ରାଜେନ୍ଦ୍ର କଲେଜ, ବଲାଙ୍ଗୀର
ରାଜେନ୍ଦ୍ର କଲେଜ (୧୯୪୪), ଓଡ଼ିଶା ରାଜ୍ୟର ବଲାଙ୍ଗୀର ଜିଲ୍ଲାର ସଦର ମହକୁମା ବଲାଙ୍ଗୀର ସହରରେ ଅବସ୍ଥିତ ।[୧] ଏହା ପଶ୍ଚିମ ଓଡ଼ିଶାର ଏକ ସର୍ବପୁରାତନ ପୂର୍ଣ ଡିଗ୍ରୀ ସରକାରୀ କଲେଜ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହ ଏହା ଅନୁବନ୍ଧିତ ଥିଲା । ଅଧୁନା ଏହା ସ୍ୱାୟଂଚାଳିତ ମାନ୍ୟତା ପ୍ରାପ୍ତ । ଏହି କଲେଜରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ସହ ବିଭିନ୍ନ ବିଷୟରେ ଅନର୍ସର ବ୍ୟବସ୍ଥା ଉପଲବ୍ଧ । ଏହି କଲେଜରେ କେତେକ ବିଷୟରେ ସ୍ନାତକୋତ୍ତର ଡିଗ୍ରୀର ସୁବିଧା ମଧ୍ୟ ମିଳେ ।
ରାଜେନ୍ଦ୍ର କଲେଜ | |
---|---|
ସ୍ଥାପିତ | ୧୯୪୪ |
ପ୍ରକାର | ସହ-ଶିକ୍ଷା |
ତଳସ୍ନାତକ | ସ୍ନାତକ(ବିଜ୍ଞାନ, କଳା ଓ ବାଣିଜ୍ୟ), ଏମବିଏ |
ଅବସ୍ଥାନ | ବଲାଙ୍ଗୀର, ଓଡ଼ିଶା, ଭାରତ |
ଅନୁବନ୍ଧନ | ୟୁଜିସି(UGC), ନାକ୍(NAAC) |
ୱେବସାଇଟ | rajendracollege |
NAACଦ୍ୱାରା B+ ମାନ୍ୟତା ପାଇଥିବା ଏହି କଲେଜ ସମ୍ପ୍ରତି ସ୍ୱଯାଂଶାସିତ ମାନ୍ୟତା ମଧ୍ୟ ହାସଲ କରିଛି ।[୨]
ଅବସ୍ଥିତି
ସମ୍ପାଦନାରାଜେନ୍ଦ୍ର କଲେଜର ପରିସର ଏହା ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ । ବଲାଙ୍ଗୀରରୁ ପାଟଣାଗଡ଼ ଯିବା ରାସ୍ତାରେ ଏକ ସୁନ୍ଦର ଓ ପ୍ରକୃତିକ ସବୁଜିମା ଭରା ସ୍ଥାନରେ ଏହା ଅବସ୍ଥିତ ।
ପାଠାଗାର
ସମ୍ପାଦନାବଲାଙ୍ଗୀର କଲେଜ ଲାଇବ୍ରେରୀରେ ୧,୦୦,୦୦୦ରୁ ଉର୍ଦ୍ଧ ପୁସ୍ତକ ଅଛି ।
ଛାତ୍ରାବାସ ଓ ଅନ୍ୟ ସୁବିଧା
ସମ୍ପାଦନାରାଜେନ୍ଦ୍ର କଲେଜରେ ୩ଟି ହଷ୍ଟେଲର ବ୍ୟବସ୍ଥା ରହିଛି .
- ନୂତନ ହଷ୍ଟେଲ
- ପିଜି ହଷ୍ଟେଲ
- ମହିଳା ହଷ୍ଟେଲ
କଲେଜ ପରିସର ଭିତରେ ଛତ୍ରା ଛାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧାର ବ୍ୟବସ୍ଥା ରହିଛି
- ଚିକିତ୍ସାଳୟ
- କେଣ୍ଟିନ
- ଡାକ ଘର
- ଛାତ୍ର ସୂଚନା କେନ୍ଦ୍ର
- ପାର୍କିଂ
- ଖେଳ ପଡ଼ିଆ
ଆଧାର
ସମ୍ପାଦନା- ↑ "Rajendra College (Autonomous), Balangir". balangir.nic.in. Balangir District Administration. Retrieved 31 July 2019.
- ↑ "Rajendra College in Odisha's Balangir gets university status". odishasuntimes.com. Retrieved 31 July 2019.
External links
ସମ୍ପାଦନା- Rajendra College Balangir website Archived 2016-11-18 at the Wayback Machine.