ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱରରେ ଥିବା ଏକ ଶିବ ମନ୍ଦିର।
(ଲିଙ୍ଗରାଜରୁ ଲେଉଟି ଆସିଛି)

ଲିଙ୍ଗରାଜ ମନ୍ଦିର ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ପୁରାତନ ହରିହର ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦେଇ ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି । [୧]

ଲିଙ୍ଗରାଜ ମନ୍ଦିର
Lingaraj.JPG
Religion
ସମ୍ବନ୍ଧତାHinduism
Districtଖୋର୍ଦ୍ଧା
Location
ଅବସ୍ଥିତିଭୁବନେଶ୍ୱର
ଦେଶଭାରତ
Architecture
ନିର୍ମାତାଯଯାତି କେଶରୀ
ଆକାଶମାର୍ଗରୁ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାର ସରୋବର

ଇତିହାସସମ୍ପାଦନ କରନ୍ତୁ

ଲିଙ୍ଗରାଜ ଶବ୍ଦର ଅର୍ଥ ହେଉଛି 'ଲିଙ୍ଗମାନଙ୍କର ରାଜା', 'ଲିଙ୍ଗ ପୂଜା' ଶିବ ପୂଜାର ପ୍ରତୀକ ହୋଇଥିବାରୁ ଏହା ଏକ ଶୈବ କ୍ଷେତ୍ର ଭାବରେ ଜଣାଶୁଣା । ଶିବ ଏଠାରେ ତ୍ରିଭୁବନେଶ୍ୱର (ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ଦେବ) ଭାବରେ ପୂଜା ପାଇଥାନ୍ତି ।[୨] ଏଠାରେ ଦେବୀ ଭୁବନେଶ୍ୱରୀ ମଧ୍ୟ ମା ରୂପରେ ଲିଙ୍ଗରାଜଙ୍କ ସହିତ ପୂଜା ପାଇଥାନ୍ତି ।

ଏହି ମନ୍ଦିର ୧୦୦୦ ବର୍ଷରୁ ଅଧିକ ପୁରୁଣା । ଏହା ଷଷ୍ଠ ଶତାବ୍ଦୀରେ ତିଆରି ହୋଇଥିବାର ଅନେକ ପୁରାଣରେ ପ୍ରମାଣ ମିଳୁଥିଲେ ମଧ୍ୟ ୧୧ଶ ଶତାବ୍ଦୀରେ ପୁନର୍ନିମିତ ହୋଇଥିଲା ।[୩] ଲିଙ୍ଗରାଜ ମନ୍ଦିରର ନିର୍ମାଣ ସରିବା ବେଳକୁ ବିଷ୍ଣୁ ପୂଜାର ଆରମ୍ଭ ହୋଇସାରିଥିଲା ଯାହା ଏଠାରେ ହର (ଶିବ) ଓ ହରି (ବିଷ୍ଣୁ)ଙ୍କ ମିଳନର ପ୍ରମାଣ ଦେଇଥାଏ ।

ଲୋକ ବିଶ୍ୱାସସମ୍ପାଦନ କରନ୍ତୁ

କିମ୍ବଦନ୍ତୀ ଅନୁସାରେ ଲିଙ୍ଗରାଜ ମନ୍ଦିରର ସମ୍ମୁଖରେ ଥିବା ଏକ କ୍ଷୁଦ୍ର ଦେଉଳରେ ଥିବା କପାଳେଶ୍ୱର ମହାଦେବ ଲିଙ୍ଗରାଜଙ୍କ ପିତା । ଭୁବନେଶ୍ୱରରେ ଥିବା ଅନ୍ୟତମ ପ୍ରାଚୀନ ମନ୍ଦିର ବଇତାଳ ଦେଉଳରେ କାପାଳିନୀ ଦେବୀ ପୂଜିତ । ଶୀତଳ ଷଷ୍ଠୀ ସମୟରେ କାପାଳିନୀଙ୍କ ପାଖକୁ ଲିଙ୍ଗରାଜଙ୍କ ଭେଟି ଯାଏ । ଏହି ହେତୁରୁ କାପାଳିନୀଙ୍କୁ ଲିଙ୍ଗରାଜଙ୍କ ଭଉଣୀ ବୋଲାଯାଏ ।

ଭୋଗସମ୍ପାଦନ କରନ୍ତୁ

ମହାପ୍ରଭୁ ଲିଙ୍ଗରାଜଙ୍କୁ ଭକ୍ତମାନଙ୍କ ଦେଇ କଦଳୀ, ନଡ଼ିଆକୋରାଖଇ ଅର୍ପଣ କରାଯାଇଥାଏ । [୪]

ଗମନାଗମନସମ୍ପାଦନ କରନ୍ତୁ

ଏଠାରେ ଲିଙ୍ଗରାଜ ଟେମ୍ପୁଲ ରୋଡ୍ ନାମରେ ଗୋଟିଏ ପାସେଞ୍ଜର୍ ହଲ୍ଟ୍ ଷ୍ଟେସନ ଅଛି ।

ଅଧିକ ପଠନସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. Ramesh Prasad Mohapatra (1986) Page 69. Archaeology in Orissa Vol I. B. R. Publishers, Delhi ISBN 81-7018-346-4
  2. "Temples & Monuments". theorissa.com. 2012. Retrieved 5 July 2012. temple is dedicated to Tribhuvaneswar (Lord of 3 Worlds) or Bhubaneswar
  3. "Bhubaneswar Lingaraj Temple". Retrieved 2006-09-12.
  4. LORD LINGARAJA, OFFERINGS