ସୋରିଷ ଏକ ତୈଳବୀଜ ଅଟେ ।[୧] ସୋରିଷ Brassica ଏବଂ Sinapis ପ୍ରଜାତିର ଏକ ମସଲାଜାତୀୟ ଗଛ । ଏହାର ମଞ୍ଜିକୁ ମସଲା ଭାବରେ ବ୍ୟବ‌ହାର କରାଯାଏ ।ସୋରିଷ ମଞ୍ଜିକୁ ଗୁଣ୍ଡ କରି ପାଣି, ଭିନେଗାର ଏବଂ ଅନ୍ୟାନ୍ୟ ତୈଳଜାତୀୟ ପଦାର୍ଥ ମିଶାଯାଇ ହଳଦିଆ ରଙ୍ଗର ସୋରିଷ ମସଲା ପ୍ରସ୍ତୁତ କରାଯାଏ । ସୋରିଷ ମଞ୍ଜିରୁ ସୋରିଷ ତେଲ ବାହାରିଥାଏ, ଯାହାକି ପ୍ରାୟତଃ ଓଡ଼ିଶାରେ ରୋଷେଇ କାର୍ଯ୍ୟରେ ବ‌ହୁଳ ଭାବରେ ବ୍ୟବ‌ହାର କରାଯାଏ । ଏବଂ ସୋରିଷଗଛର ପତ୍ରକୁ ଶାଗ ରୂପେ ମଧ୍ୟ ଖିଆଯାଏ ।

ସୋରିଷ
Mustard.png
Nutritional value per ୧୦୦ g (୩.୫ oz)
Energy ୧,୯୬୪ kJ (୪୬୯ kcal)
Carbohydrates 34.94 g
- Sugars 6.89 g
- Dietary fiber 14.7 g
Fat 28.76 g
- saturated 1.46 g
- monounsaturated 19.83 g
- polyunsaturated 5.39 g
Protein 24.94 g
Water 6.86 g
Vitamin A equiv. 3 μg (0%)
Thiamine (vit. B1) 0.543 mg (47%)
Riboflavin (vit. B2) 0.381 mg (32%)
Niacin (vit. B3) 7.890 mg (53%)
Vitamin B6 0.43 mg (33%)
Folate (vit. B9) 76 μg (19%)
Vitamin B12 0 μg (0%)
Vitamin C 3 mg (4%)
Vitamin E 2.89 mg (19%)
Vitamin K 5.4 μg (5%)
Calcium 521 mg (52%)
Iron 9.98 mg (77%)
Magnesium 298 mg (84%)
Phosphorus 841 mg (120%)
Potassium 682 mg (15%)
Sodium 5 mg (0%)
Zinc 5.7 mg (60%)
Percentages are relative to
US recommendations for adults.
Source: USDA Nutrient Database
ସୋରିଷ ବଣ
ସୋରିଷ ଫୁଲ
ସୋରିଷ

ଧଳା ସୋରିଷକୁ ଲୋକେ ରାଇ ସୋରିଷ କହନ୍ତି, କିନ୍ତୁ ଧଳା ସୋରିଷ (ଶ୍ୱେତିକା, ସିଦ୍ଧାର୍ଥ) ଓ ରାଇ ସୋରିଷ (ରାଜିକା; ଛୋଟ ଓ ନାଲିଆ), ଉଭୟେ ପୃଥକ । ରାଇ ସୋରିଷ ଅନ୍ୟ ଜାତୀଯ ବା କୃଷ୍ଣ ସର୍ଷପର ସମଗୁଣ ବିଶିଷ୍ଟ, କିନ୍ତୁ ତହିଁ ଅପେକ୍ଷା ସକଳ ଗୁଣରେ ଉତ୍କୃଷ୍ଟ ବିଶେଷତଃ ଶ୍ୱେତ ସର୍ଷପ ରୁଚିକର, ଗତ୍ୱଗ୍ ଦୋଷ ନାଶକ ଏବଂ ବ୍ରଣ, ବାତରକ୍ତ ବିଷଦୋଷ, ଭୁତାବେଶ ନାଶିକ ।

ଆକାରସମ୍ପାଦନ କରନ୍ତୁ

ସୋରିଷ ମଞ୍ଜିଗୁଡ଼ିକ ଛୋଟ ଏବଂ ଗୋଲାକୃତି । ମଞ୍ଜିଗୁଡ଼ିକର ବ୍ୟାସ ୧ରୁ ୨ ମିଲିମିଟର ହୋଇଥାଏ ଏବଂ ମଞ୍ଜିଗୁଡ଼ିକର ରଙ୍ଗ ଇସତ୍ ହଳଦିଆରୁ କଳା ଯାଏ ହୋଇଥାଏ । ସୋରିଷର ପ୍ରଜାତି ଅନୁସାରେ ଏହାର ରଙ୍ଗର ପରିବର୍ତ୍ତନ ଦେଖାଯାଏ ।

ଚାଷ ପ୍ରଣାଳୀସମ୍ପାଦନ କରନ୍ତୁ

ସୋରିଷ ଉତ୍ପାଦନ କ୍ଷେତ୍ରରେ ଭାରତ ସମଗ୍ର ପୃଥିବୀରେ ମୁଖ୍ୟ ସ୍ଥାନ ଅଧିକାର କରିଛି । ଆମ ରାଜ୍ୟ ଓଡ଼ିଶାରେ ସୋରିଷ ଚାଷ କେବଳ ଶିତ ଋତୁରେ ହୋଇଥାଏ । ଏହି ଚାଷ ସ୍ୱଛ ବାଲିଆ ଦୋରସା ମାଟିରୁ ଆରମ୍ଭ କରି ଅଳ୍ପ ମଟାଳ ମାଟି ଯାଏ ସବୁ ଜମିରେ ହୋଇ ପାରିବ । ଏହି ଫସଲ ପ୍ରାୟ ୧୦ରୁ ୨୫ ଡିଗ୍ରୀ ସେଲସିୟସ ତାପମାତ୍ରା ଓ ସ୍ୱଚ୍ଛ ଆଦ୍ରତା ମଧ୍ୟରେ ଭଲ ଭାବେ ବଢିପାରେ ।[୨] ସନ୍ତସନ୍ତିଆ ଓ ଅମଳୀୟ ମାଟିରେ ସୋରିଷ ଚାଷ ଭଲ ହୁଅନାହିଁ । ୬.୦ରୁ ୭.୫ pH ଥିବା ମୂର୍ତ୍ତିକାରେ ହିଁ ସୋରିଷ ଚାଷ ଭଲ ହୁଏ ।[୨] ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ସୋରିଷ ବୁଣା ହୋଇଥାଏ । ବୁଣା ଡେରିହେଲେ ଅମଳ ଯଥେଷ୍ଟ କମିଯାଏ ।

ବିହନ ବୁଣାସମ୍ପାଦନ କରନ୍ତୁ

୧କିଲୋଗ୍ରାମ ବିହନ ପ୍ରତି ୩ଗ୍ରାମ ଥିରାମ ବା ଗ୍ରାମ କାର୍ବେଣ୍ଡଜିୟମ ବା ୧ଗ୍ରାମ ଭିଟାଭାକ୍ସ ଗୋଳାଇ ବିଶୋଧନ କରିବା ଉଚିତ । ସର୍ବଦା ଧାଡିରେ ବୁଣିବା ଉଚିତ । ସୋରିଷ ଧାଡିକୁ ଉତର-ଦକ୍ଷିଣ ଭାବେ ବୁଣିଲେ ସୂର୍ଯାଲୋକର ଉପଯୋଗ ଠିକ ହୋଇଥାଏ ଓ ଅମଳ ବୃଦ୍ଧି ପାଏ । ଅଣଜଳସେଚିତ ତୋରିଆ ଫସଲରେ ଆକାର ପ୍ରତି ୧୬:୮:୮ ଓ ଜଳସେଚିତ ଏବଂ ଅଣଜଳସେଚିତ ରାଇ ଫସଲରେ ୨୦:୧୦:୨୦ ଏବଂ ଜଳସେଚିତ ରାଇ ଫସଲରେ ୩୨: ୧୬ : ୧୬ ହିସାବରେ ସାର ପ୍ରୟୋଗ କରାଯାଏ । ଅଣଜଳସେଚିତ ଫସଲରେ ସମସ୍ତ ସାର ମଞ୍ଜି ବୁଣିବା ପୂର୍ବରୁ ପ୍ରୟୋଗ ହୁଏ । ମାତ୍ର, ଜଳସେଚିତ କ୍ଷେତ୍ରରେ ୫୦ ଭାଗ ଯବକ୍ଷାରଜନ, ଫସଫରସ ଓ ପଟାସ ସାରକୁ ମୂଳସାର ଭାବେ ଏବଂ ଅବଶିଷ୍ଟ ୫୦ଭାଗ ଯବକ୍ଷାରଜନ ବୁଣିବାର ୩ସପ୍ତାହ ପରେ ଘାସ ବାଛି ପ୍ରୟୋଗ କରାଯାଏ ।

ଜଳସେଚନସମ୍ପାଦନ କରନ୍ତୁ

ଗଛ ଉଠିବାର ୨୫ ଦିନ ପରେ ୧ମ ଓ ଫଳ ଧରିବା ଅବସ୍ଥାରେ ୨ୟ ଥର ପାଣି ମଡ଼ାଇଲେ ଗଛରେ ଡାଳ ଅଧିକ ହୋଇ ଫୁଲ, ଫଳ ଭଲ ହୁଏ ।

ଅମଳସମ୍ପାଦନ କରନ୍ତୁ

ସୋରିଷ ଛୁଇଁ ଗୁଡ଼ିକ ୧୧୦ରୁ ୧୪୦ ଦିନ ମଧ୍ୟରେ ପାକଳ ହୋଇଥାଏ ।[୨] ଗଛରେ ଛୁଇଁ ଗୁଡିକ ହଳଦିଆ ପଡି ପତ୍ର ଝଡିବା ଅବସ୍ଥାରେ ଗଛ କାଟିଦିଆଯାଏ । ଏହି ସମୟରେ ମଞିରେ ଶତକଡା ୪୦ ଭାଗ ଜଳଅଂଶ ଥାଏ ଓ ଅଧିକ ତେଲ ଅଂଶ ଥାଏ । ବିହନ ମଧ୍ୟରେ ଜଳଅଂଶ ୮ ପ୍ରତିଶତରୁ ଅଧିକ ରହିବା ଉଚିତ ନୁହେଁ । ଏଥିପାଇଁ ସୋରିଷକି କାଟି ସାରିବା ପରେ ବିଡା ବାନ୍ଧି ୫ରୁ ୬ ଦିନ ଭଲଭାବରେ ଖରାରେ କିଛିଦିନ ଶୁଖାଇ ଅମଳ କରାଯାଏ[୨] ଓ ପରେ ପୁଣି ଖରାରେ ଶୁଖାଇ ବିହନ ହିସାବରେ ସାଇତି ରଖାଯାଏ ।

ବ୍ୟବ‌ହାରସମ୍ପାଦନ କରନ୍ତୁ

ସୋରିଷ ମଞ୍ଜିକୁ ମସଲା ରୂପରେ ବ୍ୟବ‌ହାର କରାଯାଏ ଏବଂ ଏହାକୁ ଘଣାରେ ପେଡ଼େଇ ତେଲ ବାହାର କରି ମଧ୍ୟ ବ୍ୟବ‌ହାର କରାଯାଏ ।

  • ସୋରିଷକୁ ଜିରା, ଅଦା ଆଦି ମସଲା ସ‌ହ ମିଶାଇ ପାରମ୍ପାରିକ ଓଡ଼ିଆ ଖାଦ୍ୟ ବେସର ପ୍ରସ୍ତୁତ କରାଯାଏ । ସୋରିଷକୁ ବାଟି ଏକ ମଣ୍ଡ ତିଆରି କରାଯାଏ ଏବଂ ବିଭିନ୍ନ ପ୍ରକାରର ତରକାରି ରାନ୍ଧିବାରେ ବ୍ୟବ‌ହାର କରାଯାଏ ।[୩]
  • ସୋରିଷ ମଞ୍ଜିକୁ ମୁଖ୍ୟତଃ ତେଲ ବାହାର କରିବାରେ ବ୍ୟବ‌ହାର କରାଯାଏ । ସୋରିଷକୁ ପେଡ଼ାଇ ଯେଉଁ ତେଲ ବାହାର କାରଯାଏ ତାକୁ ସୋରିଷ ତେଲ କୁହାଯାଏ ।
ସୋରିଷ ତେଲ ଭାରତର ସବୁଆଡ଼େ ରୋଷେଇରେ ବ୍ୟବ‌ହାର ହୋଇଥାଏ ।
କେତେକ ସ୍ଥାନରେ ଆଚାର ପ୍ରସ୍ତୁତ କରିବାରେ ମଧ୍ୟ ସୋରିଷ ତେଲ ବ୍ୟବ‌ହାର କରାଯାଏ ।
ସୋରିଷ ତେଲକୁ ମଧ୍ୟ ଲୋକମାନେ ଦେହରେ ଲଗାଇଥାନ୍ତି ।
ସୋରିଷ ତେଲକୁ ମଧ୍ୟ ଔଷଧ ରୂପେ ବ୍ୟବ‌ହାର କରାଯାଏ ।
ସୋରିଷ ତେଲକୁ ରସୁଣ ସ‌ହ ଫୁଟାଇ ଗୋଡ଼ ତ‌ଥା ପାଦରେ ଘସିଲେ, ଥଣ୍ଡା କମେ ଏବଂ ଗୋଡ଼ହାତ ବିନ୍ଧାବିନ୍ଧି କମିଥାଏ ।[୪]
  • ସୋରିଷ ଗଛର ପତ୍ରକୁ ଶାଗ ରୂପେ ମଧ୍ୟ ଖିଆଯାଏ ।
  • ସୋରିଷକୁ ଜୈବିକ ତେଲ ରୂପେ ବ୍ୟବ‌ହାର କରିବାର ଅନୁସନ୍ଧାନ ଚାଲିଛି ।[୫]

ଆଧାରସମ୍ପାଦନ କରନ୍ତୁ

  1. ଗୋପାଳ ଚନ୍ଦ୍ର, ପ୍ରହରାଜ. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsal.uchicago.edu. Retrieved 7 April 2013. ତୈଳବୀଜବିଶେଷ
  2. ୨.୦ ୨.୧ ୨.୨ ୨.୩ "Mustard Farming Information Detailed Guide". Agri Farming. Retrieved 26 July 2016.
  3. "ବେସର". Science Graph. Retrieved 26 July 2016.
  4. "Health Benefits of Mustard Essential Oil". Retrieved 26 July 2016.
  5. "Industrial mustard crops for biodiesel and biopesticides" (PDF). Retrieved 26 July 2016.

ବାହାର ତଥ୍ୟସମ୍ପାଦନ କରନ୍ତୁ