ସୁଦର୍ଶନ ପଟ୍ଟନାୟକ

ଓଡ଼ିଆ ବାଲୁକା ଶିଳ୍ପୀ

ସୁଦର୍ଶନ ପଟ୍ଟନାୟକ ଓଡ଼ିଶାର ପୁରୀଠାରେ ଜନ୍ମିତ ଜଣେ ବାଲୁକା ଶିଳ୍ପୀ । ସେ ୨୦୧୪ ମସିହାରେ ପଦ୍ମଶ୍ରୀ ପୁରସ୍କାର ଲାଭ କରିଥିଲେ ।[୨] ୨୦୧୮ମସିହାରେ ତାଙ୍କୁ ପ୍ରଥମେ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଭାବରେ ନିଯୁକ୍ତ ଓ ୨୦୨୧ ମସିହାରେ ପୁନଃନିଯୁକ୍ତ କରାଯାଇଥିଲା ।[୩]

ସୁଦର୍ଶନ ପଟ୍ଟନାୟକ
Sudarshan Patnaik Bengaluru Odia Ganesa Puja2 (cropped).JPG
ଜନ୍ମ ଓ ଜନ୍ମସ୍ଥାନ (1977-04-15) ୧୫ ଅପ୍ରେଲ ୧୯୭୭ (ବୟସ ୪୫)[୧]
ଜୀବିକାବାଲୁକା ଶିଳ୍ପୀ
କାର୍ଯ୍ୟକାଳ୨୭ ବର୍ଷ
ଭୁବନେଶ୍ୱରର ଆନ୍ତର୍ଜାତୀୟ ବିମାନବନ୍ଦରରେ ସୁଦର୍ଶନ ପଟ୍ଟନାୟକଙ୍କର ଏକ କଳାକୃତି
ବିଶ୍ୱର ସବୁଠାରୁ ବଡ଼ ବାଲିର ମହଲ ପୁରୀଠାରେ ସୁଦର୍ଶନ ଗଢ଼ିଥିଲେ

ଜୀବନକାଳସମ୍ପାଦନ କରନ୍ତୁ

ସୁଦର୍ଶନ ଓଡ଼ିଶାର ପୁରୀଠାରେ ଏକ ମଧ୍ୟବିତ୍ତ ପରିବାରରେ ୧୫ ଅପ୍ରେଲ ୧୯୭୭ରେ ଜନ୍ମ ଗ୍ରହଣ କରିଥିଲେ । ସାତ ବର୍ଷ ବୟସରେ ସେ ବାଲିରେ ମୂର୍ତ୍ତି ଗଢ଼ିବା ଆରମ୍ଭ କରିଥିଲେ ।[୪] ସେ ପୁରୀରେ ୧୯୯୫ରେ ଗୋଲ୍ଡେନ ସାଣ୍ଡ ଆର୍ଟ ଇନଷ୍ଟିଚୁଟ ସ୍ଥାପନ କରିଥିଲେ । ପରେ ଏହା ସୁଦର୍ଶନ ସାଣ୍ଡ ଆର୍ଟ ଇନଷ୍ଟିଚୁଟ ନାମରେ ନାମିତ ହୋଇଥିଲା । ପୁରୀରେ ବଳରାମ ଦାସଙ୍କ କାଳରୁ ପାଖାପାଖି ୭୦୦ ବର୍ଷର ଏହି ପୁରାତନ କଳାର ବିକାଶରେ ଏହି ସଙ୍ଗଠନ କାମ କରିଥାଏ । ଏଠାକାର ଅନେକ ଛାତ୍ର ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଅଛନ୍ତି । ସେଥି ମଧ୍ୟରୁ ଇଣ୍ଡିଆଜ ଗଟ ଟ୍ୟାଲେଣ୍ଟ ୨ୟ ଭାଗ (India's Got Talent Season 2) ପ୍ରତିଯୋଗିତାର ବିଜେତା ମାନସ କୁମାର ସାହୁ ଅନ୍ୟତମ ।[ଆଧାର ଲୋଡ଼ା]

ମାନସମ୍ମାନସମ୍ପାଦନ କରନ୍ତୁ

  • ପଦ୍ମଶ୍ରୀ ୨୦୧୪[୫]
  • ଆନ୍ତର୍ଜାତୀୟ ବାଲୁକା କଳା ପୁରସ୍କାର, ବର୍ଲିନ[୪]
  • ବିଶାଳତମ ସାନ୍ତା କ୍ଲାଉସ ନିର୍ମାଣ କରି ବିଶ୍ୱ ରେକର୍ଡ଼
  • ପିପୁଲ୍ସ ଚଏସ ପୁରସ୍କାର, ୧ମ ମସ୍କୋ ଆନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପ, ରୁଷିଆ

ଏହା ବାଦ ସେ ବିଶ୍ୱ ତାପମାନ ବୃଦ୍ଧି ଉପରେ ଜନ ସଚେତନତା ବାବଦରେ ୧୫ ଫୁଟ ଉଚ୍ଚର ଗଣେଶଙ୍କର ବାଲୁକା ମୂର୍ତ୍ତୀ ନିର୍ମାଣ କରିଥିଲେ ଯାହା ଉପରେ ହିମାଳୟରୁ ବରଫ ତରଳୁଥିବାର ଛବି ସହ 'Divine Concern on Global Warming' ବୋଲି ଲେଖା ଥିଲା ।

ସେ ୩୫ରୁ ଅଧିକ ଆନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିସାରିଛନ୍ତି । ତାଙ୍କ ନିର୍ମିତ କଳା ତାଜମହଲ ଏକ ଅନୁପମ କୃତି ।

ଆଧାରସମ୍ପାଦନ କରନ୍ତୁ

  1. Basu, Sreya (13 February 2017). "Everything you want to know about Sudarsan Pattnaik". Big Wire. Retrieved 13 February 2017.
  2. "Padma Awards Announced". www.pib.nic.in. Retrieved 20 September 2018.
  3. "Acclaimed sand sculptor Sudarshan Patnaik appointed Odisha Lalit Kala president". www.newindianexpress.com. Retrieved 20 September 2018.
  4. ୪.୦ ୪.୧ The Artist: Sudarshan Pattnaik
  5. "List of Padma awardees". www.thehindu.com/. Retrieved 20 September 2018.

ଅଧିକ ତଥ୍ୟସମ୍ପାଦନ କରନ୍ତୁ