିନ୍ଦୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଏହି ନଗର ନିର୍ମାଣ କରାଯାଇଛି।ଜୟପୁର ସ୍ଥାପନାରେ 100ରୁ ଉର୍ଦ୍ଧ୍ୱ ବର୍ଷ ପରେ ଏହି ସହରକୁ ଗୋଲାପୀ ସହରର ଆଖ୍ୟା ଦିଆଯାଇଥିଲା।ଏହା ପୂର୍ବରୁ ଜୟପୁର ନାଁରେ ପରିଚିତ ଥିଲା।ଏହି ସମୟରେ ଏହି ସହର ଅ ରଙ୍ଗ ହଳଦିଆ ଓ ଧଳା ଥିଲା।ସୱାଇ ରାମ ସିଂହଙ୍କ ଶାସନ କାଳରେ ସପ୍ତମ ପ୍ରିନ୍ସ ଏଡ଼ୱାର୍ଡ ଏବଂ ରାଣୀ ଭିକ୍ଟୋରିଆଙ୍କ ସ୍ୱାଗତ ପାଇଁ ରଙ୍ଗାୟିତ କରାଯାଇଥିଲା।ଏହି ସହରକୁ 1727 ମସିହାରେ ମହାରାଜା ଦ୍ୱିତୀୟ ସୱାଇ ଜୟସିଂହ ପ୍ରତିଷ୍ଠା କରିଥିବାରୁ ତାଙ୍କ ନାମ ଅନୁସାରେ ସହରର ନାମକରଣ କରାଯାଇଥିଲା।ପ୍ରତିବର୍ଷ ନଭେମ୍ବର 18ରେ ଜୟପୁର ସହରର ପ୍ରତିଷ୍ଠା ଦିବସ ବଡ଼ ଧୁମ୍ ଧାମରେ ପାଳିତ ହୁଏ।
ପର୍ଯ୍ୟଟନସମ୍ପାଦନ କରନ୍ତୁ
- ଜନ୍ତର ମନ୍ତର
ଭାରତର ପାଞ୍ଚଟି ଆସଟ୍ରୋନୋମିକାଲ ଅବ୍ ଜେଭେଟରିଜ(ନକ୍ଷତ୍ର ଓ ଗ୍ରହାଣୁପୁଞ୍ଜର ନିରକ୍ଷଣ କେନ୍ଦ୍ର) ମଧ୍ୟରୁ ଜୟପୁରରେ ଥିବା ଜନ୍ତର ମନ୍ତର ସବୁଠାରୁ ବଡ଼।ଏହା ୟୁନେସ୍କୋର ଅନ୍ୟତମ ଐତିହ୍ୟ ମଧ୍ୟରେ ପରିଗଣିତ ହୋଇଥାଏ।
- ସିଟି ପ୍ୟାଲେସ୍
ସିଟି ପ୍ୟାଲେସ୍ ଏକ ଲୋକପ୍ରିୟ ଐତିହ୍ୟ,ଯାହା ସହରର ମଧ୍ୟ ଭାଗରେ ଅବସ୍ଥିତ। ଏହା ସହରର ଭବ୍ୟ କୀର୍ତ୍ତିରାଜି ମଧ୍ୟରୁ ଅନ୍ୟତମ।ମହଲରେ ରାଜପୁତ ଏବଂ ମୋଗଲ ଶୈଳୀ ବସ୍ତୁକଳାର ଏକ ସୁନ୍ଦର ସମାବେଶ ରହିଛି।ସିଟି ପ୍ୟାଲେସ୍ ପରିସରରେ ମହାରାଣୀ ପ୍ୟାଲେସ୍ ମଧ୍ୟ ଅବସ୍ଥିତ।ଯେଉଁଠି ରାଜପୁତ ଙ୍କର ବହୁ ପ୍ରାଚୀନ ଅସ୍ତ୍ରଶସ୍ତ୍ର ଗୁଡିକୁ ସ୍ଥାନିତ ଯାଇଛି।
- ହାୱା ମହଲ
ଏହା ଏକ ପ୍ରସିଦ୍ଧ ସ୍ମାରକୀ,ଯାହାକୁ ଜୟପୁରର ରାଜା ସୱାଇ ପ୍ରତାପ ସିଂହ 1799 ମସିହାରେ ପ୍ରତିଷ୍ଠା କରିଥିଲେ।ଏହି ସ୍ମାରକୀ ପାଞ୍ଚ ମହଲା ବିଶିଷ୍ଟ ଯାହା ଜୟପୁରର ପ୍ରସିଦ୍ଧ ଜୋହରୀ ବଜାର ନିକଟରେ ଅବସ୍ଥିତ।ଏହି ମହଲ ସମ୍ପୁର୍ଣ୍ଣ ଭାବେ ଲାଲ ଏବଂ ଗୋଲାପୀ ରଙ୍ଗର ବାଲୁକାପ୍ରସ୍ତର (ସ୍ୟାଣ୍ଡଷ୍ଟୋନ)ରେ ନିର୍ମିତ ହୋଇଛି।ଏଥିରେ 950ରୁ ଉର୍ଦ୍ଧ୍ୱ ଝରକା ଅଛି।ମହଲରେ ଏକ ପ୍ରତ୍ନତତ୍ତ୍ୱ ସଂଗ୍ରହାଳୟ ରହିଛି।
- ଗୋବିନ୍ଦ ଦେବ ଜୀ ମନ୍ଦିର
ଏହି ମନ୍ଦିରଟି ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ।ଏହି ମନ୍ଦିର ଜୟପୁରରେ ଜୟନିବାସ ଉଦ୍ୟାନରେ ଅବସ୍ଥିତ।ଏହା ଜୟପୁରର ପ୍ରସିଦ୍ଧ ମନ୍ଦିର ମଧ୍ୟରୁ ଅନ୍ୟତମ।
- ଜଲ୍ ମହଲ
ଜଲ୍ ମହଲ ରାଜସ୍ଥାନ ରାଜଧାନୀ ଜୟପୁରର ମାନସାଗର ହ୍ରଦ ମଝିରେ ଥିବା ଏକ ପ୍ରସିଦ୍ଧ ଐତିହାସିକ ମହଲ।ଆରବଳି ପାହାଡର ପାଦଦେଶରେ ଅବସ୍ଥିତ ଏହି ମହଲର ହ୍ରଦର ମଧ୍ୟଭାଗରେ ଥିବା କାରଣରୁ ଏହାକୁ "ଆଇ ବଲ୍"ମଧ୍ୟ କୁହାଯାଏ।ଏହା "ରୋମାଣ୍ଟିକ ମହଲ" ଭାବେ ମଧ୍ୟ ବେଶ୍ ପରିଚିତ।
ଏହା ବ୍ୟତୀତ ଜୟପୁରର ନାହାରଗଡ଼ ଦୁର୍ଗ,ଜୟଗଡ ଦୁର୍ଗ,ବିରଲା ମନ୍ଦିର,ରାମବାଗ ପ୍ୟାଲେସ୍,ରାଜମନ୍ଦିର ସିନେମା,ଜୟପୁର ଚିଡିଆଖାନା,ସେଣ୍ଟ୍ରାଲ ପାର୍କ,ଜବହର କଳା କେନ୍ଦ୍ର ରହିଛି।
ଆଧାରସମ୍ପାଦନ କରନ୍ତୁ
- ↑ "Provisional Population Totals, Census of India 2011; Cities having population 1 lakh and above" (PDF). Office of the Registrar General & Census Commissioner, India. Retrieved 26 March 2012.
ଅଧିକ ତଥ୍ୟସମ୍ପାଦନ କରନ୍ତୁ
- Jaipur District Administration site
- Jaipur Master Plan 2025 Map
- Facebook Page
- ଜୟପୁର, ରାଜସ୍ଥାନ travel guide from Wikivoyage
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |