ଲସି (ପଞ୍ଜାବୀ: ਲੱਸੀ/لسی, ସିନ୍ଧି: لسي, ଉର୍ଦ୍ଦୁ: لسی, ମରାଠୀ: लस्सी, ଗୁଜରାଟୀ: લસ્સી, ବେଙ୍ଗଲି: লাস্যি, ପାସ୍ତୋ: شوملې‎) ଗୋଟିଏ ଜନପ୍ରିୟ, ପରମ୍ପରାଗତ, ଦହି ଥିବା ପାନୀୟ । ଏଥିରେ ଦହି, ଜଳ, ମସଲା ଓ ବେଳେ ବେଳେ ଫଳ ମିଶାହୋଇ ତିଆରି ହୁଏ । ପରମ୍ପରାଗତ ଲସିରେ ଲୁଣ ଓ ଚୁର୍ଣ୍ଣ ଜୀରା ମିଶାଯାଏ । ମିଠା ଲସିରେ ମସଲା ନ ମିଶେଇ ଚିନି, ଫଳ ମିଶାଯାଏ ।
ଧାର୍ମିକ କାର୍ଯ୍ୟରେ ଦହି ସହ ମହୁ ମିଶାଯାଏ । କେତେକ ସ୍ଥାନରେ ଲସିରେ ଦୁଧ ମିଶାଯାଏ ଓ ଉପରେ ପତଳା ରାବିଡି ସ୍ତର ରଖାଯାଏ । ଖରା ପାଗରେ ଲସି ସହ ବରଫ ମିଶେଇ ଦ୍ୱିପ୍ରହର ଭୋଜନ ପରେ ପିଆଯାଏ । ଝାଡା ବାନ୍ତି (Gastro-enteritis) ହେଲେ ଲସିରେ ହଳଦୀ ଗୁଣ୍ଡ ମିଶେଇ ଗ୍ରାମୀଣ ଚିକିତ୍ସା କରାଯାଏ ।

ଲସି
ଚର୍ବି ମୁକ୍ତ ଲସି
ମୂଳ ସ୍ଥାନIndian subcontinent
ଅଞ୍ଚଳ ବା ରାଜ୍ୟPunjab
ମୁଖ୍ୟ ଉପାଦାନYogurt, cream, water, spices, fruit

ପରିବର୍ତ୍ତିତ ଲସି ସମ୍ପାଦନା

ପରମ୍ପରାଗତ ସାମାନ୍ୟ ମିଠା ବା ଲୁଣିଆ ଲସି ସମ୍ପାଦନା

 
A lassi shop
 
Lassi in earthen tumbler, Kullhad, Varanasi.
 
Mint sweet lassi in Pakistan.

ଉତ୍ତର ଭାରତ ତଥା ପଞ୍ଜାବରେ ଏହି ଲସି ଅତି ସାଧାରଣ । ଦହି ସାଥିରେ ପାଣି, ଚିନି ଓ ସ୍ୱାଦ ଅନୁସାରେ ମସଲା ମିଶାଯାଏ । ଚିନି ବଦଳରେ ଲୁଣ ମିଶେଇଲେ ଲୁଣିଆ ଲସି କୁହାଯାଏ ।

ମିଠା ଲସି ସମ୍ପାଦନା

ମିଠା ଲସିରେ ଚିନି, ;;ଗୋଲାପ ଜଳ କିମ୍ବା ଲେମ୍ବୁ ରସ, ଷ୍ଟ୍ରବେରି (strawberry) କିମ୍ବା ଅନ୍ୟ ଫଳ ରସ ଦିଆଯାଏ । ପାକିସ୍ଥାନର ସିନ୍ଧଭାରତର ଯୋଧପୁରରାଜସ୍ଥାନରେ ସାଫ୍ରନ ଲସି ଅତି ପ୍ରିୟ ପାନୀୟ । ମାଖନ ବା ଲହୁଣୀ ଲସିରେ ଅଧିକ ଲହୁଣୀ ପକାଯାଏ । ଏହା ମିଲ୍କ ସେକ (milkshake) ଭଳି ହୁଏ ।

ଆମ୍ବ ଲସି ସମ୍ପାଦନା

ସାରା ପୃଥିବୀରେ ଆମ୍ବ ଲସି ଅତି ପ୍ରିୟ ପାନୀୟ । ଦହି, ପାଣି ଓ ଆମ୍ବ ପଳ୍ପ (Mango pulp) ମିଶେଇ ତିଆରି କରାଯାଏ । ଏଥିରେ ଚିନି ମିଶାଯାଇପାରେ ବା ନ ମିଶାଯାଇପାରେ । ଇଂଲଣ୍ଡ, ମାଲୟେସିଆ, ସିଙ୍ଗାପୁର ତଥା ପୃଥିବୀର ବିଭିନ୍ନ ସ୍ଥାନରେ ଏହା ମିଳେ । କାନାଡାରେ ଦହି, ଚିନି, କେସର, ସର, ଆଇସକ୍ରିମ ସହ ଆମ୍ବ ମିଶାଯାଏ । ଏହା ଗୋଟିଏ ବଡ଼ ଗିଲାସରେ ଏହା ରଖି ଉପରେ ପେସ୍ତା ସହ ଦିଆଯାଏ[୧]

ଭାଙ୍ଗ ଲସି ସମ୍ପାଦନା

ଲସିରେ ଭାଙ୍ଗ ମିଶେଇଲେ ଭାଙ୍ଗ ଲସି ହୁଏ । ହୋଲି ସମୟରେ ଲୋକମାନେ ଏହାକୁ ପିଅନ୍ତି । ରାଜସ୍ଥାନରେ ଲାଇସେନ୍ସ ପ୍ରାପ୍ତ ଭାଙ୍ଗ ଦୋକାନ ଅଛି, ଯେଉଁଠି ଭାଙ୍ଗ ପଦାର୍ଥ ଓ ଭାଙ୍ଗ ଲସି ମିଳେ ।[୨]

ଛାଶ ସମ୍ପାଦନା

ଛାଶ ଏକ ଲସି ଭଳି ପାନୀୟ, କିନ୍ତୁ ଏହା ଲସି ଭଳି ବହଳିଆ ନୁହେଁ ଓ ଏଥିରେ ଲହୁଣୀ ଅଂଶ କମ ଥାଏ । ଏଥିରେ ଜୀରା, ଲୁଣ ଓ ଧନିଆ ପତ୍ର ପକାଯାଏ । ସଦ୍ୟ ତିଆରି ଅଦା ଗୁଣ୍ଡ ଓ କଞ୍ଚା ଲଙ୍କା ମଧ୍ୟ ପକାଯାଏ । ରାଜସ୍ଥାନଗୁଜରାଟରେ ଏହା ଅତି ପ୍ରିୟା ପାନୀୟ ଓ ହଜମ ହେବା ବିଶ୍ୱାସରେ ଖାଦ୍ୟ ସହ ଖିଆଯାଏ[୩] । ଏହି ପାନୀୟକୁ କନ୍ନଡରେ ମାଜିଗେ, ମରାଠୀରେ ଟାକ, ତେଲୁଗୁରେ ମାଜିଗା, ମଲୟାଲମ ତଥା ତାମିଲିରେ ମୋରୁବଙ୍ଗଳାରେ ଘୋଲ କୁହାଯାଏ

ଆଧାର ସମ୍ପାଦନା

  1. Wayne Collins (1970-01-01). "Food - Recipes : Mango lassi cocktail". BBC. Retrieved 2014-01-08.
  2. Anthony Bourdain: No Reservations Collection 2, Episode 5; Final Segment