ସିପ୍ରା ମଲ୍ଲିକ
ସିପ୍ରା ମଲ୍ଲିକ (ଜନ୍ମ: ୧୬ ସେପ୍ଟେମ୍ବର ୧୯୬୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ୨୦୦୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ସିପ୍ରା ମଲ୍ଲିକ | |
---|---|
![]() | |
ବିଧାୟିକା: ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପୂର୍ବ ଅଧିକାରୀ | ଉତ୍କଳ କେଶରୀ ପରିଡ଼ା |
ପର ଅଧିକାରୀ | ସିପ୍ରା ମଲ୍ଲିକ |
ନିର୍ବାଚନ ମଣ୍ଡଳୀ | କେନ୍ଦ୍ରାପଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୬ ସେପ୍ଟେମ୍ବର ୧୯୬୧ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଜଗନ୍ନାଥ ଦାସ |
ସନ୍ତାନ | ୨ ଝିଅ |
ବାପା/ବୋଉ | ପ୍ରହଲ୍ଲାଦ ମଲ୍ଲିକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ଶିକ୍ଷା ଓ ପରିବାର ସମ୍ପାଦନ କରନ୍ତୁ
ସିପ୍ରା ମଲ୍ଲିକ ୧୯୬୧ ମସିହାର ସେପ୍ଟେମ୍ବର ମାସ ୧୬ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଥିଲା ପ୍ରହଲ୍ଲାଦ ମଲ୍ଲିକ । ସେ ଇଂରାଜୀରେ ସ୍ନାତକ ପରେ ସ୍ନାତକୋତ୍ତର କରିଥିଲେ ।[୨] ଏହାପରେ ସେ ଓକିଲାତି ପଢ଼ିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ସଂସ୍କୃତ ଭାଷାରେ ପି.ଏଚ୍.ଡି. କରିଥିଲେ ଓ ପରେ ଡି.ସି.ଏ. କରିଥିଲେ । ତାଙ୍କର କବିତା ଲେଖିବା ଏବଂ ବିଭିନ୍ନ ଭାଷା ଅଧ୍ୟୟନ କରିବାର ରୁଚି ରହିଛି ।[୩] ତାଙ୍କ ରଚିତ ଏକ ପୁସ୍ତକ ମଧ୍ୟ ପ୍ରକାଶ ପାଇଛି । ସେ ମୁହୂର୍ତ୍ତ ମଞ୍ଜରିତ ନାମକ ଏକ କାବ୍ୟ ପୁସ୍ତକ ପ୍ରକାଶ କରିଥିଲେ, ଯେଉଁଥିରେ ତାଙ୍କ ରଚିତ ଏକ କବିତା ସଂକଳନ ପ୍ରକାଶ ପାଇଥିଲା ।[୨] ସିପ୍ରା ମଲ୍ଲିକ ଡ. ଜଗନ୍ନାଥ ଦାସଙ୍କୁ ବିବାହ କରିଥିଲେ ।[୪] ଏହି ଦମ୍ପତ୍ତିଙ୍କର ଦୁଇଟି ଝିଅ ଅଛନ୍ତି । ସିପ୍ରା ରାଜନୀତିରେ ଯୋଗ ଦେବା ପୂର୍ବରୁ କଟକର ରେଭେନ୍ସା ମହାବିଦ୍ୟାଳୟରେ ଜଣେ ସଂସ୍କୃତ ପ୍ରଧ୍ୟାପିକା ଭାବରେ କାର୍ଯ୍ୟ କରୁଥିଲେ ।[୨]
ରାଜନୈତିକ ଜୀବନ ସମ୍ପାଦନ କରନ୍ତୁ
ସିପ୍ରା ମଲ୍ଲିକ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ ସହ ସକ୍ରିୟ ଅଛନ୍ତି । ସେ ୨୦୦୯ ମସିହାରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ ମସିହାରେ ଓଡ଼ିଶାରେ ଓଡ଼ିଶା ବିଧାନ ସଭା ପାଇଁ ହୋଇଥିବା ସାଧାରଣ ନିର୍ବାଚନରେ ସିପ୍ରା ବିଜୁ ଜନତା ଦଳର ଜଣେ ପ୍ରତିନିଧି ଭାବରେ କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।
ଏହି ନିର୍ବାଚନରେ ସମୁଦାୟ ୬୬.୦୧ ପ୍ରତିଶତ ମତଦାନ ହୋଇଥିଲା ଏବଂ ତନ୍ମଧ୍ୟରୁ ସିପ୍ରା ସମୁଦାୟ ଭୋଟରୁ ୫୨.୬୧ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିଲେ ।[୫] ସିପ୍ରା ସମୁଦାୟ ୬୨,୪୩୬ ଖଣ୍ଡ ଭୋଟ ପାଇଥିବାବେଳେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଗଣେଶ୍ୱର ବେହେରା ସମୁଦାୟ ୪୬,୫୦୫ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ଥିଲେ ଏବଂ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ବିଜୟ କୁମାର ମଲ୍ଲିକ ଏହି ନିର୍ବାଚନରେ ସମୁଦାୟ ୬,୮୬୧ ଖଣ୍ଡ ଭୋଟ ପାଇଁ ୩ୟ ସ୍ଥାନରେ ଥିଲେ ।[୬] ଏହି ନିର୍ବାଚନରେ ଲଢ଼ିଥିବା ବାକି ୬ଟି ରାଜନୈତିକ ଦଳର ପ୍ରାର୍ଥୀମାନେ ୧୦୦୦ରୁ କମ ଖଣ୍ଡ ଭୋଟ ପାଇଥିଲେ । ଏହି ନିର୍ବାଚନରେ ସିପ୍ରା ବିଜୟୀ ହୋଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୦୯ ମସିହାରୁ ୨୦୧୪ ମସିହାଯାଏଁ କେନ୍ଦ୍ରାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।[୩] ସିପ୍ରା ଏହି ବିଧାନ ସଭାରେ ଭାଷାଗତ ଲଘୁ ସମ୍ପ୍ରଦାୟ ଗୃହ କମିଟି, ରେଳବାଇ ଗୃହ କମିଟି ଓ ପାଠାଗାର ଆଦି କମିଟିରେ ୨୦୧୨ ମସିହାରୁ ୨୦୧୩ ମସିହାଯାଏଁ ବିଭିନ୍ନ ସମୟରେ କାର୍ଯ୍ୟ କରିଥିଲେ ।[୨]
୨୦୧୪ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସିପ୍ରା ମଲ୍ଲିକଙ୍କୁ ବିଜୁ ଜନତା ଦଳ ତରଫରୁ ନିର୍ବାଚନ ଲଢ଼ିବାପାଇଁ ଟିକେଟ ମିଳିନଥିଲା, ଫଳରେ ସେ ନିର୍ବାଚନ ଲଢ଼ିନଥିଲେ ।[୭][୮] ସେ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗରେ ଜଣେ ସଦସ୍ୟ ଭାବରେ ସେ ଏବେ କାର୍ଯ୍ୟ କରୁଛନ୍ତି ।[୯][୧୦] ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି ନବୀନ ପଟ୍ଟନାୟକ ପ୍ରଣବ ମୁଖାର୍ଜୀଙ୍କୁ ଚିଠି ଲେଖିଥିଲେ । ସେହି ସମୟରେ ସିପ୍ରା ମଲ୍ଲିକ ମଧ୍ୟ ଏହା ଉପରେ ତାଙ୍କର ମତ ରଖିଥିଲେ ।[୧୧]
ଆଧାର ସମ୍ପାଦନ କରନ୍ତୁ
- ↑ ୧.୦ ୧.୧ "MLA Sipra Mallick Profile | KENDRAPARA Constituency". naveenpatnaik.com. Retrieved 2019-03-01.
- ↑ ୨.୦ ୨.୧ ୨.୨ ୨.୩ "Smt. Sipra Mallick". odishaassembly.nic.in. Retrieved 2019-03-01.
- ↑ ୩.୦ ୩.୧ "MLA Sipra Mallick Profile | KENDRAPARA Constituency". www.odishahelpline.com. Retrieved 2019-03-01.
- ↑ "Sipra Mallick : Biju Janata Dal, MLA , Kendrapara Constituency". Janpratinidhi. Retrieved 2019-03-01.
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 2013-05-27. Retrieved 12 April 2014.
15931
- ↑ "BJD denies ticket to ex-law minister". The Indian Express (in Indian English). 2014-03-24. Retrieved 2019-03-01.
- ↑ Reporter, B. S. (2014-03-24). "BJD drops 7 sitting MLAs in latest list for 15 assembly seats". Business Standard India. Retrieved 2019-03-01.
- ↑ "Odisha State Food Commission". odishafoodcommission.nic.in. Retrieved 2019-03-01.
- ↑ May 9, P. T. I.; May 9, 2016UPDATED:; Ist, 2016 20:20. "Jamuda named chairperson of State Food Commission". India Today (in ଇଂରାଜୀ). Retrieved 2019-03-01.
{{cite web}}
: CS1 maint: extra punctuation (link) CS1 maint: numeric names: authors list (link) - ↑ "Prez will go through demand for special status: Naveen". News18. Retrieved 2019-03-01.