ସଜନା
ପରିବା
ସଜନା ଏକ ଦ୍ରୁମ ଜାତୀୟ ଉଦ୍ଭିଦ। ଶ୍ୱେତ ଓ ରକ୍ତ ଭେଦରେ ଏହା ଦୁଇ ପ୍ରକାରର। ଶ୍ୱେତ ସଜନା ସାଧାରଣ ଗଛ ପରି ସବୁଜ, ରକ୍ତ ସଜନାର ପତ୍ରର ଶିରାରେ ଟିକେ ଟିକେ ଲାଲ ରଙ୍ଗ ଥାଏ। ଏ ଦୁଇ ଜାତିର ସଜନାର ଗୁଣ ସମାନ। କେହି କେହି ରକ୍ତ ସଜନାକୁ ମୁଗୁନା କହିଥାନ୍ତି। ଏହାର ମଞ୍ଜିକୁ ଶ୍ୱେତ ମରିଚ କୁହାଯାଏ।
ସଜନା | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Brassicales |
କୁଳ: | Moringaceae |
ପ୍ରଜାତି: | Moringa |
ଜାତି: | M. oleifera |
ବାଇନୋମିଆଲ ନାମ | |
Moringa oleifera |
ବିବିଧ ଭାରତୀୟ ପ୍ରାଦେଶିକ ନାମ
ସମ୍ପାଦନାପ୍ରାଦେଶିକ ଭାଷା | ନାମ |
---|---|
ଓଡ଼ିଆ | ସଜନା |
ସଂସ୍କୃତ | ଶିଗ୍ରୁ, ଶୋଭାଞ୍ଜନ, ତୀକ୍ଷ୍ଣ ଗନ୍ଧକ, ଅକ୍ଷୀବ |
ହିନ୍ଦୀ | ସୈଜିନା सैजिना |
ସାନ୍ତାଳୀ | ମୁନଗା ᱢᱩᱱᱜᱟᱹ |
ବଙ୍ଗଳା | ସଜୋନା সেজানা |
ଶାସ୍ତ୍ରୋକ୍ତ ଗୁଣ
ସମ୍ପାଦନାକଟୁ ତିକ୍ତ ମିଶ୍ରିତ ମଧୁର ରସ। ଉଷ୍ଣବୀର୍ଯ୍ୟ, ରୁକ୍ଷ, ଅଗ୍ନିଦୀପକ, ରୁଚିକର, ତୀକ୍ଷ୍ଣ, ଚକ୍ଷୁ ହିତକାରି, ବୀର୍ଯ୍ୟ ବର୍ଦ୍ଧକ, ବଳକର, ଧାରକ, ବିଦାହୀ, କ୍ଷାରମୟ ରକ୍ତ ପିତ୍ତକର, ବାୟୁବର୍ଦ୍ଧକ, ଗଳଗଣ୍ଡ, ପ୍ଳୀହା, ମେଦରୋଗ, ଗୁଳ୍ମ, ବ୍ରଣ ଓ ପିତ୍ତଦୋଷ ବିନାଶକ।
ବ୍ୟବହାର
ସମ୍ପାଦନାଔଷଧୀୟ
ସମ୍ପାଦନାଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ।
- ଅଧକପାଳୀ ମୁଣ୍ଡ ବିନ୍ଧାରେ ଏହାର ମଞ୍ଜିକୁ ଶୁଖାଇ କୁଟି ଚୂର୍ଣ୍ଣ କରି ଘ୍ରାଣ କରାଯାଏ।
- ଚକ୍ଷୁ ରୋଗରେ ସଜନା ମଞ୍ଜିର ଶସକୁ ମହୁ ସହିତ ଅଥବା ଗାଈ ଲହୁଣୀ ସହିତ ମର୍ଦ୍ଦନ କରି ଲଗାଯାଏ। ଏହା ବ୍ୟତୀତ ଚକ୍ଷୁରୋଗରେ ସଜନା ପତ୍ର ରସକୁ ମହୁ ସହିତ ପ୍ରୟୋଗ କରାଯାଇଥାଏ।
- ବ୍ରଣ, ବଥ, ବାଳମୂଳିଆରେ ସଜନା ଗଛର ଛେଲିକୁ ଜଳରେ ଘୋରି ଲେପ ଦିଆଯାଏ।
- ସଜନା ଛେଲି ଓ ଶ୍ୱେତସୋରିଷ ଏ ଦୁଇ ପଦାର୍ଥକୁ ଗୋମୂତ୍ରରେ ବାଟି ଲଗାଇଲେ ଗୋଡ଼ଫୁଲା ଭଲହୁଏ।
- ଯାଦୁ, ଚମଦଳା, କନ୍ଦା ଆଦିରେ ସଜନା ପତ୍ରର ରସକୁ ଲୁଣ ସହିତ ମିଶାଇ ଲଗାଯାଏ।
- ଫୁଲା କିମ୍ବା ବଥା ଦରଜ ଆଦିରେ ସଜନା ପତ୍ର ରସକୁ ଅଳ୍ପ ଉଷୁମ କରି ଲଗାଯାଏ।
- ବାଗୀ, ଭଗନ୍ଦର, ବିଇଞ୍ଚି ଓ ବିବର୍ଚ୍ଚିକା ଆଦିରେ ସଜନା ଛାଲିକୁ ଜଳରେ ସିଝାଇ ସେଇ ଜଳରେ ଉଷୁମ ଥାଉଁଣୁ ଧୋଇଲେ ଉପକାର ମିଳେ।
- ଉହାଜ୍ୱରରେ ସଜନାପତ୍ର ରସକୁ ଲୁଣ ସହିତ ପ୍ରୟୋଗ କରାଯାଏ।
- ବାୟୁ, ଅଜୀର୍ଣ୍ଣ, ମେଦବୃଦ୍ଧିରେ ସୋରିଷ ଓ ସଜନା ଛେଲିକୁ ଏକତ୍ର ବାଟି ସେବନ କରି କିଛି ଉଷୁମ ଜଳ ସେବନ କଲେ ଉପକାର ମିଳେ।
ଅନ୍ୟାନ୍ୟ
ସମ୍ପାଦନା- ସଜନା ଏକ ଭଲ ପରିବା। ଏହାର ଛୁଇଁରେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଠ ତରକାରୀ ଓ ଭଜା ପ୍ରସ୍ତୁତ ହୁଏ। ଏହାଛଡା ସଜନା ଶାଗ ମଧ୍ୟ ଖୁବ୍ ସ୍ୱାଦିଷ୍ଠ। ମୁଗ ଓ ନଡିଆ କୋରା ଦେଇ ଭଜା ହୋଇଥିବା ସଜନା ଶାଗ ଏକ ଶାସ୍ତ୍ରୀୟ ଓଡ଼ିଆ ବ୍ୟଞନ । ସଜନାର ଫୁଲକୁ ମଧ୍ୟ ଶାଗ ସହିତ ମିଶାଇ ଭଜା ଯାଏ ।
ପୌଷ୍ଟିକତତ୍ତ୍ୱ
ସମ୍ପାଦନାସଜନା ପୌଷ୍ଟିକ ଗୁଣରେ ଭରା। ନିମ୍ନ ତାଲିକାରୁ ଏହା ସୁସ୍ପଷ୍ଟ। [୧]
ପୌଷ୍ଟିକତତ୍ତ୍ୱ | ସାଧାରଣ ଖାଦ୍ୟ | ସଜନାର ସଜ ପତ୍ର | ସଜନାର ଶୁଖିଲା ପତ୍ର | |
---|---|---|---|---|
ଭିଟାମିନ୍ ଏ | ଗାଜର | 1.8 mg | 6.8 mg | 18.9 mg |
କ୍ୟାଲସିୟମ | କ୍ଷୀର | 120 mg | 440 mg | 2003 mg |
ପଟାସିୟମ୍ | କଦଳୀ | 88 mg | 259 mg | 1324 mg |
ପ୍ରୋଟିନ୍ | ବସାଦହି | 3.1 g | 6.7 g | 27.1 g |
ଭିଟାମିନ୍ ସି | କମଳା ଲେମ୍ବୁ | 30 mg | 220 mg | 17.3 mg |
ଆଧାର
ସମ୍ପାଦନା- ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।
ବାହାର ତଥ୍ୟ
ସମ୍ପାଦନା- ଉଇକିମିଡ଼ିଆ କମନ୍ସରେ Moringa oleifera-ସମ୍ପର୍କିତ ମିଡ଼ିଆ
- Data related to ସଜନା at Wikispecies