ପ୍ରହଲ୍ଲାଦ ମଲ୍ଲିକ

ଓଡ଼ିଆ ରାଜନୀତିଜ୍ଞ

ପ୍ରହଲ୍ଲାଦ ମଲ୍ଲିକ (୧୪ ଅକ୍ଟୋବର ୧୯୨୯ - ୧୫ ମାର୍ଚ୍ଚ ୧୯୯୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ଦଳ, ଉତ୍କଳ କଂଗ୍ରେସ ଓ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ପ୍ରହଲ୍ଲାଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୫ଥର କାର୍ଯ୍ୟ କରିଥିଲେ ଏବଂ ଜଣେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧, ୧୯୭୧, ୧୯୭୪ ଓ ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଯଥାକ୍ରମେ ୨ୟ, ୩ୟ, ୫ମ, ୬ଷ୍ଠ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ବିଧାୟିକା ସିପ୍ରା ମଲ୍ଲିକ ଓ ଓଡ଼ିଆ ଲେଖିକା ସୁପ୍ରିୟା ମଲ୍ଲିକ ଉଭୟ ତାଙ୍କ ଝିଅ ।

ପ୍ରହଲ୍ଲାଦ ମଲ୍ଲିକ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ନିର୍ବାଚନ ମଣ୍ଡଳୀପାଟକୁରା
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ନିର୍ବାଚନ ମଣ୍ଡଳୀବରୀ-ଡେରାବିଶ
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ନିର୍ବାଚନ ମଣ୍ଡଳୀପଟ୍ଟାମୁଣ୍ଡାଇ
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୧
ପର ଅଧିକାରୀବିଜୁ ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀରାଜନଗର
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ନିର୍ବାଚନ ମଣ୍ଡଳୀପଟ୍ଟାମୁଣ୍ଡାଇ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1929-10-14)ଅକ୍ଟୋବର ୧୪, ୧୯୨୯
ମୃତ୍ୟୁ୧୫ ମାର୍ଚ୍ଚ ୧୯୯୦(1990-03-15) (ବୟସ ୬୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଉତ୍କଳ କଂଗ୍ରେସ, ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଜେମାମଣି ଦେବୀ
ବାପା/ବୋଉପ୍ରାଣକୃଷ୍ଣ ମଲ୍ଲିକ (ବାପା)‌
ବୃତ୍ତିରାଜନୀତିଜ୍ଞ

ପରିବାର ଓ ଶିକ୍ଷା ସମ୍ପାଦନା

ପ୍ରହଲ୍ଲାଦ ମଲ୍ଲିକ ୧୯୨୯ ମସିହାର ଅକ୍ଟୋବର ମାସ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ପ୍ରାଣକୃଷ୍ଣ ମଲ୍ଲିକ ଓ ପତ୍ନୀଙ୍କ ନାମ ଜେମାମଣି ଦେବୀ ।[୧] ପ୍ରହଲ୍ଲାଦଙ୍କ ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୧]

ରାଜନୈତିକ ଜୀବନ ସମ୍ପାଦନା

ପ୍ରହଲ୍ଲାଦ ମଲ୍ଲିକ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ଉତ୍କଳ କଂଗ୍ରେସ ଓ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୫ଥର କାର୍ଯ୍ୟ କରିଥିଲେ ।[୧]


ମୃତ୍ୟୁ ସମ୍ପାଦନା

ପ୍ରହଲ୍ଲାଦ ୧୯୯୦ ମସିହାର ମାର୍ଚ୍ଚ ମାସ ୧୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Prahlad Mallik". odishaassembly.nic.in. Odisha Assembly. Retrieved 11 December 2019.