ଟ୍ରାଇକୋମୋନିଆସିସ୍

ଟ୍ରାଇକୋମୋନିଆସିସ୍ ଏକ ସଂକ୍ରାମକ ରୋଗ ଯାହା ଟ୍ରାଇକୋମୋନାସ୍ ଭାଜିନାଲିସ୍ ନାମକ ଏକ ପରଜୀବୀଦ୍ୱାରା ସୃଷ୍ଟି ହୁଏ ।[୧] ସଂକ୍ରମିତ ହେଲେ ମଧ୍ୟ ୭୦ ଲୋକଙ୍କର (ପୁରୁଷ ଓ ମହିଳା) କୌଣସି ଲକ୍ଷଣ ଦେଖାଯାଏ ନାହିଁ ।[୧] ସଂକ୍ରମିତ ହେବାର ୫ରୁ୨୮ ଦିନ ପରେ ଲକ୍ଷଣ ଦେଖାଯାଏ ।[୨] ଯୌନାଙ୍ଗରେ ଗଲୁ, ପତଳା ଦୁର୍ଗନ୍ଧ‌ଯୁକ୍ତ ପତଳା ଯୌନ କ୍ଷରଣ, ପରିସ୍ରା ସମୟରେ ଜଳାପୋଡ଼ା ଓ ଯୌନ କ୍ରିୟା ସମୟରେ ଯନ୍ତ୍ରଣା ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୨][୧] ଟ୍ରାଇକୋମୋନିଆସିସ୍ ଥିଲେ ଏଚଆଇଭି/ଏଡ୍‌ସ୍ ରୋଗ ହେବା ସଙ୍କଟ ଅଧିକ ରହେ । ଗର୍ଭାବସ୍ଥାରେ ଏହି ରୋଗଦ୍ୱାରା ଅନ୍ୟ ଜଟିଳତା ସୃଷ୍ଟି ହୋଇପାରେ । [୨]

ଟ୍ରାଇକୋମୋନିଆସିସ୍
Micrograph showing a positive result for trichomoniasis. A trichomonas organism is seen on the top-right of the image.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିGynecology
ଆଇସିଡ଼ି-୧୦A59.
ଆଇସିଡ଼ି-୯-ସିଏମ୍131,007.3
ରୋଗ ଡାଟାବେସ13334
ମେଡ଼ିସିନ-ପ୍ଲସ001331
ଇ-ମେଡ଼ିସିନmed/2308 emerg/613
MeSHD014246

ଟ୍ରାଇକୋମୋନିଆସିସ୍ ଏକ ଯୌନ ସଞ୍ଚାରିତ ସଂକ୍ରମଣ (ଏସଆଇଆଇ) ଯାହା ଅଧିକାଂଶ ସମୟରେ ଯୋନୀପଥ, ମୁଖ ଓ ମଳଦ୍ୱାରରେ ଯୌନ କ୍ରିୟା ସମ୍ପାଦନ କଲେ ବ୍ୟାପିଥାଏ । ଯୋନୀ ସ୍ପର୍ଶ କଲେ ମଧ୍ୟ ଏହା ସଞ୍ଚାରିତ ହୁଏ ।[୨] ଲକ୍ଷଣ ବିହୀନ ସଂକ୍ରମିତ ଲୋକ ମଧ୍ୟ ରୋଗ ସଞ୍ଚାରିତ କରିପାରେ ।[୧] ଯୋନୀପଥରୁ ନିର୍ଗତ ତରଳ ପଦାର୍ଥକୁ ଅଣୁବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କରି ପରଜୀବୀ ପାଇଲେ ବା ତାକୁ କଲଚର କରି ପାଇଲେ ବା ପରଜୀବୀର ଡିଏନଏ ପାଇଲେ ରୋଗ ନିର୍ଣ୍ଣୟ ହୋଇଯାଏ । ଏଥିରେ ପରଯୀବୀ ପାଇଲେ ଅନ୍ୟାନ୍ୟ ଯୌନ ସଞ୍ଚାରିତ ସଂକ୍ରାମକ ରୋଗ ନିମନ୍ତେ ପରୀକ୍ଷା କରିବା ଆବଶ୍ୟକ ହୁଏ ।[୨]

ଯୌନ ନିବୃତି, କଣ୍ଡୋମ ବ୍ୟବ‌ହାର, ଡୁସ ନ କରିବା ଓ ନୂଆ ଯୌନ ସାଥୀ ମିଳିଲେ ତାହାର ରୋଗ ନିମନ୍ତେ ପରୀକ୍ଷା କରିବାଦ୍ୱାରା ଏହି ରୋଗକୁ ପ୍ରତିରୋଧ କରିହୁଏ । ମେଟ୍ରୋନିଡାଜୋଲ୍ ବା ଟିନିଡାଜୋଲ୍ ଭଳି ଆଣ୍ଟିବାୟୋଟିକ ଦେଇ ଏହି ରୋଗକୁ ଆରୋଗ୍ୟ କରାଯାଏ । ଯୌନ ସାଥୀଙ୍କର ଚିକିତ୍ସା ମଧ୍ୟ କରାଯାଏ ।[୨] ଏମାନଙ୍କ ମଧ୍ୟରୁ ୨୦% ଲୋକ ଚିକିତ୍ସାର ୩ମାସ ମଧ୍ୟରେ ପୁନର୍ବାର ଏହି ରୋଗ ଭୋଗନ୍ତି । [୧]

ସନ ୨୦୧୩ରେ ପ୍ରାୟ ୫୮ ନିୟୁତ ରୋଗୀ ଥିଲେ ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୨ନିୟୁତ ମହିଳା ଏହି ରୋଗରେ ଆକ୍ରାନ୍ତ ଅଛନ୍ତି । ମହିଳାଙ୍କର ପୁରୁଷଙ୍କ ଅପେକ୍ଷା ଏହି ରୋଗ ଅଧିକ ହୁଏ ।[୨] ଟ୍ରାଇକୋମୋନାସ୍ ଭାଜିନାଲିସ୍ ପରଜୀବୀ ପ୍ରଥମେ ସନ ୧୮୩୬ରେ ଆଲଫ୍ରଡ଼ ଡୋନ୍ଙ୍କ (Alfred Donné)ଦ୍ୱାରା ଚିହ୍ନଟ ହୋଇଥିଲା ।[୪] ସନ ୧୯୧୬ରେ ପ୍ରଥମେ ଟ୍ରାଇକୋମୋନିଆସିସ୍ ରୋଗର କାରଣରୂପେ ଟ୍ରାଇକୋମୋନାସ୍ ଭାଜିନାଲିସ୍ ଜଣାଯାଇଥିଲା । [୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Trichomoniasis - CDC Fact Sheet". CDC. November 17, 2015. Retrieved 21 March 2016.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Trichomoniasis". Office on Women's Health. August 31, 2015. Retrieved 21 March 2016.
  3. Global Burden of Disease Study 2013, Collaborators (22 August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet (London, England). 386 (9995): 743–800. PMID 26063472. {{cite journal}}: |first1= has generic name (help)CS1 maint: numeric names: authors list (link)
  4. Wiser, Mark (2010). Protozoa and Human Disease. Garland Science. p. 60. ISBN 9781136738166.
  5. Pearson, Richard D. (2001). Principles and Practice of Clinical Parasitology. Chichester: John Wiley & Sons. p. 243. ISBN 9780470851722.