ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ
ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ (୨୭ ଜୁନ ୧୮୩୮ - ୮ ଏପ୍ରିଲ ୧୮୯୪) ବଙ୍ଗଳା ଭାଷାର ଜଣେ ମହାନ ଔପନ୍ୟାସିକ, କବି, ଓ ସାମ୍ବାଦିକ। ଯାଜପୁର ଅବସ୍ଥାନ କାଳରେ ସେ ତାଙ୍କର ଦେବୀ ଚୌଧୁରାଣୀ ଉପନ୍ୟାସଟି ରଚନା କରିଥିଲେ। ଆଗରୁ ପ୍ରକାଶିତ ପ୍ରସିଦ୍ଧବନ୍ଦେ ମାତରମ କବିତାଟି ପରେ ତାଙ୍କ ଆନନ୍ଦମଠ ଉପନ୍ୟାସରେ ସ୍ଥାନ ପାଇଥିଲା। ଜାତୀୟତାବାଦର ଦିଗଦର୍ଶକ ହିସାବରେ ତାଙ୍କର ଭୂମିକାକୁ ଯେତିକି ପ୍ରଶଂସା କରାଯାଏ, ଭାରତୀୟ ସ୍ଥଳଭାଗକୁ ଦେବୀମାତା ରୂପେ ବର୍ଣ୍ଣନା କରି ସେ ଏକ ଅସଙ୍ଗତ ପରମ୍ପରା ଆରମ୍ଭ କରିଛନ୍ତି ବୋଲି ସେତିକି ସମାଲୋଚନା ମଧ୍ୟ କରାଯାଏ। ଯାହାହେଉ, ବଙ୍ଗଳା ଗଦ୍ୟ ସାହିତ୍ୟର ଅନ୍ୟତମ ଅଗ୍ରଗାମୀ ରୂପେ ତାଙ୍କର ସମ୍ମାନ ଅତୁଳନୀୟ। ଓଡ଼ିଆରେ ଫକୀରମୋହନ ସେନାପତିଙ୍କ ଉପନ୍ୟାସକୁ ତାଙ୍କ କୃତି ସହ ତୁଳନା କରାଯାଏ।
୧) କବି ତତ୍କାଳୀନ ବଙ୍ଗ ପ୍ରଦେଶ ଉତ୍ତର ଚବିଶ ପ୍ରଗଣା ଜିଲାର ନୈହାଟି ନିକଟ କାନ୍ଥାଲପଡାରେ ୧୮୩୮ ମସିହା ଜୁନ ୨୭ ତାରିଖରେ ଏକ ରକ୍ଷଣଶୀଳ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୧୮୯୪ ମସିହା ଏପ୍ରିଲ ୮ ତାରିଖରେ ମାତ୍ର ୫୬ ବର୍ଷ ବୟସରେ ସେ ଇହଲୀଳା ସମ୍ବରଣ କରିଥିଲେ କଲିକତା ମହାନଗରୀରେ।
ପ୍ରାଥମିକ ଏବଂ ହାଇସ୍କୁଲ ପାଠ ପରେ ସେ ହୁଗୁଳିସ୍ଥିତ ମୋହସିନ କଲେଜ ଏବଂ ପରେ ପ୍ରଖ୍ୟାତ ପ୍ରେସିଡେନ୍ସି କଲେଜରେ ଅଧ୍ୟୟନ କରି ବିଶ୍ୱବିଦ୍ୟାଳୟର ଅନ୍ୟତମ ପ୍ରଥମ ସ୍ନାତକ (ଗ୍ରାଜୁଏଟ) ଭାବେ ଉତ୍ତୀର୍ଣ୍ଣ ହୋଇଥିଲେ। ୧୮୫୮ରୁ ସେ ବ୍ରିଟିଶ ରାଜ୍ରେ ଜଣେ ଡେପୁଟି ମାଜିଷ୍ଟ୍ରେଟ ଭାବେ କାର୍ଯ୍ୟ କରି ୧୮୯୧ରେ ଅବସର ନେଇଥିଲେ। ଏହି ଚାକିରିକାଳ ମଧ୍ୟରେ ବଙ୍କିମବାବୁ ଓଡ଼ିଶାର ଅନୁଗୋଳରେ ମଧ୍ୟ କିଛିବର୍ଷ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରିଥିଲେ। ସେ ସମୟର ଅନୁଗୋଳ ଅଞ୍ଚଳର ପାର୍ବତୀୟ ପରିବେଶ, ସବୁଜ ଶସ୍ୟଖେତ ଏବଂ ନଦୀ ଝରଣାର ଅନୁପମ ସୌନ୍ଦର୍ଯ୍ୟରେ ବିମୁଗ୍ଧ ଲେଖକ ବଙ୍କିମଚନ୍ଦ୍ରଙ୍କ କଲମରୁ ସ୍ବତଃ ଝଙ୍କୃତ ହୋଇଥିଲା- ବନ୍ଦେ ମାତରମ୍, ସୁଜଳାଂ ସୁଫଳାଂ ଶସ୍ୟଶ୍ୟାମଳାଂ ମାତରମ୍। [୧]
୨) ବଙ୍କିମ ସାହିତ୍ୟ ଉପରେ ଆଲୋକପାତ କରି ରାଜ୍ୟପାଳ ଶ୍ରୀ ପଟ୍ଟନାୟକ କହିଲେ ଯେ ବଙ୍କିମଚନ୍ଦ୍ର ହେଉଛନ୍ତି ଭାରତର ପ୍ରଥମ ଉପନ୍ୟାସିକ କାରଣ ତାଙ୍କ ପୂର୍ବରୁ ଗଦ୍ୟ ସାହିତ୍ୟ ନଥିଲା। ତେଣୁ ବଙ୍କିମଚନ୍ଦ୍ରଙ୍କୁ ଆଧୁନିକ ବଙ୍ଗ ସାହିତ୍ୟର ଉଦଗାତା ଓ ‘ସାହିତ୍ୟ ସମ୍ରାଟ’ କୁହାଯାଏ। ତାଙ୍କ ସାହିତ୍ୟ ମୁଖ୍ୟତଃ ୩ ଭାଗରେ ବିଭକ୍ତ। ଐତିହାସିକ, ସାମାଜିକ ଓ ଆଧ୍ୟାତ୍ମିକ। ଭାରତୀୟ ଜାତୀୟତାର ଉତଥାନ ପାଇଁ ତାଙ୍କ ରଚିତ ‘ବନ୍ଦେ ମାତରମ୍’ ଏକ ଅନନ୍ୟ ସୃଷ୍ଟି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ନିଆରା ଉପସ୍ଥାପନା ଶୈଳୀ,ବଳିଷ୍ଠ ଭାଷା ପ୍ରୟୋଗ ତାଙ୍କ ଲେଖାକୁ ସର୍ବଜନଆଦୃତ କରିପାରିଛି ବୋଲି ସେ କହିଛନ୍ତି। [୨]
୩) ମୁଖ୍ୟତଃ ବଙ୍କିମଚନ୍ଦ୍ର ଗୋରା କର୍ଣ୍ଣେଲ ଡଫିନ୍ ସାହେବଙ୍କ ଘରବାଟ ଦେଇ ଯାଉଥିବାରୁ ଏଭଳି କରାଯାଉଥିଲା । ମାତ୍ର ଏହା ବଙ୍କିମଚନ୍ଦ୍ରଙ୍କୁ ଅସହ୍ୟ ବୋଧ ହେଲା । ସୁତରାଂ ଦିନେ ବଙ୍କିମଚନ୍ଦ୍ର ସେ କର୍ଣ୍ଣେଲ ସାହେବଙ୍କ ଘର ସମ୍ମୁଖରେ ପହଁଚିବା କ୍ଷଣି ତାଙ୍କ ପାଲିଙ୍କିର କବାଟକୁ ଖୁବ୍ ଜୋର୍ରେ ଧକ୍କାମାରି ଭାଙ୍ଗିଦେଲେ । [୩]
୪) ବହୁତ କମ ଲୋକ ଜାଣନ୍ତି ଯେ ଜାତୀୟ ଗୀତର ରଚୟିତା ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଯାଜପୁରରେ ୧୮୮୨ରୁ ୧୮୮୪ ପର୍ଯ୍ୟନ୍ତ ଡେପୁଟି ମାଜିଷ୍ଟ୍ରେଟ ରୂପେ କାର୍ଯ୍ୟରତ ଥିଲେ । ବଙ୍କିମଚନ୍ଦ୍ର ତାଙ୍କର ତିନି ଦଶନ୍ଧି ଦୀର୍ଘ ଚାକିରିକାଳ ମଧ୍ୟରେ ଦୁଇ ବର୍ଷ ଯାଜପୁରରେ ଅତିବାହିତ କରିଥିଲେ କାରଣ ସେତେବେଳେ ଓଡ଼ିଶା ବଙ୍ଗଳାଧୀନ ଥିଲା । ସେ ୧୮୫୯ରେ ଡେପୁଟି ମାଜିଷ୍ଟ୍ରେଟ ଭାବରେ ଯୋଗ ଦେଇଥିଲେ ଓ ୧୮୯୧ରେ ଅବସର ଗ୍ରହଣ କରିଥିଲେ । ଯାଜପୁର ୧୮୫୯ରେ ଏକ ସବ-ଡିଭିଜନର ମାନ୍ୟତା ପାଇଥିଲା ।ଏହି ପ୍ରଥିତଯଶା ଲେଖକ ତାଙ୍କର ସରକାରୀ କାର୍ଯ୍ୟ।ଳୟର ପାର୍ଶ୍ୱରେ ପ୍ରବାହିତ ତଟଦେଶର ସୌମ୍ୟତା ଓ ସ୍ନିଗଧତାକୁ ଲେଖାରେ ପ୍ରକାଶ କରିଥିଲେ ଏବଂ ଏକ ସତ୍ୟ କାହାଣୀ ଉପରେ ଆଧାରିତ ‘ଦେବୀ ଚୌଧୁରାଣୀ‘ ଗଳ୍ପର ସର୍ଜନା କରିଥିଲେ । ଏହା ୧୮୮୪ ମସିହାରେ ପ୍ରକାଶିତ ହୋଇଥିଲା । [୪]
୫) ଓଡ଼ିଆ ଭାଷା ସାହିତ୍ୟର ଧ୍ରୁବତାରା ଫକୀରମୋହନଙ୍କ ଉପନ୍ୟାସ ‘ଛମାଣ ଆଠଗୁଣ୍ଠ’ ସହିତ ବନ୍ଦେ ମାତରମ୍ କବିତାର ସ୍ରଷ୍ଟା ତଥା ବଙ୍ଗ ସାହିତ୍ୟର ଅନ୍ୟତମ ଜ୍ୟୋତିଷ୍କ ବଙ୍କିମ ଚନ୍ଦ୍ରଙ୍କ ‘ବିଷବୃକ୍ଷ’ ସ୍ୱକୀୟତା ସହ ଅନେକ ସାମଞ୍ଜସ୍ୟର ବାତାବରଣରେ ଆବଦ୍ଧ ଥିବାପରି ମନେହୁଏ । ସତେ ଅବା ଅନ୍ତଃସଲିଳା ଫଲଗୁ ତା’ର ବାଲୁକାରାଶି ଅଭ୍ୟନ୍ତରରେ ଲୁଚାଇ ରଖିଛି ସେମାନଙ୍କ ବନ୍ଧୁତ୍ୱର ଧାରା ।
ବଙ୍କିମଚନ୍ଦ୍ର ବଙ୍ଗୀୟ ସମାଜର ବହୁ ବିବାହ ସମସ୍ୟା ଓ ବିଧବା ବିବାହକୁ କେନ୍ଦ୍ରକରି ‘ବିଷବୃକ୍ଷ’ ରଚନା କରିଛନ୍ତି। ମାତ୍ର ଫକୀରମୋହନ ଏ ସମସ୍ୟାଠାରୁ ଟିକିଏ ଆଗେଇ ଯାଇ ଓଡ଼ିଆର ମାଲିମକଦ୍ଦମା ସମସ୍ୟାକୁ ଗୁରୁତ୍ୱ ଦେଇଛନ୍ତି। ଜମିଦାର ଓ ମହାଜନମାନଙ୍କ ଚକ୍ରାନ୍ତରେ ଓଡ଼ିଆ ସମାଜ ଧ୍ୱଂସ ପାଇଯାଉଥିବା ସେ ସ୍ୱଚକ୍ଷୁରେ ଦେଖିଛନ୍ତି। ସାଧାରଣ ମଣିଷ ମୁହଁରେ ଭାଷା ଦେବାପାଇଁ ବଙ୍କିମଚନ୍ଦ୍ରଙ୍କ କୁନ୍ଦନନ୍ଦିନୀ ଫକୀର ମୋହନଙ୍କ ଛ’ମାଣ ଆଠଗୁଣ୍ଠରେ ପରିଣତ ହୋଇଛି। ଉଭୟେ ଉପନ୍ୟାସ ଦ୍ୱୟର କେନ୍ଦ୍ରବିନ୍ଦୁ। ବିଷବୃକ୍ଷରେ ନଗେନ୍ଦ୍ର ସୂର୍ଯ୍ୟମୁଖି ଓ ଛମାଣ ଆଠଗୁଣ୍ଠରେ ରାମଚନ୍ଦ୍ର ମଙ୍ଗରାଜ, ଭଗିଆ, ସାରିଆ ପ୍ରମୁଖ ସମସ୍ତ ଚରିତ୍ର କେନ୍ଦବିନ୍ଦୁ ଚାରିପଟେ ବୁଲୁଛନ୍ତି।
ଫକୀରମୋହନ ଛମାଣ ଆଠଗୁଣ୍ଠର ପରିଚୟ ଦେବାକୁ ଯାଇ କହିଛନ୍ତି – କଥିତ ଅଛି ପୃଥିବୀର ବିଖ୍ୟାତ ମଣି କୋହିନୂର ଯାହା ପାଖରେ ରହେ ତା’ର ବଂଶ ନାଶ ନକରି ଛାଡ଼େ ନାହିଁ। ବିଷବୃକ୍ଷର କୁନ୍ଦନନ୍ଦିନୀ ଏହିପରି ଏକ ବଂଶନାଶୀ କୋହିନୂର। ପିତାର ମୃତ୍ୟୁଶଯ୍ୟାରୁ ଏ ଚରିତ୍ରର ସୃଷ୍ଟି। ବଙ୍କିମଚନ୍ଦ୍ର ମଧ୍ୟ କୋହିନୂରର ସୂଚନା ଦେଇଛନ୍ତି। ପୁଣି ବିଷବୃକ୍ଷର ସୂର୍ଯ୍ୟମୁଖି ଛମାଣ ଆଠଗୁଣ୍ଠରେ ସାଆନ୍ତାଣୀ ହୋଇଯାଇଛନ୍ତି।
ମନୁଷ୍ୟ ତା’ର ବିଚାରରେ ଫକୀରମୋହନଙ୍କ ଭାବଧାରା ବଙ୍କିମଚନ୍ଦ୍ରଙ୍କ ସହିତ ଅଦ୍ଭୁତ ସାମଞ୍ଜସ୍ୟ ରହିଛି। ବଙ୍କିମ ମନୁଷ୍ୟର କର୍ମଫଳ ଓ ଭାରତୀୟ ଦର୍ଶନର କର୍ମବାଦଦ୍ୱାରା ବହୁ ଭାବରେ ଅନୁପ୍ରେରିତ। ଫକୀରମୋହନ ମଧ୍ୟ ସେହିପରି ମନୁଷ୍ୟର କର୍ମଫଳ ଓ ଶୁଭାଶୁଭ ଫଳ ବର୍ଣ୍ଣନାରେ ତା’ର ଅତୀତର ଇତିବୃତ୍ତିକୁ ଗୁରୁତ୍ୱ ଦେଇଛନ୍ତି।
ଭାଷା ଓ ଭାବ ଦୃଷ୍ଟିରୁ ଫକୀରମୋହନଙ୍କ ‘ଛମାଣ ଆଠଗୁଣ୍ଠ’ ସହ ‘ବିଷବୃକ୍ଷ’ର ଲଳିତ ମଧୁର ସମ୍ପର୍କ ରହିଛି। ଫକୀରମୋହନଙ୍କ ଅସୁର ଦୀଘିର ବର୍ଣ୍ଣନା ବିଷବୃକ୍ଷରେ ନୌଯାତ୍ରା ବର୍ଣ୍ଣନାର ଅନୁରୂପ। ପୁଣି ରୂପ ବର୍ଣ୍ଣନା ପ୍ରସଙ୍ଗରେ ଉଭୟଙ୍କ ଅପୂର୍ବ ସାମ୍ୟ ପରିଲକ୍ଷିତ ହୁଏ। ନିଜ ନାୟିକାମାନଙ୍କ ରୂପ ବର୍ଣ୍ଣନାରେ ଉଭୟେ ପ୍ରାଚୀନ ପରମ୍ପରା ତ୍ୟାଗ କରିଛନ୍ତି।’
ବିଷବୃକ୍ଷ ହରିଦାସୀ ବୈଷ୍ଣବୀ ଓ ଛମାଣ ଆଠଗୁଣ୍ଠ ଟାଙ୍ଗି ମାଉସୀର ଉଦ୍ଦେଶ୍ୟ ଏକାପରି। ବେଶଭୂଷାରେ ବି ସାମଞ୍ଜସ୍ୟ ଅଛି। କୁନ୍ଦନନ୍ଦିନୀଙ୍କୁ ସାକ୍ଷାତ କରିବା ଛଦ୍ମବେଶୀ ହରିଦାସୀର ଉଦ୍ଦେଶ୍ୟ ଓ ବାଘସିଂ ବଂଶକୁ ଧ୍ୱଂସ କରିବା ଛଦ୍ମବେଶୀ ଟାଙ୍ଗି ମାଉସୀର ଉଦ୍ଦେଶ୍ୟ। ହରିଦାସୀ ପାଣି ପିଇବା ଓ ଟାଙ୍ଗି ମାଉସୀ ପରିସ୍ରା ଯିବାର ଆଳ ଦେଖାଇଛି। ବୈଷ୍ଣବୀ ଚାଲିଯିବା ପରେ ନଗେନ୍ଦ୍ରଙ୍କ ଦାସୀ ମହଲରେ ଯେପରି ଆଲୋଚନା ହୋଇଛି ଟାଙ୍ଗି ମାଉସୀ ଚାଲି ଆସିବା ପରେ ବାଘସିଂ ଘରେ ଅନୁରୂପ ଆଲୋଚନା ହୋଇଛି।’
ବଙ୍କିମଙ୍କ ଅଲୌକିକ ଦର୍ଶନ ବା ସ୍ୱପ୍ନ ସଞ୍ଚରଣ ଫକୀରମୋହନଙ୍କ କୃତିରେ ମଧ୍ୟ ରୂପାୟିତ। କୁନ୍ଦନନ୍ଦିନୀର ନଭମଣ୍ଡଳରେ ଚନ୍ଦ୍ର ମଧ୍ୟରେ ନାରୀ ମୂର୍ତ୍ତିର ଇଙ୍ଗିତ (ବହୁ ପରିମାଣରେ ଫକୀରମୋହନଙ୍କ ରେବତୀରେ ବର୍ଣ୍ଣିତ) ମଙ୍ଗରାଜର ଶେଷ ସମୟରେ ମଧ୍ୟ ଚିତ୍ରିତ ହୋଇଛି। [୫]
୬) ଆମେ ଏବେ ସେଇ ଧ୍ବନି ସଂପର୍କରେ ଆଲୋଚନା ରଖିବା- ଯାହାର ଆକର୍ଷଣରେ ଦେଶଭକ୍ତି, ଜାତୀୟତା ଓ ସ୍ବାଭିମାନର ଉଜ୍ଜ୍ବଳ ତରଙ୍ଗ ସୃଷ୍ଟି ହୋଇଛି। ‘ବନ୍ଦେ ମାତରଂ’ ଧ୍ବନିର ସ୍ରଷ୍ଟା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ବ୍ରିଟିଶ ସରକାରଙ୍କ ଅଧୀନରେ ଉପ ଜିଲାପାଳ ଥିବା ସମୟରେ ବ୍ରିଟିଶ ଜାତୀୟ ସଂଗୀତ (God save the Queen) ଗାନ କରାଯାଉଥିଲା, ଯାହାକି ତାଙ୍କୁ ଭାରତମାତାର ବନ୍ଦନା ଗାନ ପାଇଁ ‘ବନ୍ଦେ ମାତରଂ’ ସଂଗୀତ ରଚନା କରିବାକୁ ପ୍ରେରଣା ଯୋଗାଇଥିଲା। ବଙ୍କିମଚନ୍ଦ୍ର ଏହି ସଂଗୀତକୁ ‘ଆନନ୍ଦମଠ’ ଉପନ୍ୟାସରେ ସ୍ଥାନ ଦେଇଥିଲେ। ୧୮୯୬ ମସିହାରେ ବିଶ୍ବକବି ରବୀନ୍ଦ୍ରନାଥ ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନ କାଳରେ ଏହି କବିତାକୁ ଗାନ କରି ସମସ୍ତଙ୍କୁ ଜାତୀୟ ସ୍ରୋତରେ ଉଦ୍ବୁଦ୍ଧ କରିଥିଲେ। ଏହି ଦୁଇଟି ଶବ୍ଦ ହଜାରବର୍ଷ ଧରି ଶୋଇ ପଡିଥିବା ସୁପ୍ତ ଜନସାଧାରଣଙ୍କ ପ୍ରାଣରେ ଦେଶଭକ୍ତିର ଉନ୍ମାଦନା ସୃଷ୍ଟି କରି ଜାଗ୍ରତ କରିପାରିଥିଲା। [୬]
- ↑ Dharitri (2019-06-26). "ଋଷି ବଙ୍କିମଚନ୍ଦ୍ର ଓ ବନ୍ଦେ ମାତରମ୍ - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2023-11-28.
- ↑ "Welcome to Aama Odisha". aamaodisha.org.in. Archived from the original on 2023-11-30. Retrieved 2023-11-28.
- ↑ "ମଣିଷର ବଡ ସମ୍ପଦ ହେଲା ଆତ୍ମସମ୍ମାନ – Odia Gapa" (in ଆମେରିକୀୟ ଇଂରାଜୀ). Retrieved 2023-11-28.
- ↑ "ଇତିହାସ | ଯାଜପୁର ଜିଲ୍ଲା:ଓଡ଼ିଶା | India" (in od). Retrieved 2023-11-28.
{{cite web}}
: CS1 maint: unrecognized language (link) - ↑ Editor, Chief (2019-08-23). "ସମ୍ପର୍କର ଫଲଗୁ : ବିଷବୃକ୍ଷ/ ଛମାଣ ଆଠଗୁଣ୍ଠ". Samadhwani (in ଆମେରିକୀୟ ଇଂରାଜୀ). Retrieved 2023-11-28.
{{cite web}}
:|last=
has generic name (help) - ↑ "ଧ୍ବନିର ଝଙ୍କାର - Samaja Live" (in ଆମେରିକୀୟ ଇଂରାଜୀ). 2022-02-19. Retrieved 2023-11-28.