କଦଳୀ ହେଉଛି ଏକ ଲମ୍ବାଳିଆ ଖଦ୍ଯୋପଯୋଗୀ ଫଳ, ଉଦ୍ଭିଦବିଜ୍ଞାନ ଅନୁସାରେ ଏକ କୋଳି[୧][୨] ଏଗୁଡିକ ମୁସା ପ୍ରଜାତିର ବଡ଼ବଡ଼ ଗୁଳ୍ମଜାତୀୟ ଉଦ୍ଭିଦମାନଙ୍କର ଫଳ ।[୩] ଫଳଟି ବିଭିନ୍ନ ରଙ୍ଗ ଏବଂ ଆକାରର କିନ୍ତୁ ସାଧାରଣତଃ ଲମ୍ବା, ବଙ୍କା ଏବଂ ଶର୍କରାରେ ପୂର୍ଣ୍ଣ ମାଂସ ଯୁକ୍ତ ହୋଇଥାଏ, ଯାହା ଏକ ସବୁଜ କିମ୍ବା ହଳଦିଆ ଚୋପାଦ୍ୱାରା ଘୋଡାଇ ହୋଇ ରହିଥାଏ । କଦଳୀ, ଗଛର ଉପରପଟୁ ଏକତ୍ର ଫଳିଥାଏ । ବର୍ତ୍ତମାନର ପ୍ରାୟ ସମସ୍ତ ମଞ୍ଜି-ବିହୀନ କଦଳୀ ଦୁଇଟି ବନ୍ଯ ପ୍ରଜାତିଠାରୁ ଆସିଥାଏ - ମୁସା ଆକୁମିନାଟା, ଏବଂ ମୁସା ବାଲ୍ୱିସିଆନା

କଦଳୀ
ଛଡ଼ା ଯାଇଥିବା କଦଳୀ(ବିଭିନ୍ନ ଦିଗରୁ)
ଛଡ଼ା ଯାଇଥିବା କଦଳୀ(ବିଭିନ୍ନ ଦିଗରୁ)
ଜନ୍ମ
ଦକ୍ଷିଣ-ପୂର୍ବ ଏସିଆ, ଦକ୍ଷିଣ ଏସିଆ
କଦଳୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ଉଦ୍ଭିଦ ସାମ୍ରାଜ୍ୟ
ଗୋଷ୍ଠୀ: ଟ୍ରାକିଓଫାଇଟା
ଗୋଷ୍ଠୀ: ସ୍ପର୍ମାଟୋଫାଇଟା
ଗୋଷ୍ଠୀ: ଆବୃତବୀଜୀ
ଗୋଷ୍ଠୀ: ଏକବୀଜପତ୍ରୀ
ଗୋଷ୍ଠୀ: କମେଲିନିଡ
ବଂଶ: ମୁସାସି
ପ୍ରଜାତି: ମୁସା(ପ୍ରଜାତି)

ମୁସା ଜାତିଗୁଡ଼ିକ ଇଣ୍ଡୋମଳୟ ଏବଂ ଅଷ୍ଟ୍ରେଲାସିଆରେ ଉତ୍ପନ୍ନ ହୋଇଥିଲେ । ଏଗୁଡ଼ିକ ପ୍ରଥମେ ନ୍ଯୁ ଗ୍ୱିନିରେ ଚାଷ କରାଯାଇଥିଲା ବୋଲି ବିଶ୍ୱାସ କରାଯାଏ ।[୪][୫]

ଐତିହାସିକ କଦଳୀ ଚାଷସମ୍ପାଦନ କରନ୍ତୁ

ପ୍ରାଥମିକ ଚାଷସମ୍ପାଦନ କରନ୍ତୁ

 
କମଳାରେ ମୁସା ବାଲ୍ୱିସିଆନା ଏବଂ ସବୁଜରେ ମୁସା ଆକୁମିନାଟାର ଉତ୍ପତ୍ତି ସ୍ଥଳ

ନ୍ଯୁଗ୍ୱିନିରେ ସର୍ବପ୍ରଥମେ ବଣରେ ମିଳୁଥିବା ମୁସା ଆକୁମିନାଟା ବାଙ୍କସିମଞ୍ଜି-ବିହୀନ କେତେକ ଉପଜାତିକୁ ଚାଷ କରାଯାଇଥିବ ବୋଲି କଳ୍ପନା କରାଯାଏ । ପପୁଆଙ୍କଦ୍ୱାରା ଏହା ଚାଷିତ ହେଉଥିଲା ।

ଆଧାରସମ୍ପାଦନ କରନ୍ତୁ

  1. Armstrong, Wayne P. "Identification Of Major Fruit Types". Wayne's Word: An On-Line Textbook of Natural History. Archived from the original on November 20, 2011. Retrieved August 17, 2013.
  2. Banana from 'Fruits of Warm Climates' by Julia Morton". Hort.purdue.edu. Archived from the original on April 15, 2009. Retrieved April 16, 2009.
  3. Banana". Merriam-Webster Online Dictionary. Archived from the original on March 9, 2013. Retrieved January 4, 2013.
  4. Tracing antiquity of banana cultivation in Papua New Guinea". The Australia & Pacific Science Foundation. Archived from the original on August 29, 2007. Retrieved September 18, 2007.
  5. Nelson, Ploetz & Kepler 2006.