ଶାନ୍ତନୁ କୁମାର ଆଚାର୍ଯ୍ୟ

ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ

ଶାନ୍ତନୁ ଆଚାର୍ଯ୍ୟ ଜଣେ ଖ୍ୟାତନାମା ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ । [୨]

ଶାନ୍ତନୁ କୁମାର ଆଚାର୍ଯ୍ୟ
Santanu Acharya during Fakirmohan birthday celebration, Santikanana, Baleswar, Odisha 14-01-2014.JPG
ଜନ୍ମ ଓ ଜନ୍ମସ୍ଥାନ ୧୫ ମଇ ୧୯୩୩ (1933-05-15) (୮୪ ବର୍ଷ)
ମୋମିନପୁର, ଖିଦିରପୁର, କଲିକତା
ଆଞ୍ଚଳିକତା ଓଡ଼ିଆ
ଶିକ୍ଷା ସ୍ନାତକୋତ୍ତର (ରସାୟନ ବିଜ୍ଞାନ)
ଶିକ୍ଷାନୁଷ୍ଠାନ ରେଭେନ୍ସା ମହାବିଦ୍ୟାଳୟ
ଜୀବିକା ଅଧ୍ୟାପନା
ଜୀବନସାଥି ନିରୁପମା ଆଚାର୍ଯ୍ୟ
ସନ୍ତାନ ପ୍ରଜେଶ ନନ୍ଦିନୀ, ନିବେଦିତା, ଜୁଲି
ବାପା ମା ଅନନ୍ତ ନାରାୟଣ ଆଚାର୍ଯ୍ୟ, କୃଷ୍ଣପ୍ରିୟା ଦେବୀ[୧]
ପୁରସ୍କାର ଶାରଳା ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଶ୍ରୀ ଆଚାର୍ଯ୍ୟ ପ୍ରଥମେ ସମ୍ବଲପୁରର ଓରିଏଣ୍ଟ କାଗଜ କଳରେ କେମିଷ୍ଟ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମନାନ୍ତର ହେବା ପରେ ୧୯୫୮ ମସିହା ଜାନୁଆରୀ ୩ତାରିଖରେ ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ରସାୟନ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ ‌। ତା'ଙ୍କ ସହ ସେହି ଦିନ ମହାପାତ୍ର ନୀଳମଣି ସାହୁ ମଧ୍ୟ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ସେହି ମହାବିଦ୍ୟାଳୟରେ କାର୍ଯ୍ୟାରମ୍ଭ କରିଥିଲେ । ୧୯୯୨ ମସିହା ଜୁନ ୩୦ ତାରିଖ ଦିନ ସେ ଉତ୍କଳ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ପଦବୀରୁ ଅବସର ଗ୍ରହଣ କରିଥିଲେ ।[୩]

ବିଷୟସୂଚୀ

ସାହିତ୍ୟ ସର୍ଜନାସମ୍ପାଦନ କରନ୍ତୁ

ଶାନ୍ତନୁ ଆଚାର୍ଯ୍ୟ ୧୫ଟି ଉପନ୍ୟାସ, ୨୦ଟି କ୍ଷୁଦ୍ରଗଳ୍ପ ସଂକଳନ ୧୦ ଶିଶୁସାହିତ୍ୟ ପୁସ୍ତକ ସହ ଏକାଧିକ ବହିର ରଚୟିତା ।[୪]

ଉପନ୍ୟାସସମ୍ପାଦନ କରନ୍ତୁ

  • ଅନୋମାର କନ୍ୟା (୨୦୦୩)
  • ତୃଷ୍ଣା: ଏକ ଅନାବିଷ୍କୃତ ଆମେରିକା (୧୯୯୯)
  • ସ୍ଵର୍ଣ୍ଣ ତ୍ରୀଭୁଜ (୧୯୯୮)
  • ବିଲି ଗୋଟ ବନାମ ଉରୁବେଳ ଘୋଟକ (୧୯୯୭)
  • ଅନୁ ହଜିଯିବାପରେ (୧୯୯୬)
  • ଅଦୃଶ୍ୟ ଜଗତର ବାର୍ତ୍ତା (୧୯୯୬)
  • ଧରିତ୍ରୀର କାନ୍ଦ (୧୯୯୪)
  • ମନ୍ତ୍ରୀଙ୍କ ସେୟାର (୧୯୮୮)
  • ଶକୁନ୍ତଳା (୧୯୮୦)
  • ଅନ୍ୟ ଏକ ସକାଳ ଅନ୍ୟ ଏକ ଭାରତ (୧୯୭୭)
  • ଯାତ୍ରାର ପ୍ରଥମ ପାଦ (୧୯୭୬)
  • ଦକ୍ଷିଣାବର୍ତ୍ତ, (୧୯୭୩)
  • ତିନୋଟି ରାତିର ସକାଳ (୧୯୬୯)
  • ଶତାବ୍ଦୀର ନଚିକେତା (୧୯୬୫)
  • ନର କିନ୍ନର (୧୯୬୨)

ଗଳ୍ପସମ୍ପାଦନ କରନ୍ତୁ

  • ପିତ ପ୍ରସ୍ତର ଉଦ୍ୟାନ, ୨୦୧୦
  • ଶାନ୍ତନୁ ଆଚାର୍ଯ୍ୟଙ୍କ ଗଳ୍ପ ସମଗ୍ର, ପ୍ରଥମ ଖଣ୍ଡ-୨୦୦୯
  • ତୃତୀୟ ନେତ୍ର, ୨୦୦୭
  • ରେକର୍ଡ ବ୍ରେକର, ୨୦୦୬
  • ଛାୟା ପୁରୁଷ, ୨୦୦୫
  • ଦୃଶ୍ୟ ଅଦୃଶ୍ୟ, ୨୦୦୨
  • ଜଳଛବିର ରାତି, ୧୯୯୯
  • ଶ୍ରେଷ୍ଠ ଗଳ୍ପ, ୧୯୯୮
  • ଗଳ୍ପ ବର୍ଣ୍ଣାଳୀ, ୧୯୯୭
  • ନାତାଲିଆର ଓଁକାର, ୧୯୯୫
  • ଚଳନ୍ତି ଠାକୁର, ୧୯୯୧
  • ସର୍ପ ଯାନ, ୧୯୮୪
  • ଆଦ୍ୟ ସକାଳ, ୧୯୮୫
  • କରଞ୍ଜିଆ ଡାଏରୀ, ୧୯୮୪
  • ଏକବିଂଶ ଶତାବ୍ଦୀ ପାଇଁ ଗଳ୍ପ, ୧୯୭୮
  • ଅଦିନ ବଉଳ, ୧୯୭୮
  • ଅରଣ୍ୟର ଚୁଳ, ୧୯୭୪
  • ଏଇ ଶେଷ ପଦଟି, ୧୯୭୨
  • ଦୂର୍ବାର, ୧୯୬୫
  • ମନ ମର୍ମର, ୧୯୬୨

ଶିଶୁ ସାହିତ୍ୟସମ୍ପାଦନ କରନ୍ତୁ

  • ମୋ କାଠ ଘୋଡ଼ା କଥା କହେ (୧୯୬୧)
  • ବାଗ ବଗିଚାର ସୌଦାଗର (୧୯୬୨)
  • ଆକାଶକୁ ସାତୋଟି ପାହାଚ (୧୯୬୩)
  • କୋଶୀ ଉପତ୍ୟକାର ରାଜକୁମାର ମୋହନ (୧୯୬୪)
  • ଶକ୍ତିର କରାମତି (୧୯୭୧)
  • ମୋ ନାମ ଡା ଭିନ୍‌ସି ଓ ନିଆଁ ଲଗା ଓପି (୧୯୮୦)
  • ନିତିଦିନିଆ ଜୀବନରେ ବିଜ୍ଞାନ (୧୯୮୯)
  • ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ (୧୯୮୯)
  • ଦିନେ ଆକାଶ ବି ନଥିଲା (୨୦୦୧)
  • ପୀତ ପ୍ରସ୍ତର ଜାତୀୟ ଉଦ୍ୟାନ (୨୦୧୦)

ପୁରସ୍କାର ଓ ସମ୍ମାନସମ୍ପାଦନ କରନ୍ତୁ

  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୧୪[୫]
  • ଶିଶୁ ସାହିତ୍ୟ ପୁରସ୍କାର, ଶିକ୍ଷା ମନ୍ତ୍ରାଳୟ, ଭାରତ ସରକାର
    • ୧୯୬୧: ମୋ କାଠଘୋଡ଼ା କଥା କହେ
    • ୧୯୬୩: ଆକାଶକୁ ସାତୋଟି ପାହାଚ
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୦, ନରକିନ୍ନର ଉପନ୍ୟାସ ନିମନ୍ତେ)
  • ଶାରଳା ପୁରସ୍କାର (୧୯୮୭, ଶକୁନ୍ତଳା ଉପନ୍ୟାସ ନିମନ୍ତେ)
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, (୧୯୯୩, ଚଳନ୍ତି ଠାକୁର କ୍ଷୁଦ୍ରଗଳ୍ପ ସଂକଳନ ନିମନ୍ତେ)

ସହାୟକ ଗ୍ରନ୍ଥସମ୍ପାଦନ କରନ୍ତୁ

  • ଆମ ସମୟର ସୃଜନୀ, ୨୦୧୦-୧୧ (ଶାନ୍ତନୁ କୁମାର ଆଚାର୍ଯ୍ୟ ବିଶେଷାଙ୍କ)

ଆଧାରସମ୍ପାଦନ କରନ୍ତୁ

  1. ଧରିତ୍ରୀ ୧୦/୦୭/୨୦୧୪ ପୃଷ୍ଠା ୧୧ରେ ପ୍ରକାଶିତ ଧରିତ୍ରୀ ଆଳାପ
  2. Santanu Kumar Acharya
  3. "Katha | Writers". katha.org. Retrieved 30 January 2013. in 1992 he retired as the registrar of Utkal University, Orissa. 
  4. "Odisha News | A Complete Information Portal on Odisha | Santanu Kumar Acharya". odisha.360.batoi.com. Retrieved 30 January 2013. He was published 15 full length novels, 20 volumes of short story collections, 10 books of Children’s Literature apart from many more books on general literature 
  5. "Atibadi award for Dhaneswar, Shantanu". Times of India. Retrieved 5 July 2014. 

ଅଧିକ ତଥ୍ୟସମ୍ପାଦନ କରନ୍ତୁ