ବତାସୀ ଝଡ଼

୧୯୮୧ର ଓଡ଼ିଆ କଥାଚିତ୍ର

ବତାସୀ ଝଡ଼ ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଆରତୀ ଦାସ ।[୨] ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ରମେଶ ମହାନ୍ତି ଓ ସତ୍ୟବ୍ରତ ମହନ୍ତି । ବିଜୟ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରମେଶ ମହାନ୍ତି । ସଙ୍ଗୀତକାର ସଲୀଳ ଚୌଧୁରୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଅସୀମ ବସୁ ଏହି କଥାଚିତ୍ରଟିର କଳା ନିର୍ଦ୍ଦେଶନା ଦେଇଥିଲେ ।

ବତାସୀ ଝଡ଼
ନିର୍ଦ୍ଦେଶକରମେଶ ମହାନ୍ତି
ପ୍ରଯୋଜକଆରତୀ ଦାସ
କାହାଣୀରମେଶ ମହାନ୍ତି
କଳାକାରଅକ୍ଷୟ ମହାନ୍ତି କାଶ୍ୟପ, ଜୟା, ଦୁଃଖୀରାମ ସ୍ୱାଇଁ
ସଙ୍ଗୀତସଲୀଳ ଚୌଧୁରୀ
ଚିତ୍ରଗ୍ରହଣଅଶୋକ ସ୍ୱାଇଁ[୧]
ମୁକ୍ତିଲାଭ ତାରିଖ
୧୯୮୧
ଦେଶ ଭାରତ
ଭାଷାଓଡ଼ିଆ

ଅକ୍ଷୟ ମହାନ୍ତି (କାଶ୍ୟପ), ଜୟା ବି., କାଶି ରଥ, ନରେନ୍ଦ୍ର ବେହେରା, ରାଧା ପଣ୍ଡା, ଦୁଃଖୀରାମ ସ୍ୱାଇଁ, ପୁଷ୍ପା ପଣ୍ଡା, ମଧୁମିତା, ରୁନୁ ପରିଜା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଗୀତ ଓ ସଙ୍ଗୀତ

ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସଲୀଳ ଚୌଧୁରୀରମେଶ ଜେନାଅତୁଲ ମହାକୁଡ଼ ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସିକନ୍ଦର ଆଲାମ, ଲୀଳା ଘୋଷ, ହେମଲତା, କେ.ଜେ. ୟେସୁଦାସ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

  1. "ଆର୍କାଇଭ୍ କପି". www.pratinidhiodia.in. Archived from the original on 2 March 2021. Retrieved 25 September 2018. {{cite web}}: Cite has empty unknown parameter: |1= (help)
  2. "ଅତୀତରୁ". ଧରିତ୍ରୀ. 23 June 2022. p. ୧୩. Archived from the original on 23 June 2022. Retrieved 23 June 2022.
  3. "ଅତୀତରୁ". ସମ୍ବାଦ. No. ଭୁବନେଶ୍ୱର. 3 November 2022. p. ୧୫. Archived from the original on 3 November 2022. Retrieved 3 November 2022.
  4. Orissa reference: glimpses of Orissa. TechnoCAD Systems. 2001.

ବାହାର ଆଧାର

ସମ୍ପାଦନା