ଲିଙ୍ଗ ସ୍ରାବ
ଲିଙ୍ଗ ସ୍ରାବ (ଇଂରାଜୀ ଭାଷାରେ Penile discharge/ ପେନାଇଲ୍ ଡିସଚାର୍ଜ) ରୋଗରେ ଲିଙ୍ଗ ମୁହଁରୁ ତରଳ ପଦାର୍ଥ କ୍ଷରିତ ହୁଏ ଯାହା ମୂତ୍ର ବା ବିର୍ଯ୍ୟ ନୁହେଁ ଓ ଏହା ପୂଜଯୁକ୍ତ କିମ୍ବା ରକ୍ତପୁର୍ଣ୍ଣ ହୋଇପାରେ ।[୬] ଅନ୍ୟାନ୍ୟ ଲକ୍ଷଣଗୁଡିକ ମୂତ୍ରତ୍ୟାଗ ସମୟରେ ଜ୍ୱଳନ କିମ୍ବା ବାରମ୍ବାର ପରିସ୍ରା କରିବାର ଇଚ୍ଛା ହୋଇପାରେ | [୫]
Penile discharge | |
---|---|
Penis discharge[୧] | |
ବିଭାଗ | Urology |
ଲକ୍ଷଣ | Fluid from penis[୧] |
କାରଣ | Gonorrhea, chlamydia, balanitis, prostatitis, epididymitis, reactive arthritis, irritation, unknown[୩][୪] |
ବିପଦ କାରକ | Uncircumcised, new sexual partner, unprotected sex[୫][୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Fluid culture[୩] |
ସଠିକ ରୋଗ ନିର୍ଣ୍ଣୟ | Urinary tract infection[୫] |
ଚିକିତ୍ସା | Depends on the cause, though often with antibiotics[୩] |
ପୁନଃପୌନିକ | Common[୩] |
ସାଧାରଣ କାରଣ ମଧ୍ୟରେ ଗନରିଆ, କ୍ଲାମିଡିଆ, ବାଲାନାଇଟିସ, ପ୍ରୋଷ୍ଟାଟାଇଟିସ୍ ଏବଂ ଏପିଡିଡାଇମାଇଟିସ ହୋଇପାରେ | [୪] ଅନ୍ୟାନ୍ୟ କାରଣ ମଧ୍ୟରେ ଟ୍ରାଇକୋମୋନିଆସିସ୍, ଉତ୍ତେଜନା, ସାବୁନ ଜନିତ ପ୍ରତିକ୍ରିୟା ଏବଂ ପ୍ରତିକ୍ରିୟାଶୀଳ ଗଣ୍ଠି ପ୍ରଦାହ ହୋଇପାରେ ।[୩] [୫] ଏକ ତୃତୀୟାଂଶ ମାମଲାରେ ଏହାର କାରଣ ଅସ୍ପଷ୍ଟ ରହିଛି । [୫] ସଙ୍କଟ କାରକମାନ: ୨୫ ବର୍ଷରୁ କମ ବୟସରେ ଯୌନ ସକ୍ରିୟତା, ନୂତନ ଯୌନ ସାଥୀ, ଅସୁନ୍ନତ ହେବା କିମ୍ବା ଅସୁରକ୍ଷିତ ଯୌନ ସମ୍ପର୍କ ରଖିଲେ ଏହା ହୋଇପାରେ ।[୩] [୫]
ଲିଙ୍ଗ ସ୍ରାବର ଏକ ସ୍ୱାବ ନେଇ ଜୀବାଣୁ କଲଚରଦ୍ୱାରା ରୋଗ ନିର୍ଣ୍ଣୟ ସମର୍ଥନ କରାଯାଇପାରେ | [୩] ଗନରିଆର ସ୍ରାବ ଧଳା, ହଳଦିଆ କିମ୍ବା ସବୁଜ ରଙ୍ଗର ହୋଇପାରେ | [୩] [୭] ଏଚ୍.ଆଇ.ଭି / ଏଡସ୍, ସିଫିଲିସ୍ ଏବଂ ହେପାଟାଇଟିସ୍ ସି ଭଳି ଅନ୍ୟାନ୍ୟ ଯୌନ ସଞ୍ଚାରିତ ରୋଗ ପାଇଁ ମଧ୍ୟ ପରୀକ୍ଷା କରାଯାଏ। [୩]
ଗନରିଆ ଏବଂ କ୍ଲାମିଡିଆ ରୋଗର ସମ୍ଭାବ୍ୟ ଚିକିତ୍ସା ପାଇଁ ଆଣ୍ଟିବାୟୋଟିକ ସହିତ ଚିକିତ୍ସା ଆରମ୍ଭ ହୁଏ | [୩] ସେଫଟ୍ରାଇଆକ୍ସୋନ୍ ଏବଂ ଆଜିଥ୍ରୋମାଇସିନ୍ ଭଳି ଆଣ୍ଟିବାୟୋଟିକ୍ ଦିଆଯାଏ | [୩] ସଂସର୍ଗ ଚିହ୍ନଟ କରି ସେମାନଙ୍କର ମଧ୍ୟ ଚିକିତ୍ସା କରିବା ଆବଶ୍ୟକ ହୁଏ । [୫] ଲିଙ୍ଗ ସ୍ରାବ ଏକ ସାଧାରଣ ଅବସ୍ଥା ଅଟେ | [୩] ଲେନିଟିକସ ୧୫ରେ ଥିବା ପୁରାତନ ଟେଷ୍ଟାମେଣ୍ଟରେ (ଖ୍ରୀଷ୍ଟପୂର୍ବ 528-332) ଲିଙ୍ଗ ସ୍ରାବ ବିଷୟ ଉଲ୍ଲେଖ ରହିଛି ।[୮]
- ↑ ୧.୦ ୧.୧ "Penis Discharge". conditions.health.qld.gov.au (in ଇଂରାଜୀ). Queensland Government. 2017. Retrieved 27 December 2020.
{{cite web}}
: CS1 maint: url-status (link) - ↑ "Details - Public Health Image Library(PHIL)". phil.cdc.gov. Retrieved 27 December 2020.
{{cite web}}
: CS1 maint: url-status (link) - ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ Kahan, Scott; Miller, Redonda; Smith, Ellen G. (2008). "126. Penile Discharge". Signs and Symptoms (in ଇଂରାଜୀ). Lippincott Williams & Wilkins. ISBN 978-0-7817-7043-9.
- ↑ ୪.୦ ୪.୧ Dains, Joyce E.; Baumann, Linda Ciofu; Scheibel, Pamela (2018). "27. Penile Discharge". Advanced Health Assessment & Clinical Diagnosis in Primary Care E-Book (in ଇଂରାଜୀ) (6th ed.). Elsevier Health Sciences. p. 378. ISBN 978-0-323-59454-7.
- ↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ "Urethritis and Urethral Discharge in Men". patient.info. Retrieved 6 December 2014.
- ↑ Swartz, Mark H. (2014). Textbook of Physical Diagnosis E-Book: History and Examination (in ଇଂରାଜୀ). Elsevier Health Sciences. p. 478. ISBN 978-0-323-22507-6.
- ↑ "Gonorrhea - CDC Fact Sheet". cdc.gov. Retrieved 6 December 2014.
- ↑ Morris, Larry A. (1997). The Male Heterosexual (in ଇଂରାଜୀ). SAGE. p. 170. ISBN 978-0-8039-5640-7.