ସଞ୍ଜୁ ସାମସନ

ଭାରତୀୟ କ୍ରିକେଟ ଖେଳାଳି
(ସାଞ୍ଜୁ ସାମସନରୁ ଲେଉଟି ଆସିଛି)

ସଞ୍ଜୁ ବିଶ୍ୱନାଥ ସାମସନ (ଜନ୍ମ : ୧୧ ନଭେମ୍ବର ୧୯୯୪), ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ କେରଳ ରାଜ୍ୟ ପାଇଁ ରଣଜୀ ଟ୍ରଫି ଖେଳନ୍ତି ଓ ଏହାର ସର୍ବକନିଷ୍ଠ ଅଧିନାୟକ ହେବାର ଗୌରବର ଅଧିକାରୀ । ସେ ଜଣେ ୱିକେଟ କିପର ବ୍ୟାଟସ ମେନ ଭାବରେ ଖେଳନ୍ତି । ସେ ଆଇପିଏଲରେ ଦିଲ୍ଲୀ ଦଳ ପାଇଁ ଖେଳିବା ସହ ଭାରତୀୟ ଜାତୀୟ ଦଳ ପାଇଁ ଟି୨୦ ଅନ୍ତର୍ଜାତିୟ ମ୍ୟାଚ ଖେଳିଛନ୍ତି । ସେ ଆଇପିଏଲରେ ସର୍ବକନିଷ୍ଠ ଖେଳାଳି ଭାବରେ ୧୦୦୦ ରନ କରିବା ସହ ରଣଜୀ ଟ୍ରଫିରେ ୨ ଥର ଦ୍ୱିଶତକ ହାସଲ କରିଛନ୍ତି ।[୧]   ସେ କେରଳର ତ୍ରିଭାନ୍ଦ୍ରମଠାରେ ଜନ୍ମ ଗ୍ରହଣ କରି କେରଳରାଜ୍ୟ ପାଇଁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ମାତ୍ର ୧୮ ବର୍ଷ ବୟସରେ ସେ ଆଇପିଏଲ ଖେଳି ସେ ସର୍ବକନିଷ୍ଠ ଖେଳାଳି ଭାବରେ ଆଇପିଏଲ ଓ ଚମ୍ପିୟାନସିପ୍ ଟ୍ରଫିରେ ଅର୍ଦ୍ଧଶତକ ହାସଲ କରିଥିଲେ । [୨][୩]୨୦୧୩ ମସିହାରେ ସେ ଶ୍ରେଷ୍ଠ ତରୁଣ ଖେଳାଳି ଭାବେ ଆଇପିଏଲରେ ପୁରସ୍କୃତ ହେଇଥିଲେ । ସେ ୧୯ ବର୍ଷରୁ କମ ଭାରତୀୟ ଦଳର ଉପଅଧିନାୟକ ଭାବରେ ଅଷ୍ଟ୍ରେଲିଆଠାରେ ଖେଳିଥିଲେ । [୪][୫] ୨୦୧୪ ମସିହାରେ ସେ ଭାରତୀୟ ଦଳ ସହ ଇଂଲଣ୍ଡ ଗସ୍ତରେ ଯାଇଥିଲେ । [୬]

Sanju Samson
ବ୍ୟକ୍ତିଗତ ତଥ୍ୟ
ନାମSanju Viswanath Samson
ବ୍ୟାଟିଂ ପ୍ରକାରRight-hand bat
ଭୂମିକାWicket-keeper
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟି୨୦ (cap 55)19 July 2015 v Zimbabwe
ଟି୨୦ ଜାମା ନମ୍ବର7
ଘରୋଇ ଦଳ ତଥ୍ୟ
YearsTeam
2011-presentKerala
2012Kolkata Knight Riders
2013-2015Rajasthan Royals
2016-presentDelhi Daredevils
Career statistics
ପ୍ରତିଯୋଗିତା FC List A T20 T20I
ମ୍ୟାଚ ସଂଖ୍ୟା 21 29 48 1
ମୋଟ ରନ 1386 1004 1016 19
ବ୍ୟାଟିଂ ହାର 44.70 32.30 24.78 19
ଶତକ/ଅର୍ଦ୍ଧଶତକ 5/4 -/4 -/7 -/-
ସର୍ବାଧିକ ରନ 211 85* 76 19
ବଲ ସଂଖ୍ୟା - - - -
ଉଇକେଟ - - - -
ବୋଲିଂ ହାର - - - -
ଇନିଙ୍ଗସରେ ୫ଟି ଉଇକେଟ -  – - -
ମ୍ୟାଚରେ ୧୦ଟି ଉଇକେଟ  – - - -
ସବୁଠୁ ଭଲ ବୋଲିଂ - - - -
କ୍ୟାଚ/ଷ୍ଟମ୍ପିଙ୍ଗ 18/5 30/5 32/4 1/-
Source: [୧], 26 February 2015

ପ୍ରାରମ୍ଭିକ ଜୀବନୀ  ସମ୍ପାଦନା

କେରଳର ତ୍ରିଭାନ୍ଦ୍ରମଠାରେ ଲୀଳୋ ଓ ବିଶ୍ୱନାଥ ସମସନଙ୍କ ପୁତ୍ର ହିସାବରେ ଜନ୍ମିତ ସଞ୍ଜୁଙ୍କ ପିତା ଦିଲ୍ଲୀରେ କର୍ମ କରୁଥିବାରୁ ବାଲ୍ୟାବସ୍ଥା ଦିଲ୍ଲୀରେ କଟାଇଥିଲେ । ପିତାଙ୍କଠାରୁ ପ୍ରେରଣା ପାଇ ସେ ବାଲ୍ୟ ଅବସ୍ଥାରୁ କ୍ରିକେଟ ପ୍ରତି ଆଗ୍ରହୀ ଥିଲେ । ପରେ ସେ ଥିରୁଅନନ୍ତପୁରମ[୭] ଆସି ସେଠାରେ ତାଙ୍କ ପାଠ ପଢ଼ା ସହ କ୍ରିକେଟ ଖେଳ ଜାରି ରଖିଥିଲେ । 

ଆନ୍ତର୍ଜାତିୟ ପ୍ରଦର୍ଶନ  ସମ୍ପାଦନା

୨୦୧୪ ଅଗଷ୍ଟରେ ସେ ଜାତୀୟ ଦଳ ପାଇଁ ବଛା ହେଇ ଇଂଲଣ୍ଡ ଗସ୍ତରେ ଯାଇଥିଲେ । ମାତ୍ର ଧୋନୀଙ୍କ ଉପସ୍ଥିତି ଯୋଗୁ କୌଣସି ମ୍ୟାଚ ଖେଳିବାର ସୁଯୋଗ ପାଇ ନଥିଲେ । ପରେ ସେ ଜିମ୍ବାୱେ ଦଳ ବିପକ୍ଷରେ ତାଙ୍କର ଅନ୍ତର୍ଜାତିୟ ମ୍ୟାଚ ଖେଳି ଥିଲେ । .[୮] 

ଆଧାର  ସମ୍ପାଦନା

  1. "Yuvraj Singh excluded from India's for ODIs against England, Sanju Samson, Karn Sharma selected". Daily News and Analysis. 5 August 2014. Retrieved 5 August 2014.
  2. "IPL Stats: Sanju Samson youngest player to score an IPL fifty". sports.ndtv.com.
  3. "Royals keep home streak going with comfortable win". espncricinfo.com.
  4. "Zol to captain India U-19s in Australia tri-series". espncricinfo.com. 15 Jun 2013. Retrieved 17 June 2013.
  5. "Vijay Zol to lead India juniors in Australia". sports.ndtv.com.
  6. "Yuvraj Singh excluded from India's for ODIs against England, Sanju Samson, Karn Sharma selected". Daily News and Analysis. 5 August 2014. Retrieved 5 August 2014.
  7. http://ukmalayalee.com/cricket-news/news.php?id=MTM5Nw==[permanent dead link]
  8. "Sanju Samson, Karn Sharma get India call-up".

ବାହାର ଲିଙ୍କ  ସମ୍ପାଦନା