ଶ୍ୟାମସୁନ୍ଦର ମହାପାତ୍ର

ଓଡ଼ିଆ ରାଜନୀତିଜ୍ଞ

ଶ୍ୟାମସୁନ୍ଦର ମହାପାତ୍ର (୨୫ ଜାନୁଆରୀ ୧୯୨୯ - ୨୨ ଅପ୍ରେଲ ୨୦୦୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ଏବଂ ଭାରତୀୟ ସମ୍ବିଧାନର ତଳ ସଦନ ଲୋକ ସଭାରେ ସାଂସଦ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ୫ମ ଓଡ଼ିଶା ବିଧାନ ସଭାକୁ ରାଉରକେଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ଏବଂ ପରେ ୫ମ ଲୋକ ସଭାକୁ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।[୧]

ଶ୍ୟାମସୁନ୍ଦର ମହାପାତ୍ର
ସାଂସଦ: ୫ମ ଲୋକ ସଭା
କାର୍ଯ୍ୟକାଳ
୧୯୭୩ – ୧୯୭୭
ପୂର୍ବ ଅଧିକାରୀସମରେନ୍ଦ୍ର କୁଣ୍ଡୁ
ପର ଅଧିକାରୀସମରେନ୍ଦ୍ର କୁଣ୍ଡୁ
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀରାଜକିଶୋର ସାମନ୍ତରାୟ
ପର ଅଧିକାରୀଧନଞ୍ଜୟ ମହାନ୍ତି
ନିର୍ବାଚନ ମଣ୍ଡଳୀରାଉରକେଲା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1929-01-25)୨୫ ଜାନୁଆରୀ ୧୯୨୯
ମୃତ୍ୟୁ୨୨ ଅପ୍ରେଲ ୨୦୦୬(2006-04-22) (ବୟସ ୭୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀରାଧା ଦେବୀ ମହାପାତ୍ର
ସନ୍ତାନ୨ ପୁଅ ୧ ଝିଅ
ବାପା/ବୋଉନରେନ୍ଦ୍ର ନାଥ ମହାପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର ସମ୍ପାଦନା

ଶ୍ୟାମସୁନ୍ଦର ମହାପାତ୍ର ୧୯୨୯ ମସିହାର ଜାନୁଆରୀ ମାସ ୨୫ ତାରିଖ ଦିନ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ନରେନ୍ଦ୍ର ନାଥ ମହାପାତ୍ର ।[୩] ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକୋତ୍ତର । ତାଙ୍କ ପତ୍ନୀଙ୍କ ନାମ ରାଧା ଦେବୀ ମହାପାତ୍ର ।[୩] ତାଙ୍କର ୨ ପୁଅ ଓ ଗୋଟିଏ ଝିଅ ଥିଲେ ।[୨]

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ସମ୍ପାଦନା

ଶ୍ୟାମସୁନ୍ଦର ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ଏହାପରେ ୧୯୪୨ ମସିହାରୁ ୧୯୪୯ ମସିହାଯାଏଁ ବିଭିନ୍ନ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ସେ ସକ୍ରିୟ ଥିଲେ ।[୨] ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ ସମୟରେ ସେ ୧୯୪୬ ମସିହାରେ ଗିରଫ ହୋଇଥିଲା ।[୩]

ରାଜନୈତିକ ଜୀବନ ସମ୍ପାଦନା

ଶ୍ୟାମସୁନ୍ଦର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ।[୨] ସେ ଓଡ଼ିଶା ବିଧାନ ସଭା, ରାଜ୍ୟ ସଭା ଏବଂ ଲୋକ ସଭାର ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ ।[୧]

୧୯୭୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ରାଉରକେଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଏଥିସହିତ ସେ ୫ମ ଲୋକ ସଭାରେ ମଧ୍ୟ ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।[୧] ଜୁଲାଇ ୧୯୮୦ରେ ଶ୍ୟାମସୁନ୍ଦର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଶ୍ୟାମସୁନ୍ଦର ୨୦୦୬ ମସିହାର ଅପ୍ରେଲ ମାସ ୨୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Late Shyamsundar Mohapatra". odishaassembly.nic.in. Odisha Assembly. Retrieved 17 May 2019.
  2. ୨.୦ ୨.୧ ୨.୨ ୨.୩ ୨.୪ "MLA Shyamsundar Mohapatra Profile | ROURKELA Constituency". naveenpatnaik.com. Archived from the original on 2017-10-26. Retrieved 2019-05-19.
  3. ୩.୦ ୩.୧ ୩.୨ "MLA Shyamsundar Mohapatra Profile | ROURKELA Constituency". www.odishahelpline.com. Retrieved 2019-05-19.