ଆମ୍ବ ହେଉଛି ଭାରତର ଜାତୀୟ ଫଳ ।[]ଭାରତୀୟ ସଂସ୍କୃତି ସହ ଓତୋପ୍ରୋତ ଭାବରେ ଜଡ଼ିତ ଆମ୍ବ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ । ହିନ୍ଦୁ ପରମ୍ପରାର ପ୍ରତିଟି ଶୁଭକାର୍ଯ୍ୟରେ ଆମ୍ଭ ପତ୍ରକୁ ଖୋଜା ପଡ଼ିଥାଏ, କଳସ ବସିବାଠାରୁ ତୋରଣ ବାନ୍ଧିବା ପର୍ଯ୍ୟନ୍ତ । କଞ୍ଚା ଓ ପାଚିଲା ଆମ୍ବ ଖାଦ୍ୟ ରୂପେ ବ୍ୟବହୃତ ହୁଏ । ଭାରତୀୟ ଚିତ୍ରକଳାରେ ଆମ୍ବକଷି ଡିଜାଇନ ବହୁଳ ଭାବରେ ଆଦୃତ । କାଶ୍ମୀର ଓ ପାରସ୍ୟ ଚିତ୍ରକଳାରେ ମଧ୍ୟ ଆମ୍ବକଷିର ମହତ୍ତ୍ୱ ରହିଛି । ଆମ୍ବର ମଧୁର ସ୍ୱାଦର ଆକର୍ଷଣରୁ ସାଧାରଣ ମଣିଷ ସମତେ ବହୁ ମନୀଷୀ ଯଥା ପ୍ରାଚୀନ କବି କାଳିଦାସ, ଗ୍ରୀକ ବୀର ଆଲେକଜାଣ୍ଡାର ଏବଂ ମହାନ ବୌଦ୍ଧ ସନ୍ନ୍ୟାସୀ ହୁଏନ ସାଂ କେହିବି ବାଦ ପଡ଼ିନାହାନ୍ତି । ଏହା ଭାରତର ପ୍ରତ୍ୟେକ ରାଜ୍ୟରେ ଦେଖିବାକୁ ମିଳେ। ଆମ୍ବ କଞ୍ଚା ଥିଲେ ଖାଇବାକୁ ଖଟା ଲାଗେ ଓ ପାଚିଲା ପରେ ସୁଆଦିଆ ଲାଗେ ।

ଆମ୍ବ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ବିଭାଗ: Angiospermae
ଅଶ୍ରେଣୀକୃତ: Rosids
ଗଣ: Sapindales
କୁଳ: Anacardiaceae
ପ୍ରଜାତି: Mangifera
ଜାତି: M. indica
ବାଇନୋମିଆଲ ନାମ
Mangifera indica
ଆମ୍ବ
110 ବର୍ଷ ପ୍ରାଚୀନ ଆମ୍ବ ଗଛ, ବାଂଲାଦେଶର ଗୋପାଳଗଞ୍ଜର

ଇତିହାସ

ସମ୍ପାଦନା

ଇଂରାଜୀରେ ଆମ୍ବର ନାମ "ମ୍ୟାଙ୍ଗେ।" (Mango) । ଏହି ନାମ ପର୍ତ୍ତୁଗୀଜ "ମାଙ୍ଗ।' ଶବ୍ଦରୁ ଆସିଛି । ଏହାର ମୂଳ ନାମ ମାଲୟାଲାମ ଭାଷାରୁ ଉତ୍ପନ୍ନ । ପର୍ତ୍ତୁଗୀଜମାନେ ଆମ୍ବକୁ "ମାଙ୍ଗ।' ନାମରେ ଭାରତରୁ ନେଇ ୟୁରୋପରେ ପରିଚିତ କରାଇଥିଲେ । "ମାଙ୍ଗ।" ଭାରତର ମୂଳଶବ୍ଦରୁ ଗଠିତ ହୋଇଥିବା ପ୍ରଥମ ବିଦେଶୀ ଶବ୍ଦ ବୋଲି ବିଶ୍ୱାସ କରାଯାଏ, କାରଣ ପ୍ରାୟ ପଞ୍ଚଦଶ ଶତାବ୍ଦୀ ବେଳରୁ ଫ୍ର।ନସର ଶବ୍ଦକୋଷରେ ଏହି ଶବ୍ଦ ଦେଖିବାକୁ ମିଳୁଛି ।

 
A mango tree in full bloom in Kerala, India

ପ୍ରକାର

ସମ୍ପାଦନା

ପୃଥିବୀରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ପ୍ରକାରର ଆମ୍ବ ଦେଖିବାକୁ ମିଳେ । ସେମାନଙ୍କର ଆକାର, ଆକୃତି, ରଙ୍ଗ, ମହକ ଓ ସ୍ୱାଦ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଜନପ୍ରିୟ ଓ ବହୁଆଦୃତ କିସମ ଭିତରେ ପ୍ରମୁଖ ହେଉଛି ଆଲଫେ।ନସୋ ( Alphonso ), ବାଇଗଣପଲି, ତୋଟାପଲି, ଆମ୍ରପଲି, ଆଖୁରସ, ନୀଲମ, ଦଶାରୀ, ଲେଙ୍ଗଡ଼ା ଓ ସିନ୍ଦୁରମୁଣ୍ଡୀ ଆଦି । ତନ୍ମଧ୍ୟରୁ ଆଲଫେ।ନସୋ କିସମ ଆମ୍ବକୁ ଆମ୍ବ ଭିତରେ ଶେ୍ରଷ୍ଠ ବୋଲି କୁହାଯାଏ । ଆମ୍ବର ମଧୁର ବାସ୍ନା, ଉତ୍ତମ ସ୍ୱାଦ, ରସାଳ ପଣ ଭଳି ଦିବ୍ୟଗୁଣ ହେତୁ, ଏହାକୁ ଦେବତାମାନଙ୍କର ପ୍ରିୟ ଫ ଳ ବୋଲି ମଧ୍ୟ ଅଭିହିତ କରାଯାଇଅଛି ।
ଆମ୍ବର ବଂଶାବଳୀ ଏହିପରି -

  • ସାମ୍ରାଜ୍ୟ (Kingdom)- ପ୍ଲାଣ୍ଟାଇ (Plantae)[]
  • ବିଭାଗ (Division) - ଆଞ୍ଜି ଓସ୍ପର୍ମ (Angiosperms )
  • ବଂଶ (Family) - ଏନାକାର୍ଡିଏସି (Anacardiaceae)
  • ପ୍ରଜାତି (Genus) - ମେଞ୍ଜିଫେରା( Mangifera)
  • ଜାତି (Species) - ମେଞ୍ଜିଫେରା ଇଣ୍ଡିକା (Mangifera indica)

ଆମ୍ବ ଗଛ

ସମ୍ପାଦନା

ପାହାଡ଼ିଆ, ସମତଳ ଆଦି ସବୁ ସ୍ଥାନରେ ଆମ୍ବଗଛ ବଢ଼ିପାରେ । ବହୁବର୍ଷଯାଏ ବଞ୍ଚୁଥିବା ଆମ୍ବଗଛର ଉଚ୍ଚତା ପ୍ରାୟ ୩୫-୪୦ ମିଟର । ଗୋଟିଏ ଗୋଟିଏ ଆମ୍ବଗଛ ୩୦୦ ବର୍ଷଯାଏ ବଞ୍ଚିଥିବାର ମଧ୍ୟ ଜଣାଯାଇଛି। ଏହି ଗଛର ଚେର ମାଟି ଭିତରକୁ ପ୍ରାୟ ୬ ମିଟର ପର୍ଯ୍ୟନ୍ତ ଯାଇ ମାଟିକୁ ଜାବୁଡ଼ି ଧରିଥାଏ । ପ୍ରଧାନ ଚେର ଓ ପ୍ରଧାନ କାଣ୍ଡରୁ ଅନେକ ଶାଖା ପ୍ରଶାଖା ମଲେିଥାଏ । ପତ୍ରଗୁଡ଼ିକ କଅଁଳ ଅବସ୍ଥାରେ ଗୋଲାପୀ, ଲାଲ, ଈଷତ ହଳଦିଆ ହୋଇ ଶେଷରେ ଗାଢ଼ ସବୁଜ ବର୍ଣ୍ଣଧାରଣ କରିଥାଏ । ପତ୍ରସବୁ ଏକାନ୍ତର ଭାବେ ଡେଂଫରେ ସଜାଇହୋଇ ରହିଥାନ୍ତି ।

ଆମ୍ବଗଛର ଫୁଲକୁ ବଉଳ କୁହାଯାଏ । ପତ୍ର ଉଠିଥିବା ଡାଳର ଅଗ୍ରଭାଗରେ ଈଷତ ହଳଦିଆ ଧଳାମିଶା ରଙ୍ଗର ବଉଳ ଦେଖାଯାଏ । ପେନ୍ଥା ପେନ୍ଥା ହୋଇ ଆମ୍ବ ବଉଳର ଆକାର ତଳୁ ଉପର ଆଡ଼କୁ ବୃଦ୍ଧିପାଏ । ବଉଳିବା ସମୟରେ ଏହାର ସୁଗନ୍ଧରେ ଚତୁର୍ଦ୍ଦିଗ ମହକି ଉଠେ । ପ୍ରତ୍ୟେକ ଫୁଲର ପାଞ୍ଚଟି ଲେଖାଏଁ ପାଖୁଡ଼ା ଥାଏ । ବଉଳ ବୃଦ୍ଧିପ୍ରାପ୍ତ ହୋଇ ପରାଗଣ ହେଲେ ଆମ୍ବ କଷି ଧରେ । ସବୁ ବଉଳରୁ ଆମ୍ବ କଷି ଧରିପାରେ ନାହିଁ । ବିଭିନ୍ନ କାରଣରୁ ଅଧିକାଂଶ ବଉଳ ଗଛରୁ ଝରିପଡେ଼ । ପ୍ରାୟ ପେବୃୟାରୀ ଶେଷ, ମାର୍ଚ୍ଚମାସ ଆରମ୍ଭ ବେଳକୁ ଆମ୍ବ କଷି ଧରେ ଓ ବଢ଼ିବାକୁ ଲାଗେ । କଷି ବଡ଼ ହୋଇ ପାକଳ ହେବାକୁ ଦୁଇ ତିନିମାସ ସମୟ ଲାଗିଥାଏ । ଆମ୍ବ ଫ ଳ ଏପ୍ରିଲ ମାସରୁ ବଜାରରେ ମିଳିଥାଏ । ଆଜିକାଲି ଜୈବପ୍ରଯୁକ୍ତି ବିଦ୍ୟାର ପ୍ରଭାବରେ ଆମ୍ବର ବୃଦ୍ଧି, ପାଚିବା ଓ ପ୍ରାପ୍ତହେବାର ସମୟରେ ଢେର ପରିବର୍ତ୍ତନ ଆସିଲାଣି ।
କଞ୍ଚାବେଳେ ପ୍ରାୟ ସବୁ ଆମ୍ବର ରଙ୍ଗ ସବୁଜ ଥିଲାବେଳେ, ସିନ୍ଦୁରମୁଣ୍ଡୀ ଭଳି ଆମ୍ବ ଡେଂଫ ପାଖରେ ଲାଲବର୍ଣ୍ଣ ହୋଇଥାନ୍ତି ।ପାଚିଲା ଅବସ୍ଥାରେ ଆମ୍ବ ଗାଢ଼ ହଳଦିଆ, ଫିକା ହଳଦିଆ, କମଳାରଙ୍ଗ , ଲାଲମିଶା ହଳଦିଆ ରଙ୍ଗର ହୋଇଥାନ୍ତି । ନୀଲମ ଆମ୍ବ ପାଚିଗଲା ପରେ ମଧ୍ୟ ସବୁଜ ରଙ୍ଗର ହିଁ ଥାଏ । କଞ୍ଚା ଅବସ୍ଥାରେ ଅଧିକ କେ୍ଲାରୋପ୍ଲାଷ୍ଟ ଚୋପାରେ ରହିଥିବା ବେଳେ ତାହା କ୍ରମଶଃ କ୍ରୋମୋପ୍ଲାଷ୍ଟରେ ରୂପାନ୍ତରିତ ହେବା ଫଳରେ ଆମ୍ବ ଚୋପା ବିଭିନ୍ନ ରଙ୍ଗ ଧାରଣ କରିଥାଏ । ଆମ୍ବର ବାସ୍ନାରୁ ତାର ଉପସ୍ଥିତି ସହଜରେ ଜାଣିହୁଏ।
ଆମ୍ବର ପ୍ରଧାନତଃ ତିନୋଟି ଅଂଶ ରହିଛି : ବାହାର ଚୋପା, ମଧ୍ୟବର୍ତ୍ତୀ ରସାଳ ଅଂଶ ଏବଂ ଭିତରର କଠିନ ଟାକୁଆ । ସାଧାରଣତଃ ରସାଳ ଅଂଶଟିକୁ ଖିଆଯାଇଥାଏ । ଆମ୍ବର ସ୍ୱାଦ ଏବଂ ଗନ୍ଧ ମଧ୍ୟ ଏହି ମଝିର ରସାଳ ଅଂଶରୁ ହିଁ ଜଣାପଡ଼ିଥାଏ । ଏହି ରସାଳ ଅଂଶରେ ସୂତାଭଳି ତନ୍ତୁଗୁଡ଼ିକ ଥାଏ, ଯାହା ଟାକୁଆ ସହ ଲାଗିରହି ଥାଏା ସେଗୁଡ଼ିକର ମଝିରେ ମିଠାରସ ଭର୍ତ୍ତି ହୋଇଥାଏ । ଟାକୁଆ ଭିତରେ ନରମ କୋଇଲି ଥାଏ - ଏହା ହିଁ ଆମ୍ବଗଛର ପ୍ରଜନନ ଅଂଶ । ପାକଳ ଆମ୍ବର ଶୁଖିଲା ଟାକୁଆକୁ ପୋତିଦେଲେ ଏଥିରୁ ଗଜାବାହାରି ନୂତନ ଉଦ୍ଭିଦ ସୃଷ୍ଟି ହୋଇଥାଏ । ବିଭିନ୍ନ ଆମ୍ବର ଆକାର ମଧ୍ୟ ଭିନ୍ନ ଭିନ୍ନ । ଏହା ୭-୧୨ ସେଣ୍ଟିମିଟର ଓସାର ଓ ୦୫-୧୫ ସେଣ୍ଟିମିଟର ପର୍ଯ୍ୟନ୍ତ ଲମ୍ବା ହୋଇଥିବା ବେଳେ ଓଜନ ପଚାଶ ଗ୍ରାମରୁ ଆରମ୍ଭ କରି ଅଢେ଼ଇ କିଲୋଗ୍ରା ମ ପର୍ଯ୍ୟନ୍ତ ହୋଇ ପାରେ । ଦେଶୀ କିସମର ଆମ୍ବ ଅପେକ୍ଷାକୃତ ଛୋଟ ଆକାରର।

ଆମ୍ବର ଗୁଣ

ସମ୍ପାଦନା

ଆମ୍ବକୁ ଉଭୟ କଞ୍ଚା ଓ ପାଚିଲା ଅବସ୍ଥାରେ ଖିଆ ହୋଇଥାଏ । କଞ୍ଚା ଆମ୍ବ ଓ ଡେମ୍ଫରେ "ଉରୁଷିଓଲ' (urushiol) ନାମକ ଏକ ରାସାୟନିକ ପଦାର୍ଥ ଥାଏ ଯାହାକୁ ଲସା କୁହାଯାଏ । ଏହାର ସଂସ୍ପର୍ଶରେ ଆସିଲେ ଓଠ, ଚର୍ମ ଓ ଜିଭ କ୍ଷତିଗ୍ରସ୍ତ ହୋଇ ବେଳେବେଳେ ଘା' ହୋଇଯାଏ । ଅଧିକାଂଶ ଆମ୍ବ କଞ୍ଚା ଅବସ୍ଥାରେ ଖଟାସ୍ୱାଦଯୁକ୍ତ ହୋଇଥାନ୍ତି।

ଆମ୍ବରେ ପ୍ରଚୁର ପରିମାଣରେ ଖାଦ୍ୟସାର ଓ ଜୀବନିକା ରହିଛି । ଭିଟାମିନ A, C ଓ E ଛଡ଼ା ଭିଟାମିନ B6 ତଥା B ଉପାଦାନ ଓ ଭିଟାମିନ K ମଧ୍ୟ ରହିଛି । ଏହାଛଡ଼ା ଆମ୍ବରସରେ ପଲିଫେନଲ, ପଟାସିଅମ, ତମ୍ବା, କ୍ୟାରୋଟିନଏଡସ, ଓମଗୋ-୩ ସ୍ନେହାମ୍ଳ ଏବଂ ପ୍ରାୟ ସତର ପ୍ରକାରର ଜୈବରାସାୟନିକ ପଦାର୍ଥ ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି ବିଟା କ୍ୟାରୋଟିନ, ଲୁଟିନ, ଆଲଫ। କ୍ୟାରୋଟିନ ଇତ୍ୟାଦି ଏବଂ କାମଫେ ରୋଲ, ଗାଲିକ ଏସିଡ, କାଫିକ ଏସିଡ, କ୍ୟୁରେଟିନ, ଟାନିନ ଆଦି ପଲିଫେନଲ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, "ମଗେଢଆିଫେରନ' ନାମକ ଏକ ସ୍ୱତନ୍ତ୍ର କଣିକା, ଯାହା ଆମ୍ବକୁ ସୁଗନ୍ଧିତ କରିବା ସହିତ ଏହାକୁ ଏକ ସ୍ୱତନ୍ତ୍ରତା ପ୍ରଦାନ କରିଥାଏ । କ୍ୟାରୋଟିନଏଡ କଣିକାମାନଙ୍କର ଉପସ୍ଥିତିର ପରିମାଣ ଉପରେ ଆମ୍ବର ହଳଦିଆ ରଙ୍ଗ ନିର୍ଭର କରିଥାଏ ।

ପାଚିଲା ଆମ୍ବରେ ଥିବା ବିଭିନ୍ନ ଖାଦ୍ୟସାର ଓ ଭିଟାମିନର ହାରାହାରି ପରିମାଣ (୧୦୦ ଗ୍ରାମ ରସରେ) ହେଉଛି :-

  1. କାର୍ବୋହାଇଡ୍ରେଟ - ୧୭ ଗ୍ରାମ
  2. ଶର୍କରା - ୧୪.୮ ଗ୍ରାମ
  3. ସ୍ନେହସାର - ୦.୨୭ ଗ୍ରାମ
  4. ତନ୍ତୁଅଂଶ - ୧.୮ ଗ୍ରାମ
  5. ପ୍ରୋଟିନ - ୦.୫୧ ଗ୍ରାମ
  6. ଭିଟାମିନ A, B1 ,B2 ,B3 , B5 , B6 , C, E, K - ୦.୩୭ ଗ୍ରାମ
  7. ବିଟା କ୍ୟାରୋଟିନ - ୧୪.୦୩ ଗ୍ରାମ
  8. ତମ୍ବା ଓ ଅନ୍ୟାନ୍ୟ ଧାତବ ଲବଣ - ୪୫.୭ ମିଲିଗ୍ରାମ
  9. କ୍ୟାଲସିଅମ - ୨୦ ମିଲିଗ୍ରାମ
  10. ମ୍ୟାଗ୍ନେସିଅମ - ୧୮ ମିଲିଗ୍ରାମ
  11. ପଟାସିୟମ - ୩୦୦ ମିଲିଗ୍ରାମ
  12. କୋଲେଷ୍ଟେରଲ ଓ ସନ୍ତୃପ୍ତ ସ୍ନେହାମ୍ଳ- ପ୍ରାୟନାହିଁ

ଆମ୍ବ ଚାଷ

ସମ୍ପାଦନା

ଏକ ସର୍ଭେରୁ ଜଣାଯାଇଛି ଯେ ସମସ୍ତ ଫଳ ମଧ୍ୟରେ ଆମ୍ବହିଁ ବହୁଳ ଭାବରେ ଭାରତରେ ଉତ୍ପାଦିତ ହୋଇଥାଏ । ଆମ୍ବ ଚାଷ କରୁଥିବା ପୃଥିବୀର ଦଶଟି ପ୍ରମୁଖ ଦେଶ ମଧ୍ୟରୁ ହିଁ ପ୍ରାୟ ଅଶୀ ପ୍ରତିଶତ ଆମ୍ବ ଉତ୍ପାଦିତ ହୋଇଥାଏ । ଆମ୍ବ ଉତ୍ପାଦନ କରୁଥିବା ପାଞ୍ଚୋଟି ପ୍ରମୁଖ ରାଷ୍ଟ୍ରର ହାରାହାରି ଉତ୍ପାଦନ (୨୦୦୭ ମସିହା ସର୍ଭେ ଅନୁଯାୟୀ) ନିମ୍ନରେ ଦିଆଗଲା ।

ରାଷ୍ଟ୍ର ହାରାହାରି ଉତ୍ପାଦନ ଟନରେ
୧. ଭାରତ ୧୩,୫୦୧,୦୦୦
୨. ଚୀନ ୩,୭୧୫,୨୯୨
୩. ମକ୍ସେିକୋ ୧,୯୧୧,୨୬୭
୪. ଇଣ୍ଡୋନେସିଆ ୧,୮୧୮,୬୧୯
୫. ଥାଇଲାଣ୍ଡ ୧,୮୦୦,୦୦୦

ଏହା ସାଧାରଣତଃ ଖରାଦିନେ ପାଚେ । ଆମ୍ବର ସ୍ୱତନ୍ତ୍ର ସ୍ୱାଦ, ଗନ୍ଧ ଓ ବହୁଳମାତ୍ରାରେ ଉତ୍ପାଦନ ପାଇଁ ଏହାକୁ ଫଳମାନଙ୍କ ଭିତରେ ରାଜା ବୋଲି କୁହାଯାଏ । ଆମ୍ବ ସ୍ଥୂଳତଃ ଭାରତୀୟ ଫଳ ଓ ଭାରତରୁ ଏହାର ଆରମ୍ଭ ହୋଇଥିଲେ ମଧ୍ୟ, ବର୍ତ୍ତମାନ ପୃଥିବୀର ବିଭିନ୍ନ ସ୍ଥାନରେ ଆମ୍ବଚାଷ କରାଯାଉଛି । ଖ୍ରୀଷ୍ଟପୂର୍ବ ୪-୫ ଶତାବ୍ଦୀରୁ ଏହା ଭାରତୀୟ ଉପମହାଦେଶରେ ରହିଥିବା ଜଣାଯାଇଅଛି । ଭାରତ ବ୍ୟତୀତ ପୂର୍ବ ଏସିଆ, ପୂର୍ବ ଆଫ୍ରି କା, ବ୍ରାଜିଲ, ବେ଼ଷ୍ଟଇଣ୍ଡିଜ, ମକ୍ସେିକୋ, ମାଗାଡିସୁରେ ମଧ୍ୟ ପ୍ରାଚୀନ ଆମ୍ବଗଛ ଦେଖିବାକୁ ମିଳେ । କୁହୁଡ଼ିବିହୀନ, ଅପେକ୍ଷାକୃତ ଉଷ୍ଣ ଜଳବାୟୁରେ ଏହା ଭଲ ଭାବରେ ବଢ଼ିପାରେ । ଏତଦବ୍ୟତୀତ ଚୀନ, ଆମରେିକା, ଅଷ୍ଟ୍ରେଲିଆ, ବାଙ୍ଗଲାଦେଶ, ଫିଲିପାଇନସପାକିସ୍ତାନରେ ମଧ୍ୟ ଆମ୍ବଚାଷର ପ୍ରସାର ଘଟିଛି ।
ସାଧାରଣତଃ ଟାକୁଆରୁ ଗଜାସୃଷ୍ଟି ହୋଇ ନୂତନ ଆମ୍ବ ଉଦ୍ଭିଦ ସୃଷ୍ଟି ହେଉଥିବା ବେଳେ, କଲମୀକରଣ ପଦ୍ଧତିରେ ମଧ୍ୟ ବିଭିନ୍ନ ନୂତନ କିସମର ଆମ୍ବଚାରା ଉତ୍ପାଦନ କରି ଚାଷୀମାନେ ଆମ୍ବଚାଷ କରିବା ସହିତ ଲାଭବାନ ହୋଇଥାନ୍ତି । ଭାରତରୁ ପ୍ରଚୁର ଆମ୍ବ ବିଦେଶକୁ ରପ୍ତାନୀ ହୋଇ ଥାଏ । ଆଲଫୋନସୋ ଆମ୍ବ ଭାରତୀୟ ବନ୍ଧୁତାର ପ୍ରତୀକରୂପେ ପ୍ରତିବର୍ଷ ପାକିସ୍ତାନକୁ ପଠାଯାଇଥାଏ । ଓଡ଼ିଶାର କାଶୀପୁର ଅଞ୍ଚଳରେ ବହୁଳ ଭାବରେ ଆମ୍ରପାଲି ଆମ୍ବ ଚାଷ କରାଯାଉଛି।
ଆମରେିକାର ଫ୍ଲୋରିଡ଼ାଠାରେ ଉତ୍ପାଦିତ ହେଉଥିବା "ଟମି ଆଟକିନସ" କିସମ ଓ ଅଷ୍ଟ୍ରେଲିଆରେ ଉତ୍ପାଦିତ ହେଉଥିବା R2E2 କିସମର ଆମ୍ବ ମଧ୍ୟ ଧୀରେ ଧୀରେ ବିଶ୍ୱବଜାରକୁ ପ୍ରଭାବିତ କରିବାରେ ଲାଗିଛି । ଫ୍ଲୋରିଡ଼ାରେ ଉତ୍ପାଦିତ "କଣ୍ଡୋ" ନାମକ ଅନ୍ୟ ଏକ ବାମନ ଜାତିର ଆମ୍ବ ମଧ୍ୟ ଜନପ୍ରିୟତା ହାସଲ କରିଛି।
ଥାଇଲାଣ୍ଡ , ବାଙ୍ଗଲାଦେଶ, ପାକିସ୍ତାନ ଓ ଭାରତର କେତେକାଂଶରେ "ଚୋକ ଆନାନ" ନାମକ ଏକ ରସାଳ ଓ ସ୍ୱାଦଯୁକ୍ତ ଆମ୍ବଚାଷ କରାଯାଇଥାଏ । ଏହାର ଉତ୍କର୍ଷ ହେତୁ ଏହାକୁ ମହୁଆ ଆମ୍ବ ବୋଲି ମଧ୍ୟ କହିଥାନ୍ତି । ଏହି ଆମ୍ବ ବର୍ଷକୁ ଦୁଇଥର ଯଥା ଗ୍ରୀଷ୍ମ ଓ ଶୀତଋତୁରେ ଫ ଳ ଧରୁଥିବାରୁ ଏହାକୁ ବାରମାସୀ ଆମ୍ବ ବୋଲି ମଧ୍ୟ କୁହାଯାଏ।
ଆମ୍ବ ବଉଳର ପ୍ରଧାନ ଶତ୍ରୁ ହେଉଛି କୁହୁଡ଼ି । ଅତିମାତ୍ରାରେ କୁହୁଡ଼ି ହେଲେ ଆମ୍ବଚାଷ କ୍ଷତିଗ୍ରସ୍ତ ହୋଇଥାଏ। ଏହା ଛଡ଼ା ଆମ୍ବଗଛରେ ବହୁପ୍ରକାରର ରୋଗ ସଂକ୍ରମିତ ହୋଇଥାଏ ।

ଉପାଦେୟତା

ସମ୍ପାଦନା

ଆମ୍ବଚୋପା ତଥା ରସରେ ବହୁ ଔଷଧୀୟ ଗୁଣଯୁକ୍ତ ଉପାଦାନ ରହିଛି।

  • ଆମ୍ବଚୋପାରେ ଥିବା ପଲିଫେନଲ୍ରୁ କ୍ୟାନସର ଓ ପେ୍ରାଷ୍ଟେଟ୍ ଗ୍ଲାଣ୍ଡ ବୃଦ୍ଧି ଭଳି ବ୍ୟାଧି ପାଇଁ ଔଷଧ ପ୍ରସ୍ତୁତ ହୋଇଥାଏ।
  • ଆମ୍ବରସରେ ବୟସ ପ୍ରତିରୋଧକ ଆଣ୍ଟିଅକ୍ସିଡାଣ୍ଟ ଓ ରକ୍ତ ପରିଷ୍କାରକ ଗୁଣ ରହିଛି।
  • ଆମ୍ବରସ ସାମାନ୍ୟ ଅମ୍ଳଯୁକ୍ତ ଓ କ୍ୟାଲୋରୀ ବିହୀନ ହୋଇଥିବାରୁ ମଦେହ୍ରାସ କରିବାରେ ସହାୟକ ହୋଇଥାଏ।
  • ଆମ୍ବରସର ଔଷଧୀୟ ଗୁଣ ହୃତପିଣ୍ଡମସ୍ତିଷ୍କକୁ ସୁସ୍ଥ ରଖିବା ସହ ଚର୍ମକୁ ଉଜ୍ଜ୍ୱଳ ଓ କୋମଳ ରଖିଥାଏ।
  • ଏଥିରେ ଥିବା ଭିଟାମିନ୍ E, ଧାତବଲବଣ ପୁଷ୍ଟି ପ୍ରଦାନ କରିଥାଏ।
  • ଏସିଡ଼ିଟି ଓ ଅଗ୍ନିମାନ୍ଦ୍ୟ ରୋଗୀମାନେ ମଧ୍ୟ ଆମ୍ବରୁ ଉପକାର ପାଇଥାନ୍ତି, ଆମ୍ବକୁ କାଟି ଖାଇ ବା ଅପେକ୍ଷା ଚୋଷିକରି ଖାଇଲେ ଅଧିକ ଉପକାରୀ ହୋଇଥାଏ।
  • ଆମ୍ବ କୋଇଲିକୁ ବାଟି ଶୁଙ୍ଘାଇଲେ, ନାକରୁ ରକ୍ତପଡ଼ିବା ବନ୍ଦ ହୋଇଥାଏ ।
  • ଆମ୍ବକାଠ ଶକ୍ତ ହୋଇଥିବାରୁ ଏଥିରୁ ବିଭିନ୍ନ ଆସବାବପତ୍ର ନିର୍ମାଣ କରାଯାଇଥାଏ। ଏତଦବ୍ୟତୀତ ପ୍ରଚୁର ଭାବରେ ମିଳୁଥିବାରୁ ଏହାକୁ ଜାଳେଣୀ ରୂପରେ ମଧ୍ୟ ବ୍ୟବହାର କରାଯାଇଥାଏ।
ଏହିସବୁ ମହତ୍ତ୍ୱ ପାଇଁ ଆମ୍ବକୁ ଭାରତର ଜାତୀୟ ଫଳର ମାନ୍ୟତା ପ୍ରଦାନ କରାଯାଇଅଛି । ଭାରତ ବ୍ୟତୀତ ପାକିସ୍ତାନଫିଲିପାଇନସରେ ମଧ୍ୟ ଏହା ଜାତୀୟ ଫଳ ରୂପେ ସ୍ୱୀକୃତି ଲାଭ କରିଅଛି ।
  1. http://india.gov.in/knowindia/national_symbols.php?id=13
  2. http://www.orissabigyanacademy.nic.in/pdf/July-2012-BD.pdf Archived 2016-03-11 at the Wayback Machine. Monthly Odia magazine "Bigyan Diganta"(July,2012 ) * Content Copied using OR-TTsarala2UNICODE CONVERTER

ଅଧିକ ତଥ୍ୟ

ସମ୍ପାଦନା