ମାଲେସିଆ

(Malaysiaରୁ ଲେଉଟି ଆସିଛି)

ମାଲେସିଆ ଦକ୍ଷିଣ ପୂର୍ବ ଏସିଆର ଏକ ଦେଶ | ଏହା ଏକ ସଂଘୀୟ ରାଷ୍ଟ୍ର ଯେଉଁଥିରେ ୧୩ଟି ରାଜ୍ୟ ଅଛି | ଦକ୍ଷିଣ ଚୀନ ସାଗରଦ୍ୱାରା ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି | ଏହାର ମୁଖ୍ୟ ଭାଗ ମାଳୟ ଉପଦ୍ୱୀପରେ ଅଛି | ଏହାର ପଶ୍ଚିମ ଉପକୂଳରେ ମାଲାକା ଜଳପଥ ଏବଂ ପୂର୍ବ ଉପକୂଳରେ ଦକ୍ଷିଣ ଚୀନ ସାଗର ଅବସ୍ଥିତ| ଏହି ଦେଶର ଅନ୍ୟ ଅଂଶ, ବେଳେବେଳେ ପୂର୍ବ ମାଲେସିଆ ଭାବରେ ଜଣାଶୁଣା, ଦକ୍ଷିଣ ଚୀନ ସାଗରର ବୋର୍ନିଓ ଦ୍ୱୀପର ଉତ୍ତର ଭାଗରେ | ମାଳୟ ଉପଦ୍ୱୀପରେ ଥିବା କୁଆଲାଲମ୍ପୁର ଏହାର ରାଜଧାନୀ | ସଂଘୀୟ ରାଜଧାନୀ ନିକଟରେ ପୁତ୍ରଜୟାକୁ ସ୍ଥାନାନ୍ତରିତ ହୋଇଛି, ଯାହାକି ଏକ ନୂତନ ଭାବରେ ନିର୍ମିତ ସହର ଯାହାକି ପ୍ରଶାସନ ପାଇଁ ସ୍ୱତନ୍ତ୍ର ଭାବରେ ପରିକଳ୍ପିତ |

ମାଲେସିଆ ଏକ ବହୁ-ଜାତି ଏବଂ ବହୁ-ସାଂସ୍କୃତିକ ଦେଶ। ସଂଖ୍ୟାଧିକ ଲୋକ ମାଳୟ ବଂଶୋଓଦ୍ଭବ, କିନ୍ତୁ ସେଠାରେ ଚୀନ ଏବଂ ଭାରତୀୟ ମୂଳର ଲୋକ ମଧ୍ୟ ଅଛନ୍ତି। ଏହାର ସରକାରୀ ଭାଷା ହେଉଛି ଲାଟିନ୍ ବର୍ଣ୍ଣମାଳାରେ ଲେଖାଯାଇଥିବା ମାଳୟ | ସରୱକ୍ ରାଜ୍ୟରେ ମାଳୟ ସହିତ ଇଂରାଜୀ ଏକ ସ୍ୱୀକୃତିପ୍ରାପ୍ତ ଏବଂ ସରକାରୀ ଭାଷା | ତାମିଲ ଏବଂ ଚାଇନିଜ୍ ମଧ୍ୟ ପ୍ରାୟତଃ ବ୍ୟବହୃତ ହୁଏ | ମାଲେସିଆରେ ୧୩୦ରୁ ଅଧିକ ଭାଷା ବ୍ୟବହୃତ ହୁଏ, ମାଲେସିଆର ବୋର୍ନିଓରେ ୯୪ ଏବଂ ଉପଦ୍ୱୀପରେ ୪୦ଟି ଭାଷା ବ୍ୟବହୃତ ହୁଏ। ଇସଲାମ ହେଉଛି ସରକାରୀ ଧର୍ମ, କିନ୍ତୁ ଅଣ-ମାଳୟ ନାଗରିକମାନେ ଅନ୍ୟ ଧର୍ମ ପାଳନ କରିବାର ସ୍ୱାଧୀନତା ରହିଛି।

ଇତିହାସ

ସମ୍ପାଦନା

ଚୀନ ଏବଂ ଭାରତ ମଧ୍ୟରେ ମାଲେସିଆ ଏକ ପ୍ରାଚୀନ ବାଣିଜ୍ୟ କେନ୍ଦ୍ର ଥିଲା | ଯେତେବେଳେ ୟୁରୋପୀୟମାନେ ଏହି ଅଞ୍ଚଳକୁ ଆସିଲେ, ମାଲାକା ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ବନ୍ଦର ହେଲା ।

୧୭୮୬ ମସିହାରେ ପେନାଙ୍ଗଠାରୁ ଆରମ୍ଭ କରି ମାଲେସିଆର ରାଜ୍ୟଗୁଡିକ ବ୍ରିଟିଶ ସାମ୍ରାଜ୍ୟର ଏକ ଉପନିବେଶ ପାଲଟିଥିଲେ। ସେପ୍ଟେମ୍ବର ୧୯୬୩ ରେ, ମାଲୟ, ସିଙ୍ଗାପୁର ଏବଂ ବୋର୍ନିଓ ଅଂଶ ମିଳିତ ହୋଇ ମାଲେସିଆ ସଂଘର ଗଠନ ହୋଇଥିଲ । ୧୯୬୫ ରେ, ଏହି ସଂଘରୁ ସିଙ୍ଗାପୁରକୁ ବହିଷ୍କାର କରାଯାଇଥିଲା ଏବଂ ମାଲେସିଆ ଓ ସିଙ୍ଗାପୁର ଦୁଇଟି ସାର୍ବଭୌମ ରାଷ୍ଟ୍ର ଭବେ ଗନ୍ମ ନେଇଥିଲେ।[]

 
ମାଲେସିଆର ସଂସଦ ଗୃହ

ମାଲେସିଆରେ ରାଷ୍ଟ୍ର ମୁଖ୍ୟ ହେଉଛନ୍ତି ରାଜା, ଯାହାଙ୍କର ଆନୁଷ୍ଠାନିକ ପଦବୀ ହେଉଛି ୟାଙ୍ଗ ଡି-ପର୍ଟୁଆନ୍ ଆଗୋଙ୍ଗ | ରାଜା ମାଲାୟା ରାଜ୍ୟର ୯ଟି ବଂଶାନୁକ୍ରମିକ ଶାସକମାନଙ୍କ ମଧ୍ୟରୁ ଏବଂ ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି ।ରାଜାଙ୍କ ଭୂମିକା ମୁଖ୍ୟତଃ ଆନୁଷ୍ଠାନିକ , ୧୯୯୪ର ସମ୍ବିଧାନରେ ପରିବର୍ତ୍ତନ ହେବା ପରେ ମନ୍ତ୍ରୀ ତଥା ଉପର ଗୃହର ସଦସ୍ୟଙ୍କୁ ବାଛିବା କ୍ଷମତା ରାଜଙ୍କ ପାଖରେ ରହିଛି । ମାଲେସିଆର ସରକାରର ମୁଖ୍ୟ ହେଉଛନ୍ତି ପ୍ରଧାନମନ୍ତ୍ରୀ। ଏହାର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ହେଉଛନ୍ତି ମହାରଥୀ ମହମ୍ମଦ, ମେ ୨୦୧୮ରେ ୯୨ ବର୍ଷ ବୟସରେ ନିର୍ବାଚିତ ହୋଇଛନ୍ତି। ଆଇନ ପ୍ରଣୟନ କ୍ଷମତା କେନ୍ଦ୍ର ଏବଂ ରାଜ୍ୟ ବିଧାନ ସଭା ମଧ୍ୟରେ ବିଭକ୍ତ । କେନ୍ଦ୍ରୀୟ ସଂସଦ ନିମ୍ନ ଗୃହ ଦେୱାନ ରାକ୍ୟାଟ୍ ଏବଂ ଉପର ଗୃହ, ଦେୱାନ ନେଗାରାକୁ ନେଇ ଗଠିତ | ୨୨୨ ସଦସ୍ୟ ବିଶିଷ୍ଟ ଦେୱାନ ରାକ୍ୟାଟ୍ର ସଭ୍ୟ ସର୍ବାଧିକ ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି। ଦେୱାନ ନେଗାରା ୭୦ ସଦସ୍ୟ ବିଶିଷ୍ଠ ଓ ପ୍ରତ୍ୟେକ ସଦସ୍ୟଙ୍କ କାର୍ଯ୍ୟକାଳ ତିନି ବର୍ଷ । 13ଟି ରାଜ୍ୟ ବିଧାନ ସଭାଦ୍ୱାରା ୨୬ ଜଣ ନିର୍ବାଚିତ ହୋଇଛନ୍ତି ଏବଂ ଅବଶିଷ୍ଟ ୪୪ ଜଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ସୁପାରିଶ କ୍ରମେ ରାଜା ନିଯୁକ୍ତି ଦିଅନ୍ତି ।[]

ପ୍ରଶାସନିକ ବିଭାଜନ

ସମ୍ପାଦନା

ମାଲେସିଆରେ ୧୩ଟି ସ୍ୱୟଂଶାସିତ ରାଜ୍ୟ ଅଛି, । ଏହା ଛଡା ତିନୋଟି କେନ୍ଦ୍ର ଶାସିତ ଅଞ୍ଚଳ ଯଥା କୁଆଲାଲମ୍ପୁର, ପୁଟ୍ରଜୟା ଏବଂ ଲାବୁଆନ୍ ମଧ୍ୟ ରହିଛି।[]

 
ମାଲେସିଆର ଅବସ୍ଥାନ ମାନଚିତ୍ର

ମାଲେସିଆ ହେଉଛି ବିଶ୍ୱର ୬୬ତମ ବୃହତ୍ ଦେଶ, ଏହାର ଭୂମି କ୍ଷେତ୍ରଫଳ ୩୨୯,୬୧୩ ବର୍ଗ କିଲୋମିଟର (୧୨୭,୨୬୪ ବର୍ଗ ମାଇଲ) । ମାଲେସିଆର ପଶ୍ଚିମରେ ଥାଇଲ୍ୟାଣ୍ଡ ଏବଂ ପୂର୍ବରେ ଇଣ୍ଡୋନେସିଆ ଏବଂ ବୃନେଇ ଦେଶ ଅବସ୍ଥିତ | ଏହା ସିଙ୍ଗାପୁର ସହିତ ଏକ ସଂକୀର୍ଣ୍ଣ ରାସ୍ତା ଏବଂ ଏକ ସେତୁଦ୍ୱାରା ସଂଯୁକ୍ତ । ଭିଏତନାମ ଏବଂ ଫିଲିପାଇନ୍ସ ସହିତ ଏହାର ସାମୁଦ୍ରିକ ସୀମା ମଧ୍ୟ ରହିଛି। ଉଭୟ ଏସୀୟ ମୁଖ୍ୟ ସ୍ଥଳଭାଗ ଏବଂ ମାଳୟ ଦ୍ୱୀପପୁଞ୍ଜରେ ମାଲେସିଆର ଅଂଶ ରହିଛି। ଦକ୍ଷିଣ ଜୋହୋର ରାଜ୍ୟରେ ଅବସ୍ଥିତ ତାନଜୁଙ୍ଗ ପିଆଇ ହେଉଛି ମାଳଦ୍ୱୀପ ଏସିଆର ଦକ୍ଷିଣ ଦିଗ । ସୁମାତ୍ରା ଏବଂ ମାଲେସିଆ ଉପଦ୍ୱୀପ ମଧ୍ୟରେ ଅବସ୍ଥିତ ମାଲାକା ଜଳପଥ ବିଶ୍ୱ ବାଣିଜ୍ୟର ୪୦% ପରିବହନ କରୁଥିବା ବିଶ୍ୱ ବାଣିଜ୍ୟର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଜଳପଥ ଅଟେ ।[]

ମାଲେସିଆ ଉପଦ୍ୱୀପ ଦେଶର ୪୦% କ୍ଷେତ୍ରଫଳ ଅଧିକାର କରିଛି । ଏହା ଉତ୍ତରରୁ ଦକ୍ଷିଣକୁ ଲମ୍ବ ୭୪୦ କିଲୋମିଟର (୪୬୦ ମାଇଲ) ଏବଂ ଏହାର ସର୍ବାଧିକ ପ୍ରସ୍ତ ୩୨୨ କିଲୋମିଟର (୨୦୦ ମାଇଲ) ଅଟେ। ଏହା ଏହାର ପୂର୍ବ ଏବଂ ପଶ୍ଚିମ ଉପକୂଳ ମଧ୍ୟରେ ଟିଟିୱାଙ୍ଗସା ପର୍ବତମାଳାଦ୍ୱାରା ବିଭକ୍ତ ହୋଇଛି । କରବୁ ପର୍ବତ ଏହାର ସର୍ବାଧିକ ଉଚ୍ଚ ପର୍ବତ (2,183 ମିଟର ବା 7,162 ଫୁଟ ଉଚ୍ଚ)। ଏହି ପର୍ବତଗୁଡିକ ଘଞ୍ଚ ଜଙ୍ଗଲରେ ଘେରା ଏବଂ ମୁଖ୍ୟତଃ ଗ୍ରାନାଇଟ୍ ଏବଂ ଅନ୍ୟାନ୍ୟ ଆଗ୍ନେୟ ଶିଳାରେ ଗଠିତ । ଏହି ପର୍ବତମାଳା ହେଉଛି ମାଲେସିଆ ଉପଦ୍ୱୀପର କେତେକ ନଦୀର ଉତ୍ପତ୍ତି ସ୍ଥଳ ।[]

 
କିନାବଲୁ ପର୍ବତ
  1. van Harssel, J.; Jackson, R.H.; Hudman, L.E. (2014). National Geographic Learning's Visual Geography of Travel and Tourism. Cengage Learning. p. 529. ISBN 978-1-133-95126-1. Retrieved 2020-11-16.
  2. ୨.୦ ୨.୧ "Malaysia - Facts, Geography, History, & Points of Interest". Encyclopedia Britannica. 2020-11-12. Retrieved 2020-11-16.
  3. ୩.୦ ୩.୧ "East Asia/Southeast Asia :: Malaysia - The World Factbook". Central Intelligence Agency. 2020-11-09. Archived from the original on 2019-01-06. Retrieved 2020-11-16.