ଶରତଚନ୍ଦ୍ର ଚଟ୍ଟୋପାଧ୍ୟାୟ

ଶରତଚନ୍ଦ୍ର ଚଟ୍ଟୋପାଧ୍ୟାୟ (୧୫ ସେପ୍ଟେମ୍ବର ୧୮୭୬ - ୧୬ ଜାନୁଆରୀ ୧୯୩୮) ବଙ୍ଗଳା ଭାଷାର ଜଣେ ଉପନ୍ୟାସକାର ତଥା କାହାଣୀକାର ଓ ଅଭାଗୀର ସ୍ୱର୍ଗ, କମଲ ଲତା, ଶେଷ ପ୍ରଶ୍ନ, ପଲ୍ଲି ସମାଜ ପରି ଜଣାଶୁଣା ପୁସ୍ତକର ରଚୟିତା । ସେ ହୁଗୁଳି ଜିଲ୍ଲାଦେବାନନ୍ଦପୁରଠାରେ ଏକ ଦରିଦ୍ର ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ନିଜ ଜୀବନର ଘାତ ପ୍ରତିଘାତ ଭିତ୍ତିରେ ଲିଖିତ ତାଙ୍କର ରଚନା ଗୁଡ଼ିକ କେତେକାଂଶରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କଦ୍ୱାରା ପ୍ରଭାବିତ ଥିଲା ।[୧] କେତେକ ଚରିତ୍ର ସେ ନିଜ ବନ୍ଧୁଙ୍କ ଅବଲମ୍ବନରେ ବି ଗଢ଼ିଥିଲେ ।[୨] ତାଙ୍କର ତତ୍କାଳୀନ ସମାଜର ଚିତ୍ରଣ ଏବଂ ପ୍ରତିବାଦାତ୍ମକ ସ୍ୱର ଓଡ଼ିଆରେ କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ ଗୁଡ଼ିକରେ ମଧ୍ୟ ଆସ୍ୱାଦନ କରିହୁଏ ।[୩]

୧) ଶରତଚନ୍ଦ୍ର ଚଟ୍ଟୋପାଧ୍ୟାୟ ପରବର୍ତ୍ତୀ ଜୀବନ ଏହିଠାରେ ଆସି ସ୍ଥାୟୀ ଭାବରେ ରହିଥିଲେ। ତାଙ୍କ ଗୃହ ଏବେ "ଶରତଚନ୍ଦ୍ର କୁଟୀର" ନାମରେ ତାଙ୍କର ସ୍ମାରକୀ ଭାବେ ରହିଛି। ପୂର୍ବରୁ ରୂପନାରାୟଣ ନଦୀ ତାଙ୍କ କୁଟୀର ସମୀପ ଦେଇ ପ୍ରବାହିତ ହଉଥିଲା, କିନ୍ତୁ କାଳକ୍ରମେ ଏହି ନଦୀ ତାହାର ଗତିପଥ ପରିବର୍ତ୍ତନ କରି ଦୂରକୁ ଚାଲି ଯାଇଛି। [୪]


୨) ଶରତ ଚାଟାର୍ଜୀ ସେତେବେଳେ ନିଶାଖୋର୍ ଥିଲେ। କାହାକୁ ମାନୁ ନଥିଲେ। ମନକୁ ଯାହା ଆସୁଥିଲା ଲେଖୁଥିଲେ। ଏଇଥିପାଇଁ ସେତେବେଳର ବଂଗଳା ଲେଖକମାନଙ୍କ ପଙ୍ଗତରେ ଶରତବାବୁ ପଶି ପାରି ନଥିଲେ। ଅନ୍ୟ ଲେଖକମାନେ ଶରତବାବୁଙ୍କୁ ଏକପ୍ରକାର ତାଚ୍ଛଲ୍ୟ କରୁଥିଲେ। ପ୍ରକାଶକ ବ୍ୟବସାୟୀମାନେ ବେଳେବେଳେ ବ୍ୟବସାୟରେ ବାଜି ଲଗାଇ ଦିଅନ୍ତି। ଜଣେ ପ୍ରକାଶକ ଅପରାହ୍ନ ୪ଟା ବେଳେ ଶରତଚନ୍ଦ୍ରଙ୍କୁ ଭେଟି ଲେଖାକଥା କହିଲେ। ଶରତବାବୁ ରାଜିହେଲେ ଏବଂ କହିଲେ, ବର୍ତ୍ତମାନ ଯାଇ ଏଇ ଏଇ ଜିନିଷ ଆଣ। ପ୍ରକାଶକ କିଛି ପାନୀୟ, ଖାଦ୍ୟ, କାଗଜକଲମ ଆଣି ପହଂଚିଲେ। ଏ ସମସ୍ତ ପଦାର୍ଥ ବୋଧେ ସେତେବେଳେ କୋଡ଼ିଏ ଟଙ୍କାରୁ ବେଶୀ ହେବନାହିଁ। [୫]

୩) ଏହି ପ୍ରସଙ୍ଗରେ ଆମ ଦେଶର ପ୍ରଖ୍ୟାତ ବସ୍ତୁନିଷ୍ଠ ଉପନ୍ୟାସକାର ଏବଂ ଗାଳ୍ପିକ ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ନାମ ନିଆଯାଇପାରେ । ଶରତଚନ୍ଦ୍ର ଚଟ୍ଟୋପାଧ୍ୟାୟ ଜଣେ ପ୍ରସିଦ୍ଧ ବଙ୍ଗୀୟ ଉପନ୍ୟାସକାର ତଥା କ୍ଷୁଦ୍ରଗଳ୍ପ ଲେଖକ ଥିଲେ । ସେ ବଙ୍ଗଳାର ସବୁଠାରୁ ଲୋକପ୍ରିୟ ଉପନ୍ୟାସକାର । ତାଙ୍କର ଅଧିକାଂଶ କାର୍ଯ୍ୟରେ ଗ୍ରାମୀଣ ଲୋକଙ୍କ ଜୀବନଶୈଳୀ, ସେମାନଙ୍କର ସଂଘର୍ଷ ଏବଂ ସେମାନେ ସମ୍ମୁଖୀନ ହେଉଥିବା ସଙ୍କଟ ବର୍ଣ୍ଣନା କରାଯାଇଛି । ଏହା ବ୍ୟତୀତ ତାଙ୍କର କାର୍ଯ୍ୟଗୁଡ଼ିକ ତତ୍କାଳୀନ ବଙ୍ଗଳାର ସାମାଜିକ ଜୀବନର ଝଲକ ମିଳିଥାଏ । ବିଶେଷକରି ସେ ମହିଳାମାନଙ୍କର ଅନ୍ତର ମନକୁ ଜାଣିବା ସହିତ ଚରିତ୍ରର ଦିଗଗୁଡିକୁ ତାଙ୍କ ଉପନ୍ୟାସରେ ତୋଳି ଧରିଛନ୍ତି । ଏଇଥିପାଇଁ କୁହାଯାଏ ଯେ ସେ ମହିଳାମାନଙ୍କର ରୋଷେଇଘର ପର୍ଯ୍ୟନ୍ତ ଯାଇଛନ୍ତି ଏଭଳି ଜଣେ ଉପନ୍ୟାସକାର ଯାହାଙ୍କୁ ମାକସିମ ଗୋର୍କୀଙ୍କ ସହିତ ତୁଳନା କରାଯାଏ । ଏଯାବତ୍‌ ତାଙ୍କୁ ବେଙ୍ଗଲର ସୀମାରୁ ବାହାରକୁ ଆଣିବାପାଇଁ ସଫଳ ହୋଇପାରିଲୁ ନାହିଁ । କିନ୍ତୁ ଶରତ ବାବୁଙ୍କର ଜୀବନୀ ଆୱାରା ମସିହାର ଲେଖକ ବିଷ୍ଣୁ ପ୍ରଭାକର ଏହି କାର୍ଯ୍ୟଟିକୁ କରିବାପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ କାର୍ଯ୍ୟ କରିଛନ୍ତି । [୬]

  1. "Sarat Chandra Chattopadhyay: A Journey Through His Life And Works". Drishti IAS (in ଇଂରାଜୀ). Retrieved 2023-11-27.
  2. "Saratchandra Chattopadhyay: Literary Giant who is Timeless". Hindustan Times (in ଇଂରାଜୀ). 2019-09-20. Retrieved 2023-11-27.
  3. "ଯେତେ ଜୀବନ, ସେତେ ଉପନ୍ୟାସ". Odisha Sambad (in ଆମେରିକୀୟ ଇଂରାଜୀ). 2021-08-02. Retrieved 2023-11-27.
  4. "ସମତା , ଭାରତ", ଉଇକିପିଡ଼ିଆ, 2023-11-27, retrieved 2023-11-27
  5. OR, News Desk. "ଶରତଚନ୍ଦ୍ର କେମିତି ଲେଖିଥିଲେ ଦେବଦାସ?". ଶରତଚନ୍ଦ୍ର କେମିତି ଲେଖିଥିଲେ ଦେବଦାସ?. Retrieved 2023-11-27.
  6. "ସାହିତ୍ୟକୁ ଦେଶର ସୀମାରେ ବାନ୍ଧି ରଖାଯାଇ ପାରେନା". Samaya Live (in ଆମେରିକୀୟ ଇଂରାଜୀ). 2022-06-13. Retrieved 2023-11-27.