ସରୋଜ ନନ୍ଦ
ଓଡ଼ିଆ ସଙ୍ଗୀତକାର
ସରୋଜ ନନ୍ଦ (୧୮ ମଇ ୧୯୫୯ - ୦୫ ଡିସେମ୍ବର ୨୦୦୦), ଜଣେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଥିଲେ । "ବାଟରେ ଚାଲୁ ଚାଲୁ","ତୁ ଚାଲି ଯିବୁ ତୋ ଶାଶୁଘର","ମୁଁ ତ ବଡ଼ ଦେଉଳର ପାରା","ଶହେ ଆଠ ବେଲ ପତର" ଓ "କେରିକେରି ସୁନା ଦୁବ" ଆଦି ଗୀତରେ ସେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ । ଓଡ଼ିଆ ସିନେମା ଓ ଆଲବମ ବ୍ୟତିତ ସେ ହିନ୍ଦୀ, ମରାଠୀ ଓ ଛତିଶଗଡ଼ୀ ଗୀତରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ ।
ସରୋଜ ନନ୍ଦ | |
---|---|
ଜନ୍ମ | |
ମୃତ୍ୟୁ | ୫ ଡିସେମ୍ବର ୨୦୦୦ | (ବୟସ ୪୧)
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ନବଜୀବନ ବିଦ୍ୟାପୀଠ, ରାଜେନ୍ଦ୍ର କଲେଜ |
ପ୍ରସିଦ୍ଧି | ଓଡ଼ିଆ ସଂଗୀତକାର |
ପିତାମାତା(s) | ପରମାନନ୍ଦ ନନ୍ଦ, ସୁବର୍ଣ୍ଣ ନନ୍ଦ |
ସରୋଜ, ୧୯୫୯ମସିହାରେ ବଲାଙ୍ଗୀରଠାରେ ଜନ୍ମଗ୍ରହଣ କରିଥିଲେ । ବଲାଙ୍ଗୀରର ନବଜୀବନ ବିଦ୍ୟାପୀଠରୁ ଶିକ୍ଷାରମ୍ଭ ହୋଇଥିଲା । ଗୀତ ଶିକ୍ଷା ଆରମ୍ଭ ହୋଇଥିଲା ବାପା-ମାଙ୍କ ପାଖରୁ । ଶଙ୍କର ପ୍ରଧାନଙ୍କୁ ସେ ନିଜ ଗୁରୁ ମାନୁଥିଲେ । ରାଜେନ୍ଦ୍ର କଲେଜରେ ପାଠ ପଢ଼ିଲାବେଳୁ ସେ ସଙ୍ଗୀତ ନିର୍ଦ୍ଦେଶନା ଆରମ୍ଭ କରିଥିଲେ । ବହୁ ଆଧୁନିକ ଓ ଭଜନ ଆଲବମରେ ନିର୍ଦ୍ଦେଶନା ଦେଇ ପୁରସ୍କୃତ ମଧ୍ୟ ହୋଇଥିଲେ । ୨୦୦୦ ମସିହା ଡିସେମ୍ବର ୫ତାରିଖରେ, ୪୧ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ।
ସଙ୍ଗୀତ ନିର୍ଦ୍ଦେଶନା
ସମ୍ପାଦନାଆଲବମ
ସମ୍ପାଦନା- ପ୍ରଥମ ପ୍ରେମ
- ତମ କଥା ମନେ ପଡ଼େ
- ଚାନ୍ଦିନୀ
- ରଜନୀ ଗନ୍ଧା
- ପୁଣି ଦେଖାହେବ
- କହିଲେ କହିବ କହୁଚି
ଚଳଚ୍ଚିତ୍ର
ସମ୍ପାଦନା- ଲକ୍ଷ୍ମୀ ପ୍ରତିମା
- ଜୀବନ ସାଥୀ
- ଆକାଶର ଆଖି[୧]
ସମ୍ମାନ
ସମ୍ପାଦନା- ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ୧୯୯୮ (ଲକ୍ଷ୍ମୀ ପ୍ରତିମା)[୨]
ଆଧାର
ସମ୍ପାଦନା- ↑ "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୦୫/୧୨/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 10 December 2017. Retrieved 5 December 2017.
- ↑ Orissa reference: glimpses of Orissa. TechnoCAD Systems. 2001.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସରୋଜ ନନ୍ଦ