ସପନର ପଥେ ପଥେ
ସପନର ପଥେ ପଥେ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୨][୩][୪] ସାର୍ଥକ ମ୍ୟୁଜିକ ବ୍ୟାନନରେ ନିର୍ମିତ ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ । ଏହା ସାର୍ଥକର ୨୧ ତମ ଚଳଚ୍ଚିତ୍ର । ଡଃ ନିର୍ମଳ ନାୟକ ଏହି ଚଳଚ୍ଚିତ୍ରର ସଂଳାପ ଲେଖିଥିଲେ । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ ମଣି ।[୫] ସୁଶାନ୍ତ ଚଳଚ୍ଚିତ୍ରଟିର ଚିତ୍ରନାଟ୍ୟ କାର୍ଯ୍ୟ ସହ ସମ୍ପାଦନା ମଧ୍ୟ କରିଥିଲେ ।[୬] ଏହି ଚଳଚ୍ଚିତ୍ରର କାହାଣୀ ଏକ ସତ ଘଟଣା ଉପରେ ଆଧାରିତ ବୋଲି ନିର୍ଦ୍ଦେଶକ ସୁଶାନ୍ତ କହିଥିଲେ ।[୭] ଗୀତିକାର ନିଜାମ୍ଙ୍କର ପୁଅ ଆସାଦ ନିଜାମ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୬]
ସପନର ପଥେ ପଥେ | |
---|---|
ନିର୍ଦ୍ଦେଶକ | ସୁଶାନ୍ତ ମଣି |
ପ୍ରଯୋଜକ | ସୀତାରମ ଅଗ୍ରୱାଲ |
ସଂଳାପ | ଡଃ ନିର୍ମଳ ନାୟକ |
ଚିତ୍ରନାଟ୍ୟ | ସୁଶାନ୍ତ ମଣି |
କାହାଣୀ | ସିଦ୍ଧାର୍ଥ ଅଗ୍ରୱାଲ |
କଳାକାର | ଅମ୍ଳାନ ଦାସ, ସନ୍ମିରା ନାଗେଶ, ସିଦ୍ଧାନ୍ତ ମହାପାତ୍ର, ମନୋଜ ପଟ୍ଟନାୟକ, ପୃଥୀରାଜ, ଚିତ୍ତ ତ୍ରିପାଠୀ, ଟିକି ତ୍ରିପାଠୀ |
ସଙ୍ଗୀତ | ଆସାଦ ନିଜାମ |
ସମ୍ପାଦକ | ସୁଶାନ୍ତ ମଣି |
ମୁକ୍ତିଲାଭ ତାରିଖ | ୨୫ ଅଗଷ୍ଟ ୨୦୧୭[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅମ୍ଳାନ ଦାସ[୮][୯] ଏବଂ ନବାଗତା ନାୟିକା ସନମୀରା ନାଗେଶ ।[୭] ତୋର ଦିନେକୁ ମୋର ଦିନେ ଚଳଚ୍ଚିତ୍ର ପରେ ଅମ୍ଳାନ ସାର୍ଥକ ବ୍ୟାନନରେ ପୁଣିଥରେ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୬] ସନମୀରା ପୂର୍ବରୁ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।[୧୦] ସିଦ୍ଧାନ୍ତ ମହାପାତ୍ର ଏହି ଚଳଚ୍ଚିତ୍ରରେ ଏକ ପୋଲିସ ଭୂମିକାରେ ଅଭିନୟ କରିଥିଲେ । ମନୋଜ ପଟ୍ଟନାୟକ, ପୃଥୀରାଜ, ଚିତ୍ତ ତ୍ରିପାଠୀ, ଟିକି ତ୍ରିପାଠୀ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି ଚଳଚ୍ଚିତ୍ରଟି ରଜରେ ମୁକ୍ତିଲାଭ କରିବାର ଥିଲା, ମାତ୍ର ପରେ ଏହା ଗଣେଶ ପୂଜା ସମୟରେ ମୁକ୍ତିଲାଭ କରିଥିଲା ।[୭][୧୦] ୨୫ ଅଗଷ୍ଟ ୨୦୧୭ରେ ଗଣେଶ ପୂଜା ଦିନ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା ।[୧୧]
ଅଭିନୟ
ସମ୍ପାଦନା- ଅମ୍ଳାନ ଦାସ[୧୨]
- ସନ୍ମିରା ନାଗେଶ[୧୩][୧୪][୧୫][୧୬]
- ସିଦ୍ଧାନ୍ତ ମହାପାତ୍ର
- ନୀତୁ ସିଂହ
- ମନୋଜ ପଟ୍ଟନାୟକ
- ପୃଥୀରାଜ
- ଚିତ୍ତ ତ୍ରିପାଠୀ
- ଟିକି ତ୍ରିପାଠୀ
- ପ୍ରିୟଙ୍କା
- ପ୍ରଦ୍ୟୁମ୍ନ ଲେଙ୍କା
- ରତନ ମେହେର
- ସାଗରିକା
- ଶ୍ରାବଣୀ
- ମନୋଜ
- ଦୁଷ୍ମନ୍ତ
- ଟିକାନା
- ମମତା
- ଶ୍ୱେତା
- ଜମେଶ
- ପୂର୍ଣ୍ଣେନ୍ଦୁ
- ପ୍ରଭାତ
- ଯୋଗେଶ
- ରାଜା
- ଭିକାରୀ ସ୍ୱାଇଁ
- ଅଙ୍କିତ
- ବିକ୍ରମ
- ମିଲନ୍
- ଆନନ୍ଦ
- ସୁମନ୍ତ
- ପ୍ରିୟା
- ଚନ୍ଦନ
- ରାଜା ଦାଶ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗିତୀକାର ସ୍ୱର୍ଗତ ନିଜାମଙ୍କର ପୁଅ ଆସାଦ ନିଜାମ ।[୧୦] ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ତପୁ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ନିବେଦିତା, ସୌରିନ ଭଟ୍ଟ, ସଂଗ୍ରାମ, ସତ୍ୟଜିତ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ ଗୀତଗୁଡ଼ିକ ଗାଇଥିଲେ ।[୧୭]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "କାନ୍ଦୁଚି ଆଜି ମୁଁ" | ୦୪:୫୧ |
2. | "ମୋ ଦେହେ ବିଞ୍ଚି ହେଲୁ" | ୦୩:୪୭ |
3. | "ବିତିଯାଇଚି କେତେ ଦିନ ଆଉ ରାତି" | ୦୩:୩୪ |
4. | "ମୌଲା ମୌଲା" | ୦୫:୪୫ |
5. | "ସପନର ପଥେ ପଥେ" | ୦୩:୫୯ |
ଆଧାର
ସମ୍ପାଦନା- ↑ "ଆଜି ରିଲିଜ୍ ହେଉଛି ଦୁଇଟି ଓଡ଼ିଆ ଛବି". ସମ୍ବାଦ. 25 August 2017. Archived from the original on 26 August 2017. Retrieved 25 August 2017.
- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
- ↑ "ଅରିନ୍ଦମ୍ଙ୍କୁ ନିର୍ଦ୍ଦେଶନା ଦେଇନାହାଁନ୍ତି ଏଇ ନାମୀ ଓଲିଉଡ ନିର୍ଦ୍ଦେଶକ". ସମ୍ବାଦ. 4 September 2017. Archived from the original on 11 September 2017. Retrieved 8 September 2017.
- ↑ ୬.୦ ୬.୧ ୬.୨ "ସତ ପ୍ରେମ କାହାଣୀ". ସମାଜ. 28 March 2017. Retrieved 8 August 2017.[permanent dead link]
- ↑ ୭.୦ ୭.୧ ୭.୨ "ରଜରେ ଆସିବ 'ସପନର ପଥେ ପଥେ' !". ସମ୍ବାଦ. 8 May 2017. Archived from the original on 11 August 2017. Retrieved 8 August 2017.
- ↑ "ରଜକୁ ରଙ୍ଗିନ୍ ହେବେ ସିନେ ପ୍ରେମୀ ! ମୁକ୍ତିଲାଭ କରୁଛି ୪ଟି ଓଡ଼ିଆ ସିନେମା". କନକ ନ୍ୟୁଜ. 20 May 2017. Retrieved 8 August 2017.
- ↑ "ଏବେ ଆକାଶ- ଏବଂ ଅମ୍ଳାନ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ!". ସମ୍ବାଦ. 25 August 2017. Archived from the original on 28 August 2017. Retrieved 25 August 2017.
- ↑ ୧୦.୦ ୧୦.୧ ୧୦.୨ "ଗଣେଶ ପୂଜାରେ 'ସପନର ପଥେ ପଥେ', ରିଲିଜ ଅପେକ୍ଷାରେ 'ଲଭ୍ ୟୁ ଜେସିକା'". Odisha Live. 31 July 2017. Retrieved 8 August 2017.
- ↑ "୩ ହିନ୍ଦୀ; ୨ ଓଡ଼ିଆ". ସମାଜ. 27 August 2017. Retrieved 27 August 2017.[permanent dead link]
- ↑ ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
- ↑ "ଲୋକାଲ୍ ଟୋକାଙ୍କ ପ୍ରେମିକା" (in Odia). ଓଡ଼ିଶା. 10 June 2018. p. 8. Archived from the original (PDF) on 19 October 2018. Retrieved 19 October 2018.
{{cite news}}
: CS1 maint: unrecognized language (link) - ↑ ସାହୁ, ଅସମାପିକା. "ଧରିତ୍ରୀ ଆଳାପ: ନୂଆ ନୂଆ ଷ୍ଟୋରିକୁ ନେଇ ଫିଲ୍ମ ହେଉ-ସନ୍ମିରା ନଗେଶ - Dharitri.Com". Dharitri.com (in Odia). ଓଡ଼ିଶା. Archived from the original on 26 August 2018. Retrieved 8 September 2018.
{{cite news}}
: CS1 maint: unrecognized language (link) - ↑ "ଏହି ଓଲିଉଡ ନାୟିକାଙ୍କ ସ୍ୱପ୍ନ ପୂରଣ ହେଲା". sambad.in. 31 May 2018. Retrieved 6 June 2018.
- ↑ "ସନ୍ମିରାଙ୍କ ଚମକ". ସମାଜ (ରବିବାର). 12 August 2018. Archived from the original on 11 August 2018. Retrieved 11 August 2018.
- ↑ "ସପନର ପଥେପଥେ". ସମାଜ. 27 August 2017. Retrieved 29 August 2017.[permanent dead link]
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସପନର ପଥେ ପଥେ