ଶରତ ଚନ୍ଦ୍ର ମହାପାତ୍ର

ଭାରତୀୟ ବିଚାରପତି ଓ ଲେଖକ

ଶରତ ଚନ୍ଦ୍ର ମହାପାତ୍ର (ଲେଖନୀ ନାମ ଶରଚ୍ଚନ୍ଦ୍ର ମହାପାତ୍ର ମଧ୍ୟ ପ୍ରଚଳିତ; ୨୪ ମାର୍ଚ୍ଚ ୧୯୩୩–୧୨ ମଇ ୨୦୧୨) ଜଣେ ଭାରତୀୟ ବିଚାରପତି ଓ ଲେଖକ ଥିଲେ । ସେ ୧୯୮୪ ମସିହାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓ ୧୯୯୪ ମସିହାରେ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟର ବିଚାରପତି ଥିଲେ । ସେ ୨୦୦୮ରେ କନ୍ଧମାଳରେ ହୋଇଥିବା ଧର୍ମଗତ ଦଙ୍ଗାର ତଦନ୍ତ ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କଦ୍ୱାରା ଗଠିତ ଜଣିକିଆ କମିଶନର ମୁଖ୍ୟ ଦାୟିତ୍ୱରେ ଥିଲେ ।

ଜଷ୍ଟିସ

ଶରତ ଚନ୍ଦ୍ର ମହାପାତ୍ର
Born(1933-03-24)ମାର୍ଚ୍ଚ ୨୪, ୧୯୩୩
Died୧୨ ମଇ ୨୦୧୨(2012-05-12) (ବୟସ ୭୯)
Nationalityଭାରତୀୟ
Educationସ୍ନାତକ (ଆଇନ)
Alma materମଧୁସୂଦନ ଆଇନ ମହାବିଦ୍ୟାଳୟ
Occupationବିଚାରପତି

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ସମ୍ପାଦନା

ଶରତ ଚନ୍ଦ୍ର ମହାପାତ୍ର ୧୯୩୩ ମାର୍ଚ୍ଚ ୨୪ରେ ଢେଙ୍କାନାଳ ଜିଲ୍ଲା ଇଚ୍ଛାବତୀପୁର ଶାସନରେ ଜନ୍ମଗ୍ରହଣ କରିଥିଲେ ୤[୧] ବ୍ରଜନାଥ ବଡ଼ଜେନା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ ପାସ କରିବା ପରେ ବାରିପଦା ଏମପିସି କଲେଜରେ ଆଇଏସସି ପଢ଼ିଥିଲେ ୤ ପରେ ସେ ଫକୀରମୋହନ ମହାବିଦ୍ୟାଳୟରୁ ସ୍ନାତକ ଓ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ଉପାଧି ହାସଲ କରିଥିଲେ ୤

ବୃତ୍ତିଗତ ଜୀବନ ସମ୍ପାଦନା

ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଭୂତପୂର୍ବ ମୁଖ୍ୟ ବିଚାରପତି ସ୍ୱର୍ଗତ ଗତିକୃଷ୍ଣ ମିଶ୍ରଙ୍କ ସହକାରୀ ଭାବେ ଓକିଲାତି ଆରମ୍ଭ କରିଥିଲେ ୤ ୧୯୮୪ ମସିହାରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ୤ ୧୯୯୪ ମସିହାରେ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟକୁ ତାଙ୍କର ବଦଳି ହୋଇଥିଲା ୤[୨] ୧୯୮୯ରୁ ୧୯୯୩ ପର୍ଯ୍ୟନ୍ତ ରାଜ୍ୟ ଖାଉଟି ରିଡ୍ରେସାଲ କମିଶନ ସଭାପତି ଭାବେ, ୧୯୯୫ ମସିହାରେ ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ) ଅଧ୍ୟକ୍ଷ, ୨୦୦୩ରୁ ୨୦୦୮ ପର୍ଯ୍ୟନ୍ତ ଓଡ଼ିଶା ଲୋକପାଳ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ୤ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କର କେତେକ ସହଯୋଗୀଙ୍କୁ ୨୦୦୮ ଅଗଷ୍ଟ ମାସରେ ହତ୍ୟା କରାଯିବା ପରେ କନ୍ଧମାଳରେ ବ୍ୟାପକ ଦଙ୍ଗାଗୋଳ ଲାଗିଥିଲା ୤ ଏହି କନ୍ଧମାଳ ଦଙ୍ଗା ଘଟଣାର ତଦନ୍ତ ଲାଗି ରାଜ୍ୟ ସରକାର ତରଫରୁ ଗଠିତ ଜଣିକିଆ କମିଶନର ମୁଖ୍ୟ ଦାୟିତ୍ୱରେ ଥିଲେ୤[୩]

ମୃତ୍ୟୁ ସମ୍ପାଦନା

ଜଷ୍ଟିସ ମହାପାତ୍ର ମାସାଧିକ କାଳ ଅସୁସ୍ଥତା କାରଣରୁ ଭୁବନେଶ୍ୱରର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ ୤ ସେ ସେପ୍ଟିସେମିଆ ସହ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଜନିତ ରୋଗରେ ଆକ୍ରାନ୍ତ ଥିଲେ୤[୪] ୧୨ ମଇ ୨୦୧୨ ମସିହା, ଶନିବାର ସକାଳ ୭ଟା ବେଳେ ତାଙ୍କର ଦେହାନ୍ତ ହୋଇଥିଲା ୤ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ୤

ଆଧାର ସମ୍ପାଦନା

  1. "Judge probing Kandhamal riots and Former Judge Sarat Chandra Mohapatra Passes Away | Sambalpur News". mysambalpur.in. 2012. Retrieved 18 May 2012. Born on March 24, 1933, at Icchabatipur Sasan in Dhenkanal district
  2. "Former judge Sarat Chandra Mohapatra dead". odishatv.in. 2012. Archived from the original on 30 May 2012. Retrieved 18 May 2012. served as a judge of Odisha High Court from April 1984 to April 1994. Thereafter, he was appointed as a judge of the Allahabad High Court.
  3. "Odisha: Former judge Sarat Chandra Mohapatra dead, Orissa Current News". orissadiary.com. 2012. Archived from the original on 11 March 2013. Retrieved 18 May 2012. headed the Commission probing the 2008 riots in communally sensitive Kandhamal district.
  4. "Sarat Mohapatra, former HC judge, passes". dailypioneer.com. 2012. Retrieved 18 May 2012. was suffering from multi-organ failure with septicemia