ମନୋଜ ପଟ୍ଟନାୟକ

ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ

ମନୋଜ ପଟ୍ଟନାୟକ, ଓଡ଼ିଶାର ଜଣେ ଜଣାଶୁଣା ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ।[୧] ସେ ଭୁବନେଶ୍ୱରଠାରେ ଥିବା 'ମନନ ନାଟ୍ୟ ସଂସ୍ଥା'ର ପ୍ରତିଷ୍ଠାତା । [୨] ସେ ସମ୍ପ୍ରତି ଭାରତ ସରକାରଙ୍କ ଗୀତ ଓ ନାଟକ ପ୍ରଭାଗର ପ୍ରୋଗ୍ରାମ ଇନ୍‍ଚାର୍ଜଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କୁ ୬ ମାସ ବୟସ ହୋଇଥିବା ସମୟରେ, ସେ ପ୍ରଥମକରି ମଞ୍ଚରେ ପାଦ ଥାପିଥିଲେ ଓ ନବମ ଶ୍ରେଣୀରେ ପଢ଼ିବା ଦିନରୁ ନାଟକରେ ନିର୍ଦ୍ଦେଶନା ଦେଇଆସୁଛନ୍ତି । ୨୦୧୪ ମସିହାରେ ସେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର କାର୍ଯ୍ୟକ୍ରମ କମିଟି (ରିପୋର୍ଟରି କମ୍ପାନୀ)ରେ ସ୍ଥାନ ପାଇଛନ୍ତି । ପ୍ରଥମ ଓଡ଼ିଆଭାବେ ସେ ଏହି କମିଟିର ସଦସ୍ୟ ମନୋନୀତ ହୋଇଛନ୍ତି । [୩] ମଞ୍ଚ ନାଟକ ବ୍ୟତିତ, ସେ ବହୁ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିସାରିଛନ୍ତି ।

ମନୋଜ ପଟ୍ଟନାୟକ
Born(1956-03-01)୧ ମାର୍ଚ୍ଚ ୧୯୫୬
ବାଳକାଟୀ(ସାଗୁଆ)
Nationality ଭାରତୀୟ
Known forଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ
Parent(s)ବନବିହାରୀ ପଟ୍ଟନାୟକ, କୋକିଳ ପଟ୍ଟନାୟକ
Awardsଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

ଅଭିନୀତ/ନିର୍ଦ୍ଦେଶିତ ନାଟକ ସମ୍ପାଦନା

  • ଟିଙ୍ଗାବୁଢା
  • ଆଶା ଭରସା ନିରାଶା
  • ଏକାଦଶ ଅବତାର
  • ଜୀବନ ଗୁଡି
  • ଆସ୍ଥା
  • ସଂସ୍କାର
  • ଅସୁସ୍ଥ ଅପରାହ୍ନ
  • ଅନର୍ଥ
  • ଅତି ଆଚମ୍ବିତ କଥା[୪]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ - ୨୦୧୩[୫]

ଆଧାର ସମ୍ପାଦନା

  1. Sangeet Natak. 1985.
  2. http://manananatyasanstha.com/AboutManana.aspx[permanent dead link]
  3. http://www.thesamaja.com/news_view.php?news_id=64346
  4. http://www.thehindu.com/todays-paper/tp-national/tp-otherstates/weeklong-drama-fest-from-today/article5701488.ece
  5. ଧରିତ୍ରୀ ୨୮/୫/୨୦୧୪ ପୃଷ୍ଠା ୧୦ରେ ପ୍ରକାଶିତ ଧରିତ୍ରୀ ଆଳାପ

ବାହାର ଆଧାର ସମ୍ପାଦନା