ରୁଦ୍ର ମାଧବ ରାୟ

ଓଡ଼ିଆ ରାଜନୀତିଜ୍ଞ

ରୁଦ୍ର ମାଧବ ରାୟ (୨୩ ନଭେମ୍ବର ୧୯୩୭ - ୩୧ ମଇ ୨୦୧୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜନତା ଦଳ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ରୁଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର ଏବଂ ଲୋକ ସଭାରେ ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୦, ୧୯୯୫ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଦଶପଲ୍ଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୧ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ରୁଦ୍ର ମାଧବ ରାୟ ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଲୋକ ସଭାକୁ ନିର୍ବଚିତ ହୋଇଥିଲେ ।[୨]

ରୁଦ୍ର ମାଧବ ରାୟ
ବିଧାୟକ: ୧୦ମ, ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୭
ପୂର୍ବ ଅଧିକାରୀହରିହର କରଣ
ପର ଅଧିକାରୀହରିହର କରଣ
ନିର୍ବାଚନ ମଣ୍ଡଳୀଦଶପଲ୍ଲା
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀହରିହର କରଣ
ପର ଅଧିକାରୀକାଶୀନାଥ ମଲ୍ଲିକ
ନିର୍ବାଚନ ମଣ୍ଡଳୀଦଶପଲ୍ଲା
ସାଂସଦ: ୧୫ଶ ଲୋକ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପର ଅଧିକାରୀପ୍ରତ୍ୟୁଷା ରାଜେଶ୍ୱରୀ ସିଂ‎
ନିର୍ବାଚନ ମଣ୍ଡଳୀକନ୍ଧମାଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1937-11-23)ନଭେମ୍ବର ୨୩, ୧୯୩୭
ମୃତ୍ୟୁ୩୧ ମଇ ୨୦୧୬(2016-05-31) (ବୟସ ୭୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀଶାନ୍ତିଲତା ରାୟ
ବାପା/ବୋଉଚନ୍ଦ୍ର ଶେଖର ରାୟ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ରୁଦ୍ର ମାଧବ ରାୟ ୧୯୩୭ ମସିହାର ନଭେମ୍ବର ମାସ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚନ୍ଦ୍ର ଶେଖର ରାୟ ଏବଂ ପତ୍ନୀଙ୍କ ନାମ ଶାନ୍ତିଲତା ରାୟ ।[୧] ରୁଦ୍ରଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକ ଥିଲା ।[୧]

ରାଜନୈତିକ ଜୀବନ ସମ୍ପାଦନା

ରୁଦ୍ର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କାର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ଏବଂ ପୂର୍ବରୁ ଜନତା ଦଳରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ରୁଦ୍ର ମାଧବ ରାୟ ୨୦୧୬ ମସିହାର ମଇ ମାସ ୩୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Rudra Madhab Ray". odishaassembly.nic.in. Odisha Assembly. Retrieved 2 May 2020.
  2. "Parliamentary Constituency: Kandhamal". Indian Elections. Archived from the original on 17 May 2009. Retrieved 20 February 2014.