ସାଇନା ନେହୱାଲ
ସାଇନା ନେହୱାଲ (ଜନ୍ମ-୧୭ ମାର୍ଚ୍ଚ ୧୯୯୦) ଜଣେ ଭାରତୀୟ ମହିଳା ବ୍ୟାଡ଼ମିଟନ ଖେଳାଳୀ। ତାଙ୍କ ପିତାଙ୍କ ନାମ ଡ.ହରବୀର ସିଂହ ନେହୱାଲ ଓ ମାତାଙ୍କ ନାମ ଊଷା ନେହୱାଲ । ଉଭୟ ହରିଆଣାର ପୂର୍ବତନ ରାଜ୍ୟ ବ୍ୟାଡ଼ମିଟନ ଚାମ୍ପିଆନ ଥିଲେ। ସାଇନା ବ୍ୟାଡ଼ମିଟନକୁ ଆସିବାର ପ୍ରେରଣା ପିତାମାତାଙ୍କଠାରୁ ପାଇଥିଲେ। ୨୦୦୨ମସିହାରେ ସ୍ପୋର୍ଟସ ବ୍ରାଣ୍ଡ ୟୋନିକ୍ସ ପ୍ରାୟୟୋକ ହେବାପରେ ୨୦୦୪ ମସିହାରେ ବିପିସିଏଲ ସାଇନାଙ୍କୁ ଆର୍ଥିକ ସହାୟତା ଦେଇଥିଲେ। ପରେ ଅଲିମ୍ପିକ ଗୋଲ୍ଡ କ୍ୱେଷ୍ଟ ସହାୟତାରେ ସାଇନା ନିଜ ବ୍ୟାଡ଼ମିଟନ କ୍ୟ୍ୟାରିଅର ଆଗକୁ ବଢେଇଥିଲେ।[୪]ପ୍ରଥମେ ଖେଳାଳୀ ଭାବେ ଏସିଆନ ସାଟେଲାଇଟ ବ୍ୟାଡ଼ମିଟନ ଟୁର୍ଣ୍ଣାମେଣ୍ଟକୁ ଦୁଇଥର ଜିତି ସାଇନା ଲୋକଲୋଚନକୁ ଆସିଥିଲେ।ଘରୋଇ ସ୍ତରରେ ଷ୍ଟାରର ମାନ୍ୟତା ପାଇସାରିଥିବା ସାଇନା ଏହିଠାରୁ ଆନ୍ତର୍ଜାତିକ ସଫଳତା ପାଇଥିଲେ। ୨୦୦୬ରେ ଏକ ଫୋର ଷ୍ଟାର ଟୁର୍ଣ୍ଣାମେଣ୍ଟ ଜିତି ସେ ଚୀନ ଓ ଇଣ୍ଡୋନେସିଆ ଖେଳାଳୀଙ୍କ ପାଇଁ ବିପଦ ଭାବେ ଉଭା ହେଇଥିଲେ।[୫]୨୦୧୨ଲଣ୍ଡନ ଅଲିମ୍ପିକରେ ସାଇନା ନେହୱାଲ ପ୍ରଥମ ଭାରତୀୟ ମହିଳା ଭାବେ ବ୍ୟାଡ଼ମିଟନରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ସାଇନା ନେହୱାଲ | |
---|---|
![]() | |
ବ୍ୟକ୍ତିଗତ ତଥ୍ୟ | |
ଜନ୍ମ | [୧] ହିସର, ହରିଆଣା | ୧୭ ମାର୍ଚ୍ଚ ୧୯୯୦
ବାସସ୍ଥାନ | ହାଇଦ୍ରାବାଦ, ଆନ୍ଧ୍ର ପ୍ରଦେଶ |
ଉଚ୍ଚତା | 1.65 m (5 ft 5 in) |
ଓଜନ | 60 kg (130 lb) |
ଦେଶ | ![]() |
କେଉଁ ହାତ ବ୍ୟବହାର କରନ୍ତି | Right |
Women's singles | |
ସର୍ବୋଚ୍ଚ ରାଙ୍କ | 2[୨] (December 2, 2010) |
ବର୍ତ୍ତମାନ ରାଙ୍କ | 4[୩] (15 March 2012) |
Title(s) | 2009 Indonesia Super Series, 2010 Singapore Super Series, 2010 Indonesia Super Series, 2010 Hong Kong Super Series, Chinese Taipei Open, 2010 India Open Grand Prix Gold, Swiss Open (badminton) 2011, Swiss Open 2012, 2012 Indonesia Super Series Premier, 2012 Summer Olympics |
ପ୍ରାଥମିକ ଜୀବନସମ୍ପାଦନ କରନ୍ତୁ
ସାଇନା ହରିଆଣାର ହିସାର ଜିଲ୍ଲାର ଧିନ୍ଦାର ଗାଁରେ ଏକ ଜେଠ ପରିବାରରେ ଜନ୍ମ।[୬]ପିଲାବେଳେ ତାଙ୍କର ବ୍ୟାଡ଼ମିଟନ ପ୍ରତି ଆଗ୍ରହ ନଥିଲା। ବ୍ୟାଡ଼ମିଟନ ଖେଳରେ ଆଧିପତ୍ୟ ବିସ୍ତାର କରୁଥିବା ସାଇନା ତାଙ୍କ ଖେଳ ଜୀବନ କରାଟେରୁ ଆରମ୍ଭ କରିଥିଲେ। କିଛିଟା ସଫଳତା ସହ କରାଟେ ଭଳି ବିପଦଜ୍ଜନକ ଖେଳରେ ଏହି ହାଇଦ୍ରାବାଦୀ ତରୁଣୀ ବ୍ରାଉନ ବେଲ୍ଟ ହାସଲ କରିଥିଲେ।[୭]ତେବେ କୋଚଙ୍କ ଦୁଃସାହସିକ ନିର୍ଦ୍ଦେଶ ପାଇଁ ଶିଶୁ ସାଇନା କରାଟେ ଛାଡିବାର ନିଷ୍ପତ୍ତି କରିନେଇଥିଲେ। କୋଚ ପେଟ ଉପରେ ମୋଟରସାଇକଲ ଚଢାଇବାକୁ କହିବାପରେ ୮ ବର୍ଷୀୟା ସାଇନା କରାଟେ ଛାଡି ବ୍ୟାଡ଼ମିଟନକୁ ଓହ୍ଲାଇଥିଲେ। ସାଇନାଙ୍କ ପିଲାବେଳ ଚୌଧୁରୀ ଚରଣ ସିଂହ ହରିଆଣ କୃଷି ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସରେ କଟିଥିଲା[୮]। ପିତା ଡ.ହରବୀର ସିଂହ ନେହୱାଲ ଏହି ବିଶ୍ୱବିଦ୍ୟାଳୟରେ ଚାକିରି କରିଥିଲେ। ହରବୀର ପରେ ହାଇଦ୍ରାବାଦ ଚାଲିଯିବ ସହ ସେଠାରେ ସ୍ଥାୟୀଭାବେ ରହିଥିଲେ।
ସଫଳତାସମ୍ପାଦନ କରନ୍ତୁ
ଫିଲିପାଇନ୍ସ ଓପନରେ ୮୬ ତମ ସିଡ୍ ଭାବେ ଖେଳ ଆରମ୍ଭ କରି ବହୁ ସିଡେଡ୍ ଖେଳାଳୀଙ୍କୁ ହରାଇ ସାଇନା ଚାମ୍ପିଆନ ହେବା ଆନ୍ତର୍ଜାତୀୟ ସ୍ତରରେ ତାଙ୍କୁ ପ୍ରତିଷ୍ଠିତ କରାଇଥିଲା। ପରେ ପରେ ସେ ବହୁ ଆନ୍ତର୍ଜାତୀୟ ସଫଳାତା ପାଇ ଭାରତକୁ ବିଶ୍ୱ ବ୍ୟାଡ଼ମିଟନର ଶକ୍ତିଭାବେ ସ୍ଥାପିତ କରିଥିଲେ। ୨୦୦୩ରୁ ୨୦୧୨ ମସିହା ମଧ୍ୟରେ ସାଇନା ଆନ୍ତର୍ଜତୀୟ ସ୍ତରରେ ୧୮ ସ୍ୱର୍ଣ୍ଣ ପଦକ ଜିତି ସାରିଛନ୍ତି। ୨୦୧୧ ଏହି ସଫଳ ତାରକା ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ଚୀନର ୱ୍ଆଙ୍ଗ ସିଜିଆନଙ୍କୁ ହରାଇ ସୁଇସ୍ ଓପନ ଟାଇଟଲ ବଜାଇ ରଖିଥିଲେ। ୨୦୧୨ ଜୁଲାଇ ମାସରେ ଥାଇଲାଣ୍ଡ ଓପନ ଗ୍ରାଣ୍ଡପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ସାରିଛନ୍ତି।[୯]ସେ ମଧ୍ୟ ଇଣ୍ଡୋନେସିଆ ସୁପର ସିରିଜରେ ତୃତୀୟ ଥର ଚାମ୍ପିଆନ ହେବାର ରେକର୍ଡ କରିଛନ୍ତି।[୧୦]ପ୍ରଥମ ଭାରତୀୟ ଭାବେ ସେ ଚାରିବର୍ଷ ତଳେ ବେଜିଂ ଅଲିମ୍ପିକର କ୍ୱାଟର ଫାଇନାଲକୁ ଯାଇଥିଲେ ମଧ୍ୟ ସେମିଫାଇନାଲ ଖେଳି ପରିନଥିଲେ। ୨୦୧୨ ଲଣ୍ଡନ ଅଲିମ୍ପିକ କ୍ରିଡ଼ାରେ ଏହି ବିଫଳତାକୁ ପଛରେ ପକାଇ ସେ ବ୍ରୋଞ୍ଜ ପଦକ ଜିତି ଭାରତର ଗୌରବକୁ ଦ୍ୱିଗୁଣିତ କରିଛନ୍ତି।
ଆନ୍ତର୍ଜାତୀୟ ବ୍ୟାଡ଼ମିଟନରେ କେତେକାଂଶରେ ଚୀନ ଓ ଇଣ୍ଡୋନେସିଆ ପ୍ରତିଯୋଗୀଙ୍କୁ ପ୍ରତିହତ କରିଥିବା ପ୍ରଥମ ଭାରତୀୟ ଭାବେ ସାଇନା ବେଜିଂ ଅଲିମ୍ପିକ କ୍ରିଡ଼ାର କ୍ୱାର୍ଟର ଫାଇନାଲ ପ୍ରବେଶ କରିଥିଲେ। ତେବେ ପଦକ ପାଇବାର ସୁଯୋଗ ପାଇ ନ ଥିଲେ। ସାଇନା ପ୍ରଥମ ଭାରତୀୟ ଭାବେ ବିଶ୍ୱ ଜୁନିଅର ବ୍ୟାଡ଼ମିଟନ ଚାମ୍ପିଆନ ଟାଇଟଲ ଜିତିବାର ରେକର୍ଡ କରିଥିଲେ। ୨୦୦୯ରେ ସେ ପ୍ରଥମ ଭାରତୀୟ ଭାବେ ସେ ଇଣ୍ଡୋନେସିଆ ସୁପର ସିରିଜରେ ଚାମ୍ପିଆନ ହୋଇଥିଲେ। ୨୦୧୦ରେ ସିଙ୍ଗାପୁରଓପନ ଜିତି ସେ କ୍ୟାରିଅରର ଦ୍ୱିତୀୟ ସୁପର ସିରିଜ ଟାଇଟଲ ଜିତି ଚହଳ ସୃଷ୍ଟି କରିଥିଲେ। ଦ୍ୱିତୀୟ ଥର ପାଇଁ ଇଣ୍ଡୋନେସିଆ ଓପନ ଜିତି ସେ ସୁପର ସିରିଜରେ ହ୍ୟାଟ୍ରିକ ଅର୍ଜନ କରିଥିଲେ।
ସାଇନା ପ୍ରଥମେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା କୋଚ ଏସ୍.ଏମ୍.ଆରିଫଙ୍କଠାରୁ କୋଛି ନେଇ ବ୍ୟାଡ଼ମିଟନକୁ ଓହ୍ଲାଇଥିଲେ। ଇଣ୍ଡୋନେସିଆ ବ୍ୟାଡ଼ମିଟନ କିମ୍ବଦନ୍ତୀ ଅତିକ ଜୁହାରି ମଧ୍ୟ ତାଙ୍କୁ କୋଚିଂ ଦେଇଛନ୍ତି। ପୁର୍ବତନ ଅଲ ଇଂଲଣ୍ଡ ଚାମ୍ପିଆନ ପୁଲେଲା ଗୋପିଚାନ୍ଦ ସଂମ୍ପ୍ରତି ସାଇନାଙ୍କ ମେଣ୍ଟର ଅଛନ୍ତି।
କ୍ୟାରିଅର ରେକର୍ଡସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ "Saina Nehwal | India Medal Hopes | Badminton | Delhi Commonwealth Games | Profile | Career - Oneindia News". News.oneindia.in. 2010-09-24. Retrieved 2011-06-29.
- ↑ – Best World Ranking
- ↑ [୧]
- ↑ http://olympicgoldquest.in/
- ↑ http://www.hindu.com/2006/05/29/stories/2006052908361800.htm
- ↑ http://news.oneindia.in/feature/2010/saina-nehwal-india-badminton-cwg-profile-career.html
- ↑ http://articles.timesofindia.indiatimes.com/2012-07-06/badminton/32565390_1_saina-nehwal-harvir-singh-badminton-ace
- ↑ http://www.thehindu.com/life-and-style/metroplus/article3605837.ece
- ↑ http://www.thehindu.com/sport/other-sports/article3512045.ece
- ↑ http://sports.ndtv.com/othersports/badminton/item/192008-saina-nehwal-wins-the-indonesia-open
ଅଧିକ ତଥ୍ୟସମ୍ପାଦନ କରନ୍ତୁ
- Interview with Saina Nehwal – "Your Call with Saina Nehwal" on NDTV http://www.ndtv.com/video/player/your-call/your-call-with-saina-nehwal/136852
- Singh, Amanpreet (2007-01-06). "Saina: The untold story". The Tribune. Retrieved 2008-08-14.
- badmintoncentral.com
- Saina Nehwal wins Indonesia Open
- indiatimes.com
- Saina Nehwal launches the latest collection of Titan watches
- Saina Nehwal wins Bronze in London Olympics 2012