ମହାପାତ୍ର ନୀଳମଣି ସାହୁ

ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ

ମହାପାତ୍ର ନୀଳମଣି ସାହୁ (୨୨ ଡିସେମ୍ବର ୧୯୨୬ - ୨୫ ଜୁନ ୨୦୧୬) ଜଣେ ଓଡ଼ିଆ ସାହିତ୍ୟିକ । ସେ ୧୯୮୪ ମସିହାରେ, ଅଭିଶପ୍ତ ଗନ୍ଧର୍ବ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୮ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୧୯୮୩ ମସିହାରେ ଶାରଳା ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।

ମହାପାତ୍ର ନୀଳମଣି ସାହୁ
ଜନ୍ମ ଓ ଜନ୍ମସ୍ଥାନ(1926-12-22)୨୨ ଡିସେମ୍ବର ୧୯୨୬
ନିଆଳି, କଟକ
ମୃତ୍ୟୁ୨୫ ଜୁନ ୨୦୧୬(2016-06-25) (ବୟସ ୮୯)
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ଶୈଳୀଗାଳ୍ପିକ, ଔପନ୍ୟାସିକ
ଜୀବନସାଥୀପ୍ରସନ୍ନ କୁମାରୀ[୧]
ସନ୍ତାନଅନୁରାଧା, ଗୁରୁପ୍ରସାଦ[୨]

ଦସ୍ତଖତ
ୱେବସାଇଟ
ନିଜ ୱେବସାଇଟ

ପ୍ରାରମ୍ଭିକ ଜୀବନ ସମ୍ପାଦନ କରନ୍ତୁ

ମହାପାତ୍ର ନୀଳମଣି ସାହୁ ଡିସେମ୍ବର ୨୨, ୧୯୨୬ରେ ଓଡ଼ିଶାର କଟକର ନିଆଳିଠାରେ ଜନ୍ମଗ୍ରହଣ କରିଥିଲେ ।[୩] ପିତାଙ୍କ ନାମ ଥିଲା ମହେଶ୍ୱର ମହାପାତ୍ର ଓ ମାତା ରଙ୍ଗଲତା ଦେବୀ ।

ଶିକ୍ଷାଗତ ଜୀବନ ସମ୍ପାଦନ କରନ୍ତୁ

ସେ ନୀଳମଣି ନିଆଳି ମାଇନର ସ୍କୁଲ ଏବଂ ବିଞ୍ଝାରପୁର ହାଇସ୍କୁଲରୁ ସ୍କୁଲ ଶିକ୍ଷା ଓ ରେଭେନ୍ସା ମହାବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକ ଓ ସ୍ନାତକୋତ୍ତର ହାସଲ କରି ଥିଲେ ।

ବୃତ୍ତିଗତ ଜୀବନ ସମ୍ପାଦନ କରନ୍ତୁ

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଜଣେ ଲାଇବ୍ରେରିଆନ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଦୁଇ ବର୍ଷ ପରେ ଭଦ୍ରକ ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ପରେ ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ସେ ଶିକ୍ଷାଦାନ କରି ବି.ଜେ.ବି ସାନ୍ଧ୍ୟ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଭାବରେ ୧୯୮୪ ମସିହାରେ ସେବାନିବୃତ ହୋଇଥିଲେ ।[୪]

୨୦୧୬ ମସିହା ଜୁନ ୨୫ ତାରିଖରେ ସାହୁଙ୍କର ଭୁବନେଶ୍ୱରଠାରେ ଦେହାନ୍ତ ହୋଇଥିଲା ।[୫]

ରଚନାବଳୀ ସମ୍ପାଦନ କରନ୍ତୁ

ସ୍ୱାଧୀନତା ପରର ଓଡ଼ିଆ ସାହିତ୍ୟରେ ନୀଳମଣି ଜଣେ ଜଣାଶୁଣା କଥାକାର । ଓଡ଼ିଆ ସାହିତ୍ୟର ବହୁ ବିଭାଗରେ ନିଜ ଅବଦାନ ଛାଡି ଯାଇଛନ୍ତି । କ୍ଷୁଦ୍ରଗଳ୍ପ, ପ୍ରବନ୍ଧ, ରମ୍ୟ ରଚନା, ଲଳିତ କଥନ, ଅନୁବାଦ, ଶିଶୁ ସାହିତ୍ୟ ଓ ଉପନ୍ୟାସ ଆଦି ରଚନା କରିଥିଲେ । ତାଙ୍କର ଷାଠିଏରୁ ଅଧିକ ବହି ପ୍ରକାଶ ପାଇଥିଲା । ତାଙ୍କ ରଚନାରେ ହାସ୍ୟରସ ଭରା ଲେଖା ଅନେକ ରହିଛି । [୬] "ଡହରାନନ୍ଦ" ନାମ ବ୍ୟବହାର କରି, ସେ ବହୁ ବ୍ୟଙ୍ଗ ରଚନା କରିଥିଲେ । ସମ୍ପାଦନ କ୍ଷେତ୍ରରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା । ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ମଧ୍ୟ ଅଳଙ୍କୃତ କରିଥିଲେ ଓ ସେହି ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ । ୧୦ରୁ ଅଧିକ ସାହିତ୍ୟ ପତ୍ରିକା ଓ ଅନୁଷ୍ଠାନ ତାଙ୍କର ପୃଷ୍ଟପୋଷକତାରେ ଗଢିଉଠିଥିଲା । ଜଣେ ବାଗ୍ମୀ ଓ ସୁବକ୍ତା ଭାବରେ ମଧ୍ୟ ସେ ସାରା ଭାରତରେ ପରିଚିତ ଥିଲେ ।[୭]

ଗଳ୍ପ ସଙ୍କଳନ ସମ୍ପାଦନ କରନ୍ତୁ

  • ପ୍ରେମ ତ୍ରିଭୂଜ (୧୯୫୨)
  • ମିଛ ବାଘ (୧୯୫୫)
  • ଶୃଣନ୍ତୁ ସର୍ବ ଅମୃତସ୍ୟ ପୁତ୍ର (୧୯୫୭)
  • ଗଞ୍ଜେଇ ଓ ଗବେଷଣା (୧୯୬୧)
  • ରାନୁ ଅପାଠାରୁ ପୁଷି ପର୍ଯ୍ୟନ୍ତ
  • ଅନ୍ଧ ରାତିର ସୂର୍ଯ୍ୟ (୧୯୬୫)
  • ଅନ୍ୟ ରୂପ ରୂପାନ୍ତର
  • ଆକାଶ ପାତାଳ (ଆକାଶ ପାତାଳ ପୁସ୍ତକରୁ ତାଙ୍କ ଘରର ନାମ ମଧ୍ୟ ଆକାଶ ପାତାଳ ରଖିଥିଲେ)[୮]
  • ଅଭିଶପ୍ତ ଗନ୍ଧର୍ବ
  • ପିଙ୍ଗଳ ସେ ଅନ୍ୟ ଜଣେ
  • କପୋତ ପକ୍ଷୀ ଗୁରୁ ମୋର
  • ସୁମିତ୍ରାର ହସ
  • ବିଷ୍ଣୁ ମାୟା
  • ମହାପାତ୍ର ନୀଳମଣି ସାହୁ
  • ପାପ ଓ ମୁକ୍ତି
  • ସେକାଳ ପଖାଳ
  • ବୃନ୍ଦାବନର ଶେଷ ଧୂପ
  • ଯା ଦେବୀ ସମ ଗୃହେଷୁ
  • ଗଳ୍ପ ବିଚିତ୍ରା
  • ନିବେଦିତାର ନ୍ୟାୟାଭିସାର

ଉପନ୍ୟାସ ସମ୍ପାଦନ କରନ୍ତୁ

  • ଧରା ଓ ଧାରା
  • ତାମସୀ ରାଧା
  • ହଂସ ମିଥୁନ

ଶିଶୁ ସାହିତ୍ୟ ସମ୍ପାଦନ କରନ୍ତୁ

  • ପ୍ରଭାତର ଜୟଯାତ୍ରା
  • ହଜି ଯାଇଥିଲେ ଖୋଜି ଆଣିବି
  • କିଛି ହସ କିଛି ରସ
  • ବିହଙ୍ଗ ବିପ୍ଳବ

ଆଲୋଚନା ସମ୍ପାଦନ କରନ୍ତୁ

  • ସାହିତ୍ୟର କଥା ଓ ରମ୍ୟ ରଚନା ସାହିତ୍ୟର ପରିବାର

ଅନୁବାଦ ସମ୍ପାଦନ କରନ୍ତୁ

  • ଶ୍ରୀ ଅରବିନ୍ଦଙ୍କ ମହାକାବ୍ୟ “ସାବିତ୍ରୀ”ର ଓଡ଼ିଆରେ ଗଦ୍ୟାନୁବାଦ[୯]
  • ଶ୍ରୀ ଅରବିନ୍ଦଙ୍କ "ଭବାନୀ ଭାରତୀ"ର ଓଡ଼ିଆ ଅନୁବାଦ

ସମ୍ପାଦନା ସମ୍ପାଦନ କରନ୍ତୁ

  • ଝଙ୍କାର(୧୯୬୮-୧୯୬୯)
  • ଉତ୍କଳ ପ୍ରସଙ୍ଗ(୧୯୭୫-୧୯୭୮)
  • Odisha Review(୧୯୭୫-୧୯୭୮)

ମାନସମ୍ମାନ ସମ୍ପାଦନ କରନ୍ତୁ

ଆଧାର ସମ୍ପାଦନ କରନ୍ତୁ

  1. "ନିଖିଳ ପ୍ରାଣର ରୂପକାର". ଧରିତ୍ରୀ ୦୫/୦୭/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. Retrieved 5 July 2016.
  2. http://www.newindianexpress.com/states/odisha/Odisha-born-bureaucrat-appointed-chairman-of-AAI/2016/07/16/article3531329.ece
  3. http://www.prameyanews7.com/en/jun2016/odisha/26873/Renowned-story-writer-Mohapatra-Nilamani-Sahu-passes-away-Mohapatra-Nilamani-Sahu-passes-away.htm
  4. http://www.newindianexpress.com/states/odisha/Writer-Mohapatra-Nilamani-Sahu-passes-away/2016/06/26/article3500514.ece
  5. http://odishasuntimes.com/2016/06/25/eminent-odia-litterateur-mohapatra-nilamani-sahoo-no-more/
  6. Amaresh Datta, The Encyclopaedia Of Indian Literature: Vol. Ii: Devraj To Jyoti (6 Vols.). Sahitya Akademi Publications ISBN 978-81-260-1194-0
  7. http://sarbasadharana.com/?p=22862
  8. ସମ୍ବାଦ ୨୬/୦୬/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧ ଓ ୯ http://sambadepaper.com/Details.aspx?id=265426&boxid=23419896. Retrieved 27 June 2016. {{cite news}}: Missing or empty |title= (help)
  9. http://www.odisha.com/archives/23700
  10. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 4 March 2017.
  11. "Sarala Award Recipients". IMFA. Retrieved 4 March 2017.
  12. "ମନୁଷ୍ୟ ହୃଦୟକୁ ଜିତିଛି ସାହିତ୍ୟ". dharitri.com. ୧୧ ଅପ୍ରେଲ ୨୦୧୦. Retrieved 31 March 2021. {{cite web}}: Check date values in: |date= (help)
  13. Nilamani Sahoo bags Seashore Sahitya Akademy Samman. Aug 22, 2010

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ