ଓଡ଼ିଶା ଉଚ୍ଚ ନ୍ୟାୟାଳୟ
ଓଡ଼ିଶା ରାଜ୍ୟର ସର୍ବୋଚ୍ଚ ନ୍ୟାୟାଳୟ ହେଉଛି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ।
ଓଡ଼ିଶାର ଉଚ୍ଚ ନ୍ୟାୟାଳୟ | |
---|---|
![]() | |
ସ୍ଥାପିତ | ୧୯୪୮[୧] |
ବିସ୍ତାର | ଭାରତ |
ସ୍ଥାନ | କଟକ, ଓଡ଼ିଶା |
ସଂରଚନା | Presidential with confirmation of Chief Justice of India and Governor of respective state. |
ଅଧିକାର ପ୍ରାପ୍ତ | ଭାରତୀୟ ସମ୍ବିଧାନ |
Decisions are appealed t o | ଭାରତର ଉଚ୍ଚତମ ନ୍ୟାୟାଳୟ |
ବିଚାରପତି କାର୍ଯ୍ୟକାଳ | ୬୨ବର୍ଷ ବୟସ ପର୍ଯ୍ୟନ୍ତ |
ସଦସ୍ଯତା ସଂଖ୍ଯା | ୨୨ [୨] |
Website | http://www.orissahighcourt.nic.in |
ମୁଖ୍ୟ ବିଚାରପତି | |
ବର୍ତ୍ତମାନ | ଧୀରେନ୍ଦ୍ର ହୀରାଲାଲ ବାଘେଲା [୩] |
ନିଯୁକ୍ତି ଦିନ | ୧୩ ଅପ୍ରେଲ ୨୦୧୫ |
ଓଡ଼ିଶା ରାଜ୍ୟ ପୂର୍ବରୁ ବଙ୍ଗଳା ପ୍ରେସିଡେନ୍ସିର ଅନ୍ତର୍ଭୁକ୍ତ ଥିଲା । ମାର୍ଚ୍ଚ ୨୨, ୧୯୧୨ରେ ବିହାର ଓ ଓଡ଼ିଶା ପ୍ରୋଭିନ୍ସ ଗଠନ ହେବାପରେ ଓଡ଼ିଶା, କଲିକତା ଉଚ୍ଚ ନ୍ୟାୟାଳୟର ଅଧୀନରେ ରହିଲା । ଫେବୃଆରୀ ୦୯, ୧୯୧୬ରେ ପାଟନା ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା ପରେ ଓଡ଼ିଶା, ବିଚାର ବ୍ୟବସ୍ଥା ଦୃଷ୍ଟିରୁ, ପାଟନା ଉଚ୍ଚ ନ୍ୟାୟାଳୟ ଅଧୀନକୁ ଚାଲିଗଲା । ଏପ୍ରିଲ ୦୧, ୧୯୩୬ରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହେବା ସତ୍ତ୍ୱେ ଓଡ଼ିଶାରେ ଏକ ଉଚ୍ଚ ନ୍ୟାୟାଳୟର ବ୍ୟବସ୍ଥା ନ ଥିଲା ।
ବିଭିନ୍ନ ମହଲରୁ ଏକ ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠା ନିମନ୍ତେ ଜନସାଧାରଣଙ୍କ ଦାବୀକ୍ରମେ, ଭାରତ ସରକାରଙ୍କ ଆଇନ ବିଭାଗ (ରିଜୋଲ୍ୟୁସନ୍ ତା:୧୯.୦୮.୧୯୪୨ ଦ୍ୱାରା) ଓଡ଼ିଶାରେ ଉଚ୍ଚନ୍ୟାୟାଳୟର ଆବଶ୍ୟକତା ଅନୁଧ୍ୟାନ କରିବାପାଈଁ ଶ୍ରୀ ବୀର କିଶୋର ରାୟଙ୍କୁ ଅଧ୍ୟକ୍ଷ, ଶ୍ରୀ ସି.ଏମ୍.ଆଚାର୍ଯ୍ୟ, ଶ୍ରୀ ବିଚିତ୍ରାନନ୍ଦ ଦାଶ ଓ ଶ୍ରୀ ନରସିଂହ ରାଓଙ୍କୁ ସଭ୍ୟ ଭାବେ ନେଇ ଏକ କମିଟି ସ୍ଥାପନ କଲେ । ଉକ୍ତ କମିଟି ତାଙ୍କ ରିପୋର୍ଟରେ ଓଡ଼ିଶାରେ ଏକ ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠା ନିମନ୍ତେ ସୁପାରିସ କଲେ । ଫଳରେ ଭାରତ ସରକାରଙ୍କ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଦେଶ ୧୯୪୮(Orissa High Court Order, 1948) ବଳରେ ଜୁଲାଇ ୨୬, ୧୯୪୮ ଦିନ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ହେଲା ।[୪] ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି ହେଲେ ମାନ୍ୟବର ଜଷ୍ଟିସ୍ ବୀର କିଶୋର ରାୟ ।[୫]
ଏହି ଅନୁଷ୍ଠାନଟି ଓଡ଼ିଶାର କଟକଠାରେ ଅବସ୍ଥିତ । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମଞ୍ଜୁରିପ୍ରାପ୍ତ ମୋଟ ବିଚାରପତିଙ୍କ ସଂଖ୍ୟା ୨୭ ।
ବର୍ତ୍ତମାନ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ୨୨ ଜଣ ବିଚାରପତି କର୍ତ୍ତବ୍ୟରତ ଅଛନ୍ତି ।
ଅଧିକାର କ୍ଷେତ୍ର ସମ୍ପାଦନା
ସାମ୍ବିଧାନିକ ବ୍ୟବସ୍ଥାରେ ଓଡ଼ିଶା ଉଚ୍ଚ ନ୍ୟାୟାଲୟର ମୌଳିକ ଅଧିକାର କ୍ଷେତ୍ର (Jurisdiction)ସବୁ ହେଉଛି ଏହିଭଳି:[୬]
- ମୂଳ ଅଧିକାର କ୍ଷେତ୍ର (original jurisdiction)
- ଭାରତୀୟ ସମ୍ବିଧାନର ଧାରା ୨୨୬ ଅନୁଯାୟୀ ଓଡ଼ିଶା ରାଜ୍ୟର ଉଚ୍ଚ ନ୍ୟାୟାଳୟ ଏହାର ଅଧିକାର କ୍ଷେତ୍ର ମଧ୍ୟରେ ରିଟ (writ)ମାଧମରେ ନାଗରିକର ମୌଳିକ ଅଧିକାର ରକ୍ଷା ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶ ଜାରୀ କରିପାରିବେ ।
- ଅପିଲ ସମ୍ବନ୍ଧୀୟ ଅଧିକାର କ୍ଷେତ୍ର (Appellate jurisdiction)
- ରାଜ୍ୟର ଯେ କୌଣସି ବରିଷ୍ଠ ଦେୱାନୀ ଅଦାଲତର ଦେୱାନୀ ମକଦ୍ଦମାର ରାୟ ବିରୁଦ୍ଧରେ ଦ୍ୱିତୀୟ ଅପିଲ(RSA) ତଥା ଜିଲ୍ଲା ଅଦାଲତର ଦେୱାନୀ ମକଦ୍ଦମାର ରାୟ ବିରୁଦ୍ଧରେ ପ୍ରଥମ ଅପିଲ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ହିଁ ଦାୟର ହେବ ।
- ଫୌଜଦାରୀ ମାମଲାରେ ସାତନର୍ଷରୁ ଅଧିକ କାରାଦଣ୍ଡ ହୋଇଥିବା ଆଦେଶ ବିରୁଦ୍ଧରେ ଉଚ୍ଚନ୍ୟାୟାଳୟରେ ଫୌଜଦାରୀ ଅପିଲ କରାଯାଇପାରିବ ।
- ପ୍ରଶାସନିକ ଅଧିକାର କ୍ଷେତ୍ର (Administrative jurisdiction)
ରାଜ୍ୟ ଉଚ୍ଚ ନ୍ୟାୟାଳୟ ଏହା ଅଧିନସ୍ଥ ସମସ୍ତ ଅଧସ୍ତନ ଅଦାଲତ ତଥା ଟ୍ରିବୁନାଲର କାର୍ଯ୍ୟର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଭାବେ ନିରୀକ୍ଷଣ କରିପାରିବେ ତଥା ଆବଶ୍ୟକ ସ୍ଥଳେ କୌଣସି ମାମଲାକୁ ଗୋଟିଏ ଅଦାଲତରୁ ଅନ୍ୟ ଏକ ଅଦାଲତକୁ ସ୍ଥାନାନ୍ତର କରିପାରିବେ । ସମସ୍ତ ଅଧସ୍ତନ ଅଦାଲତର ବିଚାରପତିଙ୍କ ନିଯୁକ୍ତି ତଥା ବଦଳି ମଧ୍ୟ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ହୁଏ ।
ମୁଖ୍ୟ ବିଚାରପତି ସମ୍ପାଦନା
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି ହେଉଛନ୍ତି ମାନ୍ୟବର ଜଷ୍ଟିସ୍ ବୀର କିଶୋର ରାୟ ।
ବର୍ତ୍ତମାନ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୨୯ତମ ମୁଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ୍ ଧୀରେନ୍ଦ୍ର ହୀରାଲାଲ ୱ।ଘେଲା ।
ରାଜକୋଟରେ ଜନ୍ମିତ ଜଷ୍ଟିସ୍ ୱ।ଘେଲା ଶ୍ରମ ଏବଂ ସାମ୍ବିଧାନିକ ଆଇନରେ ତାଙ୍କର ଦକ୍ଷତା ପ୍ରତିପାଦନ କରିଛନ୍ତି । ସେ ମାର୍ଚ୍ଚ ୨୦୧୩ରେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ପଦକୁ ଉନ୍ନିତ ହୋଇଥିଲେ । ତତ୍ପରେ ୪ ଜୁନ, ୨୦୧୫ ତାରିଖରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୨୯ତମ ମୁଖ୍ୟ ବିଚାରପତି ପଦ ଭାର ଗ୍ରହଣ କରିଛନ୍ତି ।
ପୂର୍ବତନ ମୂଖ୍ୟ ବିଚାରପତିଙ୍କ ତାଲିକା ସମ୍ପାଦନା
ଓଡ଼ିଶା ଉଚ୍ଚନ୍ୟାୟାଳୟର ସମସ୍ତ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ତାଲିକା ହେଉଛି ଏହିଭଳି ।[୭]
# | ମୂଖ୍ୟ ବିଚାରପତିଙ୍କ ନାମ | କାର୍ଯ୍ୟକାଳ |
୧ | ବୀର କିଶୋର ରାୟ | ୨୬ ଜୁଲାଇ ୧୯୪୮ – ୩୦ ଅକ୍ଟୋବର ୧୯୫୧ |
୨ | ବି. ଜଗନ୍ନାଥ ଦାସ | ୩୧ ଅକ୍ଟୋବର ୧୯୫୧ – ୩ ମାର୍ଚ୍ଚ ୧୯୫୩ |
୩ | ଲିଙ୍ଗରାଜ ପାଣିଗ୍ରାହୀ | ୪ ମାର୍ଚ୍ଚ ୧୯୫୩ – ୨୧ ମାର୍ଚ୍ଚ ୧୯୫୬ |
୪ | ଆର୍. ଲକ୍ଷଣ ନରସିଂହାମ | 22 ମାର୍ଚ୍ଚ 1956 – 27 ଡିସେମ୍ବର 1964 |
୫ | ଖଲୀଲ ଅହମଦ | 18 ଜାନୁଆରୀ 1965 – 5 ଅପ୍ରେଲ 1967 |
୬ | ସତ୍ୟ ଭୂଷଣ ବର୍ମନ୍ | 6 ଅପ୍ରେଲ 1967 – 30 ଅପ୍ରେଲ 1969 |
୭ | ଗତିକୃଷ୍ଣ ମିଶ୍ର | 1 ମଇ 1969 – 30 ଅକ୍ଟୋବର 1975 |
୮ | ଶିବ ନାରାୟଣ ଶଙ୍କର | 1 ନଭେମ୍ବର 1975–12 ଅକ୍ଟୋବର 1977 |
୯ | ସୁକାନ୍ତ କିଶୋର ରାୟ | 13 ଅକ୍ଟୋବର 1977–4 ନଭେମ୍ବର 1980 |
୧୦ | ରଙ୍ଗନାଥ ମିଶ୍ର | 16 ଜାନୁଆରୀ 1981 – 14 ମାର୍ଚ୍ଚ 1983 |
୧୧ | ଡମ୍ବରୁଧର ପାଠକ | 11 ଅଗଷ୍ଟ 1983 – 28 ଫେବୃଆରୀ 1986 |
୧୨ | ହରିଲାଲ ଅଗ୍ରୱାଲା | 1 ମଇ 1986 – 31 ଜୁଲାଇ 1989 |
୧୩ | ବନୱାରୀଲାଲ ହଂସାରିଆ | 22 ଫେବୃଆରୀ 1990 – 13 ଡିସେମ୍ବର 1993 |
୧୪ | ଗିରୀଶ ଠାକୁରଲାଲ ନାନାବତୀ | 31 ଜାନୁଆରୀ 1994 – 27 ସେପ୍ଟେମ୍ବର 1994 |
୧୫ | ବଲ୍ଲଭଦାସ ଐଦାନ ମୋହଟା | 28 ସେପ୍ଟେମ୍ବର 1994 – 25 ଅପ୍ରେଲ 1995 |
୧୬ | ଶୈଳେନ୍ଦୁନାଥ ଫୁକନ୍ | 2 ଅଗଷ୍ଟ 1996 – 27 ଜାନୁଆରୀ 1999 |
୧୭ | ବିଶ୍ୱନାଥ ଅଗ୍ରୱାଲା | 18 ନଭେମ୍ବର 1999–18 ଅକ୍ଟୋବର 2000 |
୧୮ | ଏନ୍. ୱ।ଇ. ହନୁମନ୍ଥାପ୍ପା | 17 ଫେବୃଆରୀ 2001 – 24 ସେପ୍ଟେମ୍ବର 2001 |
୧୯ | ପି. କେ. ବାଲସୁବ୍ରମନ୍ୟମ | 5 ଡିସେମ୍ବର 2001 – 10 ମାର୍ଚ୍ଚ 2003 |
୨୦ | ସୁଜିତ ବର୍ମନ ରୟ | 9 ଅପ୍ରେଲ 2003 – 27 ଜାନୁଆରୀ 2007 |
୨୧ | ଅଶୋକ କୁମାର ଗାଙ୍ଗୁଲୀ | 2 ମାର୍ଚ୍ଚ 2007 – 18 ମଇ 2008 |
୨୨ | ବଲବୀର ସିଂ ଚୌହାନ | 16 ଜୁଲାଇ 2008 – 10 ମଇ 2009 |
୨୩ | ଆଇ. ଏମ୍. କୁଦୁସୀ | 11 ମଇ 2009 – 13 ନଭେମ୍ବର 2009 |
୨୪ | ବିଲାଲ ନା଼ଜକୀ | 14 ନଭେମ୍ବର 2009 – 17 ନଭେମ୍ବର 2009 |
୨୫ | ଭି. ଗୋପାଲ ଗୌଡା | 25 ମାର୍ଚ୍ଚ 2010 - 26 ଫେବୃଆରୀ 2013 |
୨୬ | ସି. ନାଗପ୍ପାନ | 27 ଫେବୃଆରୀ 2013 - 16 ସେପ୍ଟେମ୍ବର 2013 |
୨୭ | ଆଦର୍ଶ କୁମାର ଗୋଏଲ | ୧୦ ଅକ୍ଟୋବର ୨୦୧୩ - ଜୁଲାଇ ୨୦୧୪ |
୨୮ | ଅମିତାଭ ରୟ | ୫ ଅଗଷ୍ଟ ୨୦୧୪ - ୨୫ ଫେବୃଆରୀ ୨୦୧୫ |
୨୯ | ଧୀରେନ୍ଦ୍ର ହୀରାଲାଲ ୱାଘେଲା | ୧୩ ଅପ୍ରେଲ ୨୦୧୫ - ୧୪ ଫେବୃଆରୀ ୨୦୧୬ |
କାର୍ଯ୍ୟକାରୀ | ପ୍ରଦୀପ କୁମାର ମହାନ୍ତି | ୧୪ ଫେବୃଆରୀ ୨୦୧୬ - ୨୬ ଫେବୃଆରୀ ୨୦୧୬ |
୩୦ | ବିନୀତ ଶରଣ | ୨୬ ଫେବୃଆରୀ ୨୦୧୬[୮] - ୦୬ ଅଗଷ୍ଟ ୨୦୧୮ |
୩୧ | କେ ଏସ୍ ଜାଭେରି | ୧୨ ଅଗଷ୍ଟ ୨୦୧୮ - ୦୪ ଜାନୁଆରୀ ୨୦୨୦ |
୩୨ | ସଞ୍ଜୁ ପଣ୍ଡା | ୦୫ ଜାନୁଆରୀ ୨୦୨୦- ୨୬ ଏପ୍ରିଲ ୨୦୨୦ |
୩୩ | ମହମ୍ମଦ ରଫିକ୍ | ୨୭ ଅପ୍ରେଲ ୨୦୨୦- ୦୩ ଜାନୁଆରୀ ୨୦୨୧ |
୩୪ | ଏସ୍. ମୁରଲୀଧର | ୦୪ ଜାନୁଆରୀ ୨୦୨୧ - କାର୍ଯ୍ୟରତ |
ଆଧାର ସମ୍ପାଦନା
- ↑ http://www.telegraphindia.com/1140727/jsp/odisha/story_18656476.jsp#.VYKOOlIwDSg
- ↑ "New High Court judge takes oath - The New Indian Express". newindianexpress.com. 2013. Retrieved 6 January 2013.
the strength of judges in the Orissa High Court has gone up to 12 though 10 posts are still vacant
- ↑ "Shri Justice Dhirendra Hiralal Waghela transfered from Karnataka High Court to Orissa High Court". Retrieved 14 April 2015.
- ↑ http://www.telegraphindia.com/1130727/jsp/odisha/story_17160912.jsp#.VYKSOFIwDSg
- ↑ "Former Chief Justices of Orissa High Court". www.orissa.oriyaonline.com/. Retrieved 16 June 2015.[permanent dead link]
- ↑ "Jurisdiction, Powers and Control of High Court". Retrieved 23 June 2018.
- ↑ http://odisha.gov.in/e-magazine/orissaannualreference/ORA-2005/pdf/name_of_chief_justice.pdf
- ↑ "Justice Saran to be sworn in as Chief Justice of Orissa HC". OdishaSunTimes.com. Retrieved 21 February 2016.
ଅଧିକ ତଥ୍ୟ ସମ୍ପାଦନା
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |