ଏପିଡିଡାଇମାଇଟିସ

(Epididymitisରୁ ଲେଉଟି ଆସିଛି)

ଏପିଡିଡିମାଇଟିସ (ଇଂରାଜୀ ଭାଷାରେ Epididymitis ଏକ ବେମାରୀ ଯେଉଁଥିରେ ଏପିଡିଡିମିସର ପ୍ରଦାହ ହୁଏ ।[୧] ଦିନେ ଦୁଇ ଦିନ ମଧ୍ୟରେ ଯନ୍ତ୍ରଣା ଆରମ୍ଭ ହୋଇଯାଏ ।[୧] ନୁଷ୍କ‌କୁ ଟେକିଦେଲେ ଯନ୍ତ୍ରଣା କମିଯାଏ । [୧] ମୁଷ୍କ ବା ଟେସ୍ଟିକ୍ଲର ([:en:[testicle|]]) ପଛ ପାଖରେ ଯନ୍ତ୍ରଣା, ଫୁଲା, ମୂତ୍ର ତ୍ୟାଗ ସମୟରେ ଜ୍ୱାଳା (burning with urination), ବାରମ୍ବାର ମୂତ୍ର ତ୍ୟାଗ ଇତ୍ୟାଦି ଲକ୍ଷଣ ମଧ୍ୟ ଦେଖାଯାଏ ।[୧] ଏହି ରୋଗ ସ‌ହିତ ଓରକାଇଟିସ ବା ମୁଷ୍କ ପ୍ରଦାହ (Inflammation of the testicle) ସାଧାରଣତଃ ଥାଏ । [୧]

ଏପିଡିଡିମାଇଟିସ (Epididymitis)
ଏପିଡିଡିମିସର ପ୍ରଦାହ [୧]
ଯୁବକର ଏପିଡିଡିମିସର ପ୍ରଦାହ: A. ଏପିଡିଡିମିସର ମଥା, B. ଏପିଡିଡିମିସର ଦେହ, C. ଏପିଡିଡିମିସର ଲାଞ୍ଜ ଓ D. ଭାସ ଡେଫରେନସ
ଉଚ୍ଚାରଣ
ବିଭାଗମୂତ୍ର ରୋଗ ବିଜ୍ଞାନ (Urology), ସଂକ୍ରମଣ ରୋଗ (infectious disease
ଲକ୍ଷଣମୁଷ୍କ ବା ଟେସ୍ଟିକ୍ଲର (testicle) ପଛ ପାଖରେ ଯନ୍ତ୍ରଣା, ଫୁଲା, ମୂତ୍ର ତ୍ୟାଗ ସମୟରେ ଜ୍ୱାଳା (burning with urination), ବାରମ୍ବାର ମୂତ୍ର ତ୍ୟାଗ [୧]
ଆକ୍ରାନ୍ତ ସମୟଦିନେ ଦୁଇ ଦିନ ମଧ୍ୟରେ[୧]
କାରଣଗନରିଆ, କ୍ଲାମିଡିଆ ସଂକ୍ରମଣ, ଏଣ୍ଟେରିକ ଜୀବାଣୁ (enteric bacteria), ପରିସ୍ରାର ଆଭ୍ୟନ୍ତରୀଣ ପ୍ରବାହ ବ ରିକ୍ଲକ୍ସ [୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ, ଅଲଟ୍ରାସାଉଣ୍ଡ (ultrasound)[୧]
ସଠିକ ରୋଗ ନିର୍ଣ୍ଣୟଟିସ୍ଟିକୁଲାର ଟରସନ (Testicular torsion), ଇଙ୍ଗୁଇନାଲ ହାର୍ନିଆ (inguinal hernia), ଟେସ୍ଟିକୁଲାର କର୍କଟ (testicular cancer), ଅର୍କାଇଟିସ (orchitis)[୧][୨]
ଔଷଧଏନଏସଏଆଇଡି (NSAIDs), ସେଫଟ୍ରାଇଆକ୍ସୋନଡକ୍‌ସିସାଇକ୍ଲିନ, ଓଫ୍ଲୋକ୍ସାସିନ[୧]
ଚିକିତ୍ସାଯନ୍ତ୍ରଣା ନିରୋଧୀ ଔଷଧ (Pain medications), ଆଣ୍ଟିବାୟୋଟିକ (antibiotics), ଉର୍ଦ୍ଦ୍ୱ ସ୍ଥାପନ[୧]
ପୁନଃପୌନିକବର୍ଷକୁ ୬୦୦,୦୦୦ (ବୟସ ୧୫-୩୫, ଯୁକ୍ତରାଷ୍ଟ୍ର ଆମେରିକା)[୨]

ଯୌନ କ୍ରିୟାଶୀଳ ଯୁବକମାନଙ୍କର ଅନ୍ତର୍ନିହିତ କାରଣ ଗନରିଆକ୍ଲାମିଡିଆ ସଂକ୍ରମଣ ହୋଇପାରେ ।[୧] ବୟସ୍କ ପୁରୁଷ ଓ ସମଲିଙ୍ଗୀ ପୁରୁଷଙ୍କର (males who have sex with males) ଏଣ୍ଟେରିକ ଜୀବାଣୁ (enteric bacteria) ଥାଇପାରନ୍ତି ।[୧] ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରିହୁଏ ।[୧] ଅନୁରୂପ ଲକ୍ଷଣ ଦେଖାଉଥିବା ଅନ୍ୟାନ୍ୟ ରୋଗମାନଙ୍କ ନାମ ଯଥାକ୍ରମେ ଟିସ୍ଟିକୁଲାର ଟରସନ (Testicular torsion), ଇଙ୍ଗୁଇନାଲ ହାର୍ନିଆ (inguinal hernia), ଟେସ୍ଟିକୁଲାର କର୍କଟ (testicular cancer), ଅର୍କାଇଟିସ (orchitis) ।[୧] ନିର୍ଣ୍ଣୟ ଅସ୍ପଷ୍ଟ ହେଉଥିଲେ ଅଲଟ୍ରାସାଉଣ୍ଡ (ultrasound କରାଯାଏ ।[୧]

ଯନ୍ତ୍ରଣା ନିରୋଧୀ ଔଷଧ (Pain medications) ଓ ଆଣ୍ଟିବାୟୋଟିକ (antibiotics) ଦିଆଯାଏ, ମୁଷ୍କ‌କୁ ଉର୍ଦ୍ଦ୍ୱକୁ ଟେକିଦେଲେ ଆରାମ ଲାଗେ ।[୧] ଯୌନ କ୍ରିୟାଶୀଳ ଯୁବକମାନଙ୍କୁ ସେଫଟ୍ରାଇଆକ୍ସୋନଡକ୍‌ସିସାଇକ୍ଲିନ ଆଦି ଆଣ୍ଟିବାୟୋଟିକ ଦିଆଯାଏ ।[୧] ବୟସ୍କ ଲୋକମାନଙ୍କୁ ଓଫ୍ଲୋକ୍ସାସିନ ଦିଆଯାଏ ।[୧] କେଶ ଜଟିଳ ହେଲେ ବନ୍ଧ୍ୟାତ୍ୱ (infertility) ଓ କ୍ରନିକ ଯନ୍ତ୍ରଣା (chronic pain) ହୁଏ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ସାଧାରଣତଃ ବର୍ଷକୁ ୧୫ରୁ ୩୫ ବର୍ଷ ବୟସର ୬୦୦,୦୦୦ ଲୋକଙ୍କୁ ଏ ରୋଗ ହୁଏ ।[୨]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ McConaghy, JR; Panchal, B (1 November 2016). "Epididymitis: An Overview". American Family Physician. 94 (9): 723–726. PMID 27929243.
  2. ୨.୦ ୨.୧ ୨.୨ Trojian, TH; Lishnak, TS; Heiman, D (1 April 2009). "Epididymitis and orchitis: an overview". American Family Physician. 79 (7): 583–7. PMID 19378875.


External links ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ