ସତ୍ୟନାରାୟଣ ରାଜଗୁରୁ

ଐତିହାସିକ, ଲେଖକ

ସତ୍ୟନାରାୟଣ ରାଜଗୁରୁ ଜଣେ ଭାରତୀୟ ସାହିତ୍ୟିକ ତଥା ଗବେଷକ । ସେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଜଣେ କ୍ୟୁରେଟର ତଥା ଏପିଗ୍ରାଫିଷ୍ଟ ଏବଂ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ ।୧୯୭୪ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।

ପଦ୍ମଶ୍ରୀ

ଡ଼ଃ ସତ୍ୟନାରାୟଣ ରାଜଗୁରୁ
ଜନ୍ମ ଓ ଜନ୍ମସ୍ଥାନ
ପାରଳାଖେମୁଣ୍ଡି ,ଚିତ୍ରକାର ସାହି

୧୯ ଅଗଷ୍ଟ ୧୯୦୩(1903-08-19)
ମୃତ୍ୟୁ୧୧ ଜୁନ ୧୯୯୭(1997-06-11) (ବୟସ ୯୩)
ପାରଳାଖେମୁଣ୍ଡି
ଶିକ୍ଷାସ୍ନାତକ (ଓଡ଼ିଆ, ସଂସ୍କୃତ ଓ ଇଣ୍ଡୋଲୋଜି)
ଶିକ୍ଷାନୁଷ୍ଠାନବିଶାଖାପାଟଣା ବିଶ୍ୱବିଦ୍ୟାଳୟ
ଜୀବିକାଐତିହାସିକ
ଜୀବନସାଥିତାରାମଣି ଦେବୀ
ସନ୍ତାନସୀତାକାନ୍ତ ରାଜଗୁରୁ
ବାପା ବୋଉହରେକୃଷ୍ଣ ରାଜଗୁରୁ, ସୁନାମଣି ଦେବୀ
ପୁରସ୍କାରପଦ୍ମଶ୍ରୀ, ଶାରଳା ପୁରସ୍କାର,
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ବାଲ୍ୟ ଜୀବନ ଓ ଶିକ୍ଷାସମ୍ପାଦନ କରନ୍ତୁ

ସତ୍ୟନାରାୟଣ ରାଜଗୁରୁ ୧୯ ଅଗଷ୍ଟ ୧୯୦୩, (କାଳୀୟ ଦଳନ ଏକାଦଶୀ)[୧] ଦିନ ପାରଳାଖେମୁଣ୍ଡିଠାରେ ରାଜଗୁରୁ ବଂଶରେ ଜନ୍ମଗ୍ରହଣ କରିଥିଲେ ‌। ପିତା ହରେକୃଷ୍ଣ ରାଜଗୁରୁ ଓ ମାତା ସୁନାମଣି ଦେବୀ ସତ୍ୟନାରାୟଣ ବ୍ରତ ପାଳନ କରି ସନ୍ତାନ ଲାଭ କରିଥିବାରୁ ପୁତ୍ରର ନାମ ସତ୍ୟନାରାୟଣ ଦେଇଥିଲେ । ଜନ୍ମଲାଭର ସପ୍ତମଦିନ ତାଙ୍କର ମାତୃବିୟୋଗ ଘଟିଥିଲା । ତାଙ୍କ ଜେଜେବାପା ହରେକୃଷ୍ଣ ରାଜଗୁରୁ ଏହି ଶିଶୁକୁ ଏକ ଘରୋଇ ପରିଚାରକ ମାଧ୍ୟମରେ ଜଣେ କମା ବ୍ରାହ୍ମଣଙ୍କ ଘରକୁ ନିତିଦିନ ପଠାଇ ତାଙ୍କ ସ୍ତ୍ରୀଙ୍କ ସ୍ତନ୍ୟପାନ କରାଇ ଏହି ମାତୃହୀନ ଶିଶୁକୁ ପାଳିବାକୁ ଲାଗିଲେ । ଏହିପରି ଭାବରେ ସେହି କମା ବ୍ରାହ୍ମଣୀ ପିଲାଟିବେଳୁ ସତ୍ୟନାରାୟଣଙ୍କ ସମସ୍ତ ଯତ୍ନ ନେଇ ପାଳିବା ଆରମ୍ଭ କରିଦେଇଥିଲା ।

ଗୃହପଣ୍ଡିତଙ୍କଠାରୁ ସଂସ୍କୃତ ଓ କର୍ମକାଣ୍ଡ ଶିକ୍ଷା କରିବା ପରେ ସ୍ଥାନୀୟ ଉଚ୍ଚବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଆନ୍ଧ୍ର ବିଶ୍ୱ ବିଦ୍ୟାଲୟରୁ ଶିକ୍ଷା ସମାପ୍ତ କରି ସେ ୧୯୨୯ ମସିହାରେ ପାରଳାସ୍ଥିତ "ପଦ୍ମନାଭ ରଂଗାଳୟ"ରେ ମ୍ୟାନେଜର ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ପଦ୍ମନାଭ ରଂଗାଳୟ ଥିଲା ତତ୍କାଳୀନ ଓଡ଼ିଶାର ପ୍ରଥମ ଥିଏଟର । ଏହି ସମୟରେ ସେ ଉତ୍କଳ ସମ୍ମିଳନୀର କାର୍ଯ୍ୟକଳାପ ସହ ସଂପୃକ୍ତ ଥିଲେ । ବିଚ୍ଛିନ୍ନ ଓଡ଼ିଶାର ଏକତ୍ରୀକରଣ କରିବାରେ ସେ ପାରଳା ମହାରାଜାଙ୍କ ସହାୟତା କରିଥିଲେ । କଥିତ ଅଛି ବିଚ୍ଛିନ୍ନ ଓଡ଼ିଶାର ଏକତ୍ରୀକରଣ ନିମନ୍ତେ ସେ ଏକ ଥେସିସ ବା ଗବେଷଣା ପ୍ରବନ୍ଧ ମଧ୍ୟ ପ୍ରସ୍ତୁତ କରିସାରିଥିଲେ ।

୧୯୪୭ ମସିହାରେ ସେ ଚାକିରି କ୍ଷେତ୍ରରେ ପ୍ରବେଶକରି ‘କଳିଙ୍ଗ ଐତିହାସିକ ଗବେଷଣା ସମିତି’ରେ ଯୋଗ ଦେଇଥିଲେ । ୧୯୫୦ ମସିହାରୁ ୧୯୬୧ ମସିହା ପର୍ଯ୍ୟନ୍ତ ‘ଓଡ଼ିଶା ରାଜ୍ୟ ସଂଗ୍ରହାଳୟ’ର ଅଭିଲେଖ ବିଭାଗରେ କ୍ୟୁରେଟର ଦାୟିତ୍ୱ ଓ ପରେ ୧୯୬୩-୧୯୭୦ ପର୍ଯ୍ୟନ୍ତ ଏପିଗ୍ରାଫିଷ୍ଟ ଦାୟିତ୍ୱ ସମ୍ଭାଳିଥିଲେ [୨]। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅବୈତନିକ ପ୍ରତ୍ନତତ୍ତ୍ୱ ଉପଦେଷ୍ଟା ରୂପେ ମଧ୍ୟ ଦୁଇ ବର୍ଷ କାମ କରିଥିଲେ ।[୩]

ଇତିହାସ ସଂପର୍କିତ ଗବେଷଣା କରିବା ସମୟରେ ସେ ଓଡ଼ିଶାର ଅନେକ ସ୍ଥାନ ବୁଲି ଅନେକ ଶୀଳାଲେଖ ସଂଗ୍ରହ କରିଛନ୍ତି ଏବଂ ସେଗୁଡିକର ଅଧ୍ୟୟନ କରି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଉଦ୍ଧାର କରିଛନ୍ତି । ସେଭଳି ଅନେକ ତଥ୍ୟ ସେ ତତ୍କାଳୀନ ବିହାର-ଓଡ଼ିଶା ହିଷ୍ଟୋରିକାଲ୍ ରିସର୍ଚ୍ଚ ସୋସାଇଟି, ଆନ୍ଧ୍ରା ହିଷ୍ଟୋରିକାଲ୍ ରିସର୍ଚ୍ଚ ସୋସାଇଟି ତଥା କଳିଙ୍ଗ ହିଷ୍ଟୋରିକାଲ୍ ରିସର୍ଚ୍ଚ ସୋସାଇଟି ତରଫରୁ ପ୍ରକାଶିତ ପତ୍ରିକା ମାଧ୍ୟମରେ ପ୍ରକାଶିତ କରାଯାଇଛି ।[୨]

ସାହିତ୍ୟିକ ଅବଦାନସମ୍ପାଦନ କରନ୍ତୁ

ଉତ୍କଳ ସାହିତ୍ୟ, ସହକାର, ନବଭାରତ ପ୍ରଭୃତି ମାସିକ ସାହିତ୍ୟ ପତ୍ରିକାମାନଙ୍କରେ ତାଙ୍କର ବହୁ ଐତିହାସିକ ପ୍ରବନ୍ଧ ପ୍ରକାଶ ପାଇଛି । 'ଉତ୍କଳ ହିତୈଷିଣୀ' ନାମକ ସାପ୍ତାହିକ ପତ୍ରିକାର ସମ୍ପାଦକ ରୂପେ ସେ କାର୍ଯ୍ୟ କରିଥିଲେ ।ସେ ଓଡ଼ିଶାର ଇତିହାସ ଉପରେ ଉଲ୍ଲେଖନୀୟ ଅନୁସନ୍ଧାନ କରିଛନ୍ତି । ତ୍ରୟୋଦଶ ଶତାବ୍ଦୀର ସଂସ୍କୃତ କବି ତଥା ଗୀତ ଗୋବିନ୍ଦର ଲେଖକ ଜୟଦେବଙ୍କ ପ୍ରାରମ୍ବିକ ଜୀବନ ଉପରେ ସେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ସଂଗ୍ରହ କରିପାରିଛନ୍ତି । ସେ ସରୋଜିନୀ ନାଇଡୁଙ୍କ ଏକ କବିତା ‘The Palanquin Bearers’, "ପାଲିଙ୍କି ବାହାକ" ନାମରେ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ ଏବଂ ତାଙ୍କଦ୍ୱାରା ଲିଖିତ ଅନେକ ବହି ବିଶ୍ୱବିଦ୍ୟାଳୟ ଅଧ୍ୟୟନ ପାଇଁ ସ୍ୱୀକୃତ ମଧ୍ୟ ହୋଇଛି ।

ପ୍ରକାଶିତ ପୁସ୍ତକସମ୍ପାଦନ କରନ୍ତୁ

  • ମୋ ଜୀବନ ସଂଗ୍ରାମ (ଆତ୍ମକଥା)
  • କଳିଙ୍ଗର ଆତ୍ମକଥା
  • ଓଡ଼ିଆ ଲିପିର କ୍ରମବିକାଶ
  • ଓଡ଼ିଆ ଉପଭାଷା
  • ଗୋପବନ୍ଧୁ ଗଦ୍ୟ ସାହିତ୍ୟ
  • ମନୋରମା (୧୯୫୮, ଐତିହାସିକ କାବ୍ୟ)
  • ନାଗ ଇତିହାସ
  • ଜନନୀ ଉତ୍କଳ
  • ରାଧାଭିଷେକ (ଗୀତୀନାଟିକା)
  • ଓଡ଼ିଶାର ଇତିହାସ (୧୯୮୫)
  • ଖାରବେଳ (ନାଟକ)
  • ପାଲିଙ୍କି ବାହକ (ସରୋଜିନୀ ନାଇଡୁଙ୍କ ‘The Palanquin Bearers’ର ଓଡ଼ିଆ ଅନୁବାଦ)
  • ସ୍ୱପନେ ଚୁମ୍ବନ
  • Invocatory Verses from Inscriptions
  • History of Gangas
  • The Korasanda Copper Plate Grant of Visakhavarma
  • History of Eastern Gangas of Kalinga
  • Heirographic letters of Naraj
  • The Odras and their Predomenancy
  • The Historical Research in Orissa
  • The Konduli Copper Plate Grant of Narasimha Deva of Saka 1305
  • Sumandal Plates of Dharmaraj.

ପୁରସ୍କାର ଓ ସମ୍ମାନସମ୍ପାଦନ କରନ୍ତୁ

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୬ (ଆତ୍ମ ଜୀବନୀ 'ମୋ ଜୀବନ ସଂଗ୍ରାମ' ନିମନ୍ତେ)[୪]
  • ଶାରଳା ପୁରସ୍କାର, ୧୯୯୬[୫]
  • ଉତ୍କଳ ରତ୍ନ,୧୯୯୬[୬]
  • ସାରଳା ସମ୍ମାନ, ୧୯୮୯
  • ୧୯୮୦: ଓଡ଼ିଶା ଇତିହାସ କଂଗ୍ରେସଦ୍ୱାରା ସମ୍ମାନିତ
  • ୧୯୭୭: ଉତ୍କଳ ପାଠକ ସଂସଦଦ୍ୱାରା ସମ୍ମାନିତ
  • ୧୯୭୫: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତାଙ୍କୁ ଆଜୀବନ ସିନେଟ ସଭ୍ୟ ରୂପେ ଗ୍ରହଣ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଡିଲିଟ ଉପାଧିରେ ଭୂଷିତ କରିଥିଲେ ।
  • ପଦ୍ମଶ୍ରୀ, ୧୯୭୪[୭]
  • ୧୯୬୮: ଗଞ୍ଜାମ ସାହିତ୍ୟ ସମ୍ମିଳନୀଦ୍ୱାରା ସମ୍ମାନିତ
  • ଭାରତୀ ଭୂଷଣ (ଆନ୍ଧ୍ର ମହାସଭା ଦ୍ୱାରା)

ସତ୍ୟନାରାୟଣ ରାଜଗୁରୁଙ୍କ ୧୧ ଜୁନ୍ ୧୯୯୭ରେ 93 ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ତାଙ୍କ ପତ୍ନୀ ତାରାମଣୀ ଦେବୀ ଏକ ବର୍ଷ ପୂର୍ବରୁ ମୃତ୍ୟୁ ବରଣ କରିଥିଲେ ।

ଆଧାରସମ୍ପାଦନ କରନ୍ତୁ

  1. Rajguru, Sitakanta. "Memories of My Father Padmashree Dr. Satya Narayan Rajguru" (PDF). Odisha Review. p. 58. Retrieved 30 April 2014.
  2. ୨.୦ ୨.୧ Rajguru, Sitakanta. "Memories of My Father" (PDF). Orissa Review. 2010 (April 2010): 58. Retrieved 29 February 2020.
  3. "EMINENT PERSONS". Retrieved 30 April 2014.
  4. "RECIPIENTS OF KENDRA SAHITYA ACADEMY AWARD FOR ODIA LITERATURE" (PDF). ଓଡ଼ିଶା ସରକାର. p. ୯୦. Retrieved 29 April 2014. Dr. Satyanarayan Rajguru 1996 Auto Biography Mo Jeeban Sangram
  5. "Sarala Award Recipients". IMFA. Retrieved 30 April 2014.
  6. http://odisha.gov.in/e-magazine/Orissareview/2010/April/engpdf/58-64.pdf
  7. "Padma Awards Directory (1954 - 2013)" (PDF). Ministry of Home Affairs. Retrieved 23 April 2014.